ଏହିସବୁ  ଅଙ୍ଗକୁ ବାରମ୍ବାର ଛୁଅଁନ୍ତୁ ନାହିଁ ,କାରଣ ଜାଣିବାକୁ ଚାହାଁନ୍ତି କି ?

ଶରୀରରେ ଯେଉଁ ଅଙ୍ଗ ସବୁ ଅଛି, ସେଥିମଧ୍ୟରୁ କେତେକରେ ଆଦୌ ହାତ ମାରିବା ଉଚିତ୍‌ ନୁହେଁ।କାରଣ ସେହି ଅଙ୍ଗକୁ ବାରମ୍ବାର ଛୁଇଁଲେ କିଛି କ୍ଷତି ହୋଇପାରେ ବା ସମସ୍ୟା ମଧ୍ୟ ଉପୁଜିପାରେ। ଆସନ୍ତୁ ଜାଣିବା ସେହି ସବୁ ଅଙ୍ଗଗୁଡ଼ିକ ସଂପର୍କରେ….

ପ୍ରଥମତଃ ନିଜ କାନରେ ଆଙ୍ଗୁଠି ପୁରାଇବା କିଛି ଲୋକଙ୍କର ନିୟମିତ ଅଭ୍ୟାସ ରହିଛି।କିନ୍ତୁ ଏହା କରିବା ଅନୁଚିତ ଅଟେ। କେ. ସ୍କୁଲ୍‌ ଅଫ୍‌ ମେଡ଼ିସିନ୍‌ ଅଫ୍‌ ୟୁଏସସିର ହେଡ଼୍‍ ଆଣ୍ଡ୍‌ ନେକ୍‌ ସର୍ଜରିର ପ୍ରମୁଖ ପ୍ରଫେସର ଜନ୍‌.କେ ନିପୋର୍କୋଙ୍କ ଅନୁଯାୟୀ,କାନରେ ଅଙ୍ଗୁଠି ବା ଅନ୍ୟ କିଛି ଜିନିଷ ଭର୍ତ୍ତି କଲେ କାନର ଝିଲ୍ଲି ଫାଟିବାର ଆଶଙ୍କା ରହିଥାଏ।
ଠିକ୍‌ ସେହିପରି ନିଜର ମୁହଁରେ ବି ହାତର ଆଙ୍ଗୁଠି ଛୁଇଁବା ଭଲ ନୁହେଁ। କାରଣ ଏହା ଦ୍ୱାରା ହାତରେ ଥିବା ରୋଗାଣୁ ମୁହଁରେ ରହିଯା’ନ୍ତି। ପୋଛିବା ବା ଧୋଇବା ବ୍ୟତୀତ ନିଜର ନିତମ୍ବରେ କେବେ ବି ହାତ ମାରନ୍ତୁ ନାହିଁ। କାରଣ ପଛ ପାଖରେ ବ୍ୟାକ୍ଟେରିଆ ଥାଆନ୍ତିି।ସବୁବେଳେ ସେଠି ହାତ ମାରିଲେ ଏହାଦ୍ୱାରା ସଂକ୍ରମିତ ହୋଇଥାଏ।ଯଦି ବା ନିହାତି ଆବଶ୍ୟକ ପଡ଼େ,ତେବେ ହାତକୁ ଭଲ ଭାବେ ସାବୁନରେ ଧୋଇ ଦେବା ଉଚିତ।
ଆଖିକୁ ବି ବାରମ୍ବାର ଛୁଇଁବା ବା ହାତରେ ଆଖି ମଳିବା ମଧ୍ୟ କ୍ଷତିକାରକ।ଏହା ଦ୍ୱାରା ସହଜରେ ଆଖିରେ ଜୀବାଣୁ ପଶି ଯାଆନ୍ତି। ତା’ ଛଡ଼ା ଆଖିରେ ସଂକ୍ରମଣ ବି ହୋଇପାରେ। ଠିକ୍‌ ସେହିପରି କିଛି ଲୋକ ଓଠ ଉପରେ ଅନେକ ସମୟରେ ଆଙ୍ଗୁଠି ରଖିଥାନ୍ତି।ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାଯାଇଛି ଯେ,ଏହା ଦ୍ୱାରା ଶରୀର ଭିତରକୁ ଏକ ତୃତୀୟାଂଶୁ ଜୀବାଣୁ ପ୍ରବେଶ କରିଥାନ୍ତି।

photo-youtube

ଅନ୍ୟପକ୍ଷରେ ଯେଉଁମାନଙ୍କର ନାକରେ ଆଙ୍ଗୁଠି ପୁରାଇବାର ବଦଭ୍ୟାସ ରହିଛି,ସେମାନେ ଏହାକୁ ତୁରନ୍ତ ବନ୍ଦ କରିବା ଦରକାର। କାରଣ ଏପରି କଲେ ଶରୀରରେ ଷ୍ଟେଫାଇଲୋ ବକ୍ସ ଆରସ ନାମକ ବ୍ୟାକ୍ଟେରିଆ ପ୍ରବେଶ କରିବାର ଆଶଙ୍କା ରହିଛି। ଆପଣ ପାଦ ନଖ ବା ହାତ ନଖରୁ ମଇଳା କାଢ଼ିବା ପାଇଁ ଯଦି ଅଧିକାଂଶ ସମୟରେ ପ୍ରୟାସ କରୁଛନ୍ତି,ତେବେ ତାହା ଠିକ୍‌ ନୁହେଁ। ଏଥିପାଇଁ ନେଲ୍‌ ବ୍ରସ ବ୍ୟବହାର କରନ୍ତୁ।କାରଣ ଏପରି କଲେ ଜୀବାଣୁ ତ୍ୱଚାରେ ପଶିଯିବାର ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର