୭୨ ବର୍ଷ ବୟସରେ ବ୍ୟାଗ୍‌କୁ କାନ୍ଧରେ ଟାଙ୍ଗି କାହିଁକି ସ୍କୁଲରେ ପହଞ୍ଚିଲେ ଏହି ବୃଦ୍ଧ ଜାଣନ୍ତୁ

ମୁମ୍ବାଇ: କୌଣସି ଜିନିଷ ଶିଖିବା ପାଇଁ କିମ୍ବା ସ୍ୱପ୍ନକୁ ପୂରା କରିବା ପାଇଁ ବୟସ ଦେଖା ଯାଇ ନଥାଏ। ୭୨ବର୍ଷ ବୟସର ମୁକୁନ୍ଦ ଚାରି ଦିନଥିଲା ଇଂରାଜୀ ପାଇଁ ନିଜର ଗ୍ରାଜୁଏସନ୍‌ ପାଠପଢ଼ା ପୂରା କରି ପାରି ନଥିଲେ। ଏବେ ସେ ଇଂରାଜୀ ଲିଟେରଚରରେ ଡିଗ୍ରି ପାଇଁ ଦ୍ୱିତୀୟଥର ସ୍କୁଲ ମୁହାଁ ହୋଇଛନ୍ତି। ମୁକୁନ୍ଦ ଦ୍ୱିତୀୟଥର ସ୍କୁଲ ଯିବା ପାଇଁ ନିଷ୍ପତ୍ତି କରିଛନ୍ତି କାରଣ ଇଂରାଜୀ ଲିଟରେଚର ଡିଗ୍ରି ହାସଲ କରି ସ୍ୱପ୍ନକୁ ସାକାର କରି ପାରିବେ। ମୁମ୍ବାଇର ସେଣ୍ଟ ଜେଭିୟର୍ସ ନାଇଟ ସ୍କୁଲରୁ ମୁକୁନ୍ଦ ଅଷ୍ଟମ ଶ୍ରେଣୀରୁ ପାଠପଢ଼ା ଆରମ୍ଭ କରିଛନ୍ତି।

ମୁମ୍ବାଇର ଗ୍ରାଣ୍ଟ ରୋଡରେ ବସବାସ କରୁଥିବା ମୁକୁନ୍ଦ ସିକ୍ୟୁରିଟି ଗାର୍ଡ ଭାବେ ଅବସର ନେଇ ସାରିଛନ୍ତି। ସେ ୧୯୫୦ରେ ମରାଠି ମିଡିୟମ ସ୍କୁଲରେ ପାଠପଢ଼ିଥିଲେ। ଖଣ୍ଡିଆ ଇଂରାଜୀ କହି ମୁକୁନ୍ଦ କହନ୍ତି, ଦ୍ୱାଦଶ ପାଠପଢ଼ା ଶେଷ କରିବା ପରେ ଦକ୍ଷିଣ ମୁମ୍ବାଇର ଏକ କଲେଜକୁ ଯାଇଥିଲେ। ସେ ଲିଟେରଚର ପଢ଼ାଇବାକୁ ଚାହୁଁଥିଲେ କିନ୍ତୁ ତାଙ୍କର ଇଂରାଜୀ ଭାଷା କହିବା ପ୍ରତି ଆତ୍ମବିଶ୍ୱାସ ନଥିଲା କାରଣ ତାଙ୍କର ପାଠପଢ଼ା ମରାଠୀ ସ୍କୁଲରେ ହୋଇଥିଲା। ଏହାପରେ ସେ ଘରକୁ ଫେରି ମନଉଣା କରି ସେ ଇଚ୍ଛାକୁ ସେଇଠି ହିଁ ପୁନଃଛେଦ ପକାଇ ଦେଇଥିଲେ ମୁକୁନ୍ଦ। ଏବେ ସେ ନୂଆସ୍କୁଲରେ ପାଠପଢ଼ି ଭାଷାରେ ପୋଖତ ହେବାରେ ଲାଗିଛନ୍ତି।

ସମ୍ବନ୍ଧିତ ଖବର