ଘୋଡାରେ ବସି ସ୍କୁଲ ପହଞ୍ଚିଲେ ୧୦ମ ଶ୍ରେଣୀର ଛାତ୍ରୀ, ଭିଡିଓ ଦେଖନ୍ତୁ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ସ୍କୁଲ ଛାତ୍ରୀ ଘୋଡାରେ ବସି ଯାଉଥିବା ଦେଖିବାକୁ ମିଳୁଛି। ଏହି ଭିଡିଓକୁ ଲକ୍ଷାଧିକ ଲୋକ ସେୟାର କରି ସାରିଲେଣି। କୁହାଯାଉଛି କି ଏହି ଭିଡିଓ କେରଳର ତ୍ରିଶୁରର ଜଣେ ଛାତ୍ରୀଙ୍କର, ଯିଏକି ଘୋଡାରେ ବସି ସ୍କୁଲ ଯାଉଛନ୍ତି।

 

ଭିଡିଓକୁ ଅଧିକରୁ ଅଧିକ ସଂଖ୍ୟାରେ ଫେସ୍‌ବୁକ୍‌ ଓ ଟୁଇଟରରେ ସେୟାର ଓ ଲାଇକ୍‌ କରାଯାଉଛି। ଏହି ଭିଡିଓକୁ ବିଜନେସ୍‌ମ୍ୟାନ୍‌ ଓ ମହିନ୍ଦ୍ରାର ସଂସ୍ଥାପକ ଆନନ୍ଦ ମହିନ୍ଦ୍ରା ସେୟାର କରିଛନ୍ତି। ଏଥିସହିତ ଲେଖିଛନ୍ତି, ଖୁବ୍‌ ଚମତ୍କାର! ଏହି ଭିଡିଓ କ୍ଲିପ୍‌ ଭାଇରାଲ ହେବା ଦରକାର। କ’ଣ ତ୍ରିଶୁରରେ ଏହି ବାଳିକାକୁ କେହି ଜାଣନ୍ତି? ମୁଁ ସ୍କ୍ରିନ୍‌ ସେଭର ଭାବେ ତାଙ୍କର ଓ ତାଙ୍କ ଘୋଡାଙ୍କ ଫଟୋ ରଖିବାକୁ ଚାହୁଁଛି। ସେ ମୋର ହିରୋ… ତାଙ୍କା ସ୍କୁଲ ଯିବାର ଦୃଶ୍ୟ ମୋତେ ଭବିଷ୍ୟତ ପାଇଁ ଆଶାବାଦୀ କରି ଦେଇଛି।

ଭିଡିଓରେ ଦେଖିବାକୁ ମିଳୁଛି, ବାଳିକା ଏକ ଟ୍ରାଫିକ୍‌ ଥିବା ସଡ଼କରେ ଘୋଡାରେ ଚଢ଼ି ଯାଉଛନ୍ତି। ଏହି ଭିଡିଓରେ ବାଳିକା ସ୍କୁଲ ୟୁନିର୍ଫମ ପିନ୍ଧିଛନ୍ତି ଓ କାନ୍ଧରେ ବ୍ୟାଗ୍‌ ଟଙ୍ଗାଇଛନ୍ତି। ଯୁବତୀ ଏକ ଧଳା ରଙ୍ଗ ଘୋଡାରେ ବସିଛନ୍ତି। ତେବେ ବିଶେଷ କଥାଟି ହେଉଛି ଘୋଡାଟି ବି ଦ୍ରୁତଗତିରେ ଦୌଡ଼ିବାକୁ ଲାଗିଛି।

କେତେକ ବ୍ୟବହାରକାରୀ ଏହାକୁ ନାରୀ ସଶକ୍ତିକରଣ ସହ ଯୋଡ଼ୁଛନ୍ତି। ଆଉ କେତେକ ବାଳିକାଙ୍କୁ ସାହାସୀ ବୋଲି ବି କହୁଛନ୍ତି।

ସମ୍ବନ୍ଧିତ ଖବର