ଶୁଆଙ୍କ ଭୂଇଁ ଆମାଜୋନିଆ

ଦକ୍ଷିଣ ଆମେରିକାରେ ଆମାଜୋନ୍‌ ନଦୀ ପ୍ରବାହିତ ହେଉଥିବା ବିସ୍ତୃତ ଜଙ୍ଗଲାଞ୍ଚଳକୁ ଆମାଜୋନିଆ କୁହାଯାଏ। ସେଇଟି ବିଶ୍ବର ସବୁଠାରୁ ବଡ଼ ବିଷୁବ ମଣ୍ତଳୀୟ ବର୍ଷା ଜଙ୍ଗଲ; ଅଗଣିତ ସ˚ଖ୍ୟକ କୀଟ, ବୃକ୍ଷ-ଲତା ଏବ˚ ପ୍ରାଣୀଙ୍କ ବାସସ୍ଥାନ। ଆମାଜୋନିଆରେ ବାସକରୁଥିବା ସମସ୍ତ ପ୍ରାଣୀଙ୍କୁ ଆଜି ଯାଏ ଚିହ୍ନଟ କରାଯାଇପାରିନାହିଁ। ସେଠାରେ ମଣିଷର ଚକ୍ଷୁ ଆଢ଼ୁଆଳରେ ଏକାଧିକ ପ୍ରଜାତିର ରହସ୍ୟମୟ ପ୍ରାଣୀ ଛପିରହିଥିବା ବିଶ୍ବାସ କରାଯାଏ। ସେଠାରେ ପାଞ୍ଚ ଶହ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ତିନି ଶହ ପ୍ରଜାତିର ସରୀସୃପ ଏବ˚ ଶହେ ପଞ୍ଚସ୍ତରି ପ୍ରକାରର ଝିଟିପିଟି ଦେଖାଯା’ନ୍ତି। ବୃକ୍ଷରେ ରହୁଥିବା ପ୍ରାୟ ସମସ୍ତ ପ୍ରକାରର ପ୍ରାଣୀଙ୍କ ବାସସ୍ଥାନ ହେଉଛି ଆମାଜୋନିଆ। ବିଶ୍ବର ସମସ୍ତ ପକ୍ଷୀଙ୍କର ଏକ ତୃତୀୟା˚ଶ ସେଠାରେ ରହୁଥିବା ପ୍ରକାଶ।

SuperiorWallpapers.com

ଆମାଜୋନିଆ ବିଭିନ୍ନ ପ୍ରକାରର ଶୁଆଙ୍କ ପାଇଁ ବିଶ୍ବ-ପ୍ରସିଦ୍ଧ। ତେଣୁ ‘ଶୁଆଙ୍କ ଭୂଇଁ’ ଭାବେ ନାମିତ କରାଯାଇଛି। ସେଠାରେ ଦେଖାଯାଉଥିବା ସବୁଠାରୁ ବଡ଼ ଶୁଆ ହେଲା ମାକାଉ। ସେଠାରେ ଏକାଧିକ ପ୍ରଜାତିର ମାକାଉ ଦେଖାଯା’ନ୍ତି। ଲାଲ ଓ ସବୁଜ ରଙ୍ଗର ମାକାଉ ସବୁଠାରୁ ବଡ଼। ସେମାନେ ସମଗ୍ର ଆମାଜୋନିଆରେ ଦେଖାଯା’ନ୍ତି। ମାକାଉ ସାଧାରଣତଃ ବୁରୁଟି ନାମକ ବୃକ୍ଷରେ ରହେ। ଏହା ନିର୍ଦିଷ୍ଟ ଧରଣର ଖାଦ୍ୟ ଖାଉଥିବାରୁ ଖାଦ୍ୟ ଅନ୍ବେଷଣରେ ବେଳେବେଳେ ଶହ ଶହ ମାଇଲ୍‌ ଘୂରିବୁଲେ। ଅଣ୍ତିରା ଓ ମାଈ ମାକାଉ ଥରେ ସାଥୀ ହେଲେ, ଆଜୀବନ ଏକତ୍ର ରହନ୍ତି।

ସମ୍ବନ୍ଧିତ ଖବର