ଦେଖନ୍ତୁ ଭିଡିଓ: ପ୍ରତିଶ୍ରୁତି ପୂରଣ ନ କଲେ ଚପଲରେ ପିଟିବାକୁ ଭୋଟରମାନଙ୍କୁ କହୁଛନ୍ତି ତେଲେଙ୍ଗାନାର ସ୍ୱାଧୀନ ପ୍ରାର୍ଥୀ

ହାଇଦ୍ରାବାଦ: ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କୋରାତଲାରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜଣେ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନ ପ୍ରଚାର ଅଭିଯାନରେ ଭୋଟର୍‌ମାନଙ୍କୁ ଚପଲ ବାଣ୍ଟି କହୁଛନ୍ତି କି, ଯଦି ସେ ବିଜୟୀ ହୋଇ ଦେଇଥିବା ପ୍ରତିଶ୍ରୁତ ପାଳନ ନ କରନ୍ତି, ତେବେ ତାଙ୍କୁ ଚପଲରେ ପିଟିବେ।

ଏହି ସ୍ୱାଧୀନ ପ୍ରାର୍ଥୀଙ୍କ ନାମ ଆକୁଳ ହନୁମନ୍ତ। ପ୍ରଚାର ଅଭିଯାନରେ ଚପଲ ଧରି ସେ କହୁଛନ୍ତି: ଜିଣିବା ପରେ ଯଦି କାମ ନ କରେ ମୋତେ ଚପଲରେ ପିଟିବ।

ତେଲେଙ୍ଗାନାର ଜଗତିଆଲ ଜିଲ୍ଲାରେ ଥିବା ୧୩ଟି ନିର୍ବାଚନ ମଣ୍ଡଳୀରୁ କୋରାତଲା ଅନ୍ୟତମ।

ହନୁମନ୍ତଙ୍କ ପ୍ରଚାର ଅଭିଯାନର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ପ୍ରଚାର ଅଭିଯାନରେ ଆସୁଥିବା ଅନ୍ୟ ନେତାମାନଙ୍କୁ କେତେକ ଲୋକ ହନୁମନ୍ତଙ୍କୁ ଅନୁସରଣ କରିବାକୁ କହୁଛନ୍ତି।

ହନୁମନ୍ତ ମେଟ୍ଟୁପ୍ପଲ୍ଲୀ ସହରରେ ଦୁଆର ଦୁଆର ବୁଲି ପ୍ରଚାର କରୁଥିବା ବେଳେ ଏହି ଭିଡିଓ ସୁଟିଙ୍ଗ୍‌ କରାଯାଇଥିଲା। ସେଥିରେ ସେ ଭୋଟର୍‌ମାନଙ୍କୁ କହିଛନ୍ତି ଯେ ଯଦି ବିକାଶ ନ କରାଇ ପାରନ୍ତି ସେ ଇସ୍ତଫା ଦେବେ। ତା’ପରେ ସେ ଭୋଟର୍‌ମାନଙ୍କୁ କହୁଛନ୍ତି କି, ଯଦି ସେ ଠିକ୍‌ ଭାବେ କାର୍ଯ୍ୟ ନ କରନ୍ତି ତେବେ ତାଙ୍କୁ ସର୍ବସାଧାରଣରେ ଚପଲରେ ପିଟିବାର ଅଧିକାର ଅଛି।

ସମ୍ବନ୍ଧିତ ଖବର