ପିପିଏଫ୍‌ ଆକାଉଣ୍ଟ ଖୋଲିବା ପୂର୍ବରୁ ଏହି ୧୦ଟି ତଥ୍ୟ ଉପରେ ଧ୍ୟାନ ଦିଅନ୍ତୁ, ଏହା ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ!

ବର୍ତ୍ତମାନ ଭାରତୀୟ ବଜାରରେ ନିବେଶ ପାଇଁ ଅନେକ ବିକଳ୍ପ ଉପଲବ୍ଧ ହେଲାଣି, ମାତ୍ର ଏବେ ମଧ୍ୟ ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ସାଧାରଣ ଲୋକଙ୍କର ପ୍ରଥମ ପସନ୍ଦ ହୋଇ ରହିଛି। ଏହାର କାରଣ ହେଉଛି ପିପିଏଫରୁ ମିଳୁଥିବା ଭଲ ଫେରସ୍ତ ଏବଂ ଏହାସହ ଇନକମ ଟ୍ୟାକ୍ସରୁ ମିଳୁଥିବା ଉତ୍ତମ ଫାଇଦା। ଏହାସହ ପିପିଏଫ ଆକାଉଣ୍ଟ ବ୍ୟାଙ୍କ ଏବଂ ପୋଷ୍ଟଅଫିସରେ ଅତି ସହଜରେ ଖୋଲା ଯାଇ ପାରିବ ଏବଂ ଅନେକ ବ୍ୟାଙ୍କ ମଧ୍ୟ ପିପିଏଫ ଖାତା ଉପରେ ମଧ୍ୟ ଅନଲାଇନ ସୁବିଧାର ଲାଭ ଦିଆଯାଉଛି। ଯଦି ଆପଣ ଏହି ସମସ୍ତ ସୁବିଧା ଦେଖି ଆପଣ ମଧ୍ୟ ଖାତା ଖୋଲିବା ପାଇଁ ଯୋଜନା ବନାଉଛନ୍ତି ତେବେ ପିପିଏଫ ଆକାଉଣ୍ଟ ସମ୍ପର୍କରେ ନିମ୍ନରେ କିଛି ଟିପ୍ପଣୀ ଜାଣିବା ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ।

୧) ପିପିଏଫ ଆକାଉଣ୍ଟ ଆପଣ ପୋଷ୍ଟ ଅଫିସ ଏବଂ ବ୍ୟାଙ୍କରେ ଜଣେ ବ୍ୟକ୍ତିଙ୍କ ନାମରେ କିମ୍ବା କୌଣସି ଶିଶୁର ଅଭିଭାବକଙ୍କ ହିସାବରେ ଖୋଲି ପାରିବେ, ମାତ୍ର କୌଣସି ସଂଯୁକ୍ତ ପରିବାର କିମ୍ବା ଜଏଣ୍ଟ ଆକାଉଣ୍ଟ ରୂପରେ ପିପିଏଫ ଆକାଉଣ୍ଟ ଖୋଲି ହେବ ନାହିଁ।

୨) ପିପିଏଫ ଖାତା ଖୋଲିବା ପାଇଁ ନିମ୍ନତମ ସୀମା ୧୦୦ଟଙ୍କା ଅଟେ। ଖାତାରେ ଏକ ବର୍ଷ ମଧ୍ୟରେ ଅତି କମରେ ୫୦୦ଟଙ୍କା ଜମା କରିବା ଜରୁରୀ ଅଟେ। ମାତ୍ର ଏକ ବର୍ଷ ମଧ୍ୟରେ ଅଧିକତମ ଜମା କରିବାର ସୀମା ୧,୫୦,୦୦୦ ଟଙ୍କା ଅଟେ ଏବଂ ଏହି ଟଙ୍କା ଆପଣ ୧୨ଟି କିସ୍ତି ଅନୁସାରେ ଜମା କରିପାରିବେ।

୩) ପିପିଏଫ ଆକାଉଣ୍ଟର ଅବଧି ସୀମା ୧୫ବର୍ଷ ଅଟେ। ମାତ୍ର ଏହାକୁ ଥରକରୁ ଅଧିକ ଥର ୫-୫ବର୍ଷ ପର୍ଯ୍ୟନ୍ତ ମଧ୍ୟ ବଢାଇ ଦିଆଯାଇ ପାରିବ।

୪) ପିପିଏଫ ଆକାଉଣ୍ଟ ଗୋଟେ ପୋଷ୍ଟ ଅଫିସରୁ ଆଉ ଏକ ପୋଷ୍ଟ ଅଫିସରେ ମଧ୍ୟ ଆପଣ ଟ୍ରାନ୍‌ସଫର କରିପାରିବେ ଏବଂ ଏଥିପାଇଁ ଖାତା ଧାରକ କୌଣସି ଟଙ୍କା ଦେବାକୁ ପଡିବ ନାହିଁ ।

୫) ନାମାଙ୍କନ ସୁବିଧା : ପିପିଏଫ ଆକାଉଣ୍ଟ ଖୋଲିବା ସମୟରେ ଏକରୁ ଅଧିକ ବ୍ୟକ୍ତିଙ୍କର ନାମ ଏଥିରେ ରହିବାର ସୁବିଧା ଉପଲବ୍ଧ।

୬) ପିପିଏଫ ଖାତାରେ ଲୋନ ଏବଂ ପୁଣି ୱିଡ୍ରାଲର ସୁବିଧା ଏକ ର୍ନିଦ୍ଧାରିତ ସମୟ ପାଇଁ ଦିଆଯିବ। ନିୟମାନୁସାରେ ପିପିଏଫ ଖାତା ଖୋଲିବାର ୩ୟ ବର୍ଷ ପରେ ଏହି ସୁବିଧା ଆପଣ ପାଇପାରିବେ।

୭) ପବ୍ଲିକ ପ୍ରୋଭଡେଣ୍ଟ ଫଣ୍ଡ ଖାତା ଖୋଲିବା ପାଇଁ ଇନକମ ଟ୍ୟାକ୍ସ ଆକ୍ଟ ନିୟମ ୟୁ/ଏସ ୮୦ସି ଅନୁସାରେ ଛୁଟର ମଧ୍ୟ ପ୍ରାବଧାନ ରହିଛି। ଏହି ଖାତାରେ ମିଳିବା ଟଙ୍କା ଟ୍ୟାକ୍ସ ଫ୍ରି ଅଟେ।

୮) ପିପିଏଫ ଆକାଉଣ୍ଟରେ ସୁଧ ୭.୬ ପ୍ରତିଶତ ଅଟେ। ଯାହାର ଗଣନା ୩ମାସର ଆଧାର ଉପରେ କରାଯାଇଥାଏ।

୯) ପିପିଏଫ ଖାତାରେ ପ୍ରି-ମ୍ୟାଚର ୱିଡ୍ରାଲର ସୁବିଧା ଉପଲବ୍ଧ ରହିଛି, ଯଦି ନିର୍ଦ୍ଧାରିତ ସୀମା ପୂର୍ବରୁ କୌଣସି ବ୍ୟକ୍ତି ନିଜ ଟଙ୍କା ଉଠାଇବା ପାଇଁ ଚାହେଁ ତେବେ ସେ ସହଜରେ କାଢି ପାରିବେ।

୧୦) ପିପିଏଫ ଖାତାରେ ଯଦି କୌଣସି ବ୍ୟକ୍ତି ସମୟ ପୂର୍ବରୁ ନିଜର ଖାତା ବନ୍ଦ କରିବା ପାଇଁ ଚାହାନ୍ତି ତେବେ ୧୫ବର୍ଷ ପୂର୍ବରୁ ଏହାର ଅନୁମତି ନାହିଁ । ମାତ୍ର କୌଣସି ବିଶେଷ ପରିସ୍ଥିତି କାରଣରୁ ଆପଣ ଆପଣଙ୍କ ଆକାଉଣ୍ଟ ବନ୍ଦ କରିପାରିବେ।

ସମ୍ବନ୍ଧିତ ଖବର