୨୯ ଥର ଦିଲ୍ଲୀ ଗଲି ଲାଭ ହେଲା ନାହିଁ: ଚନ୍ଦ୍ରବାବୁ ନାଇଡୁ

ଅମରାବତୀ: ବୁଧବାର ଦିନ ବିଧାନସଭାରେ ସମ୍ଭାଷଣ ଦେବା ବେଳେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ନରେନ୍ଦ୍ର ମୋଦି ସରକାରଙ୍କର ବୈମାତୃକ ମନୋଭାବ ପ୍ରତି କ୍ଷୋଭ ପ୍ରକାଶ କରିଛନ୍ତି।

କଂଗ୍ରେସ ସଫଳତାର ସହ ସନ୍ତାନ ପ୍ରସବ କରାଇଲା କିନ୍ତୁ, ମାଆକୁ ମାରି ପକାଇଲା- ତେଲେଙ୍ଗାନା ଉପରେ ପ୍ରଧାନମନ୍ତ୍ରୀ ଦେଇଥିବା ମନ୍ତବ୍ୟ କଥା ସ୍ମରଣ କରି ନାଇଡୁ କହିଲେ, କେନ୍ଦ୍ର ଆନ୍ଧ୍ରପ୍ରଦେଶକୁ ପାଣ୍ଠି ଯୋଗାଣ କମାଇ ଦେଇଛି। ମୁଁ ୨୯ ଥର ଦିଲ୍ଲୀ ଗଲି, ଆନ୍ଧ୍ରପ୍ରଦେଶକୁ ସାହାଯ୍ୟ କରିବାକୁ ଅନୁରୋଧ କଲି, କିନ୍ତୁ କିଛି ଲାଭ ହେଲା ନାହିଁ। ନୂତନ ରାଜଧାନୀ ସହର ଏବଂ ପୋଲାଭରମ୍‌ ପ୍ରକଳ୍ପ ପାଇଁ ଆସୁଥିବା ପାଣ୍ଠି ଅତି ନଗଣ୍ୟ ଏବଂ ଭାଇଜାଗ୍‌ ରେଳବାଇ ଜୋନ୍‌ ପାଇଁ ଦିଆଯାଇଥିବା ପ୍ରତିଶ୍ରୁତି ମଧ୍ୟ ପୂରଣ ହୋଇ ନାହିଁ।

ଆନ୍ଧ୍ରପ୍ରଦେଶ ବାଇଫର୍‌କେସନ୍‌ ଆକ୍ଟ୍‌ରେ ଥିବା ୧୯ଟି ଯାକ ଦାବି ପୂରଣ କରାଯାଉ ବୋଲି ନାଇଡୁ ଚାହାଁନ୍ତି।

ରାଜ୍ୟପାଳଙ୍କ ବକ୍ତବ୍ୟ ପ୍ରତି ଧନ୍ୟବାଦ ଅର୍ପଣ ଉତ୍ତରରେ ନାଇଡୁ କହିଲେ ଟିଡିପି ଏବଂ ବିଜେପି ମେଣ୍ଟରେ ଥାଇ ମଧ୍ୟ କେନ୍ଦ୍ର ଦୁର୍ଦ୍ଦଶା ଭୋଗୁଥିବା ରାଜ୍ୟକୁ ଆଶା ମୁତାବକ ସହାୟତା ଦେଲା ନାହିଁ। ଏସବୁ ପାଇଁ ସେ କଂଗ୍ରେସକୁ ନିନ୍ଦା କରିବା ସହ ନ୍ୟାୟ ପାଇଁ ବିଜେପିକୁ ସମର୍ଥନ କରିଥିଲେ।
କିନ୍ତୁ, କିଛି ଲାଭ ହେଲା ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର