ପିଲାକୁ ଟଏଲେଟରେ ସ୍ତନ୍ୟପାନ କରାଅ: ମହିଳାଙ୍କୁ ଏଭଳି ଉତ୍ତର ଦେଇ ଭୁଲ ମାଗିଲା ମଲ୍‌

କୋଲକାତା: ପଶ୍ଚିମବଙ୍ଗର ରାଜଧାନୀ କୋଲ୍‌କାତାର ଏକ ମଲ ଜଣେ କର୍ମଚାରୀ ମହିଳା ଗ୍ରାହକଙ୍କୁ ‘ନିଜ ପିଲାଙ୍କୁ ଟଏଲେଟରେ ସ୍ତନ୍ୟପାନ କରାଅ’ ବୋଲି କହିବା ପରେ ମଲ୍‌ ପକ୍ଷରୁ କ୍ଷମାପ୍ରାର୍ଥନା କରାଯାଇଛି।

କୋଲକାତାର ସାଉଥ୍‌ସିଟି ମଲ୍‌କୁ ୨୯ବର୍ଷ ବୟସ୍କା ଅଭିଳାଷା ନିଜର ୭ମାସର ଶିଶୁ କନ୍ୟା ସହ ଯାଇଥିଲେ। ସେଠାରେ ଶିଶୁଟିକୁ ସ୍ତନ୍ୟପାନ କରାଇବା ଆବଶ୍ୟକ ପଡ଼ିଲା। ଏଥିଲାଗି ସମଗ୍ର ମଲରେ ଉପଯୁକ୍ତ ସ୍ଥାନଟିଏ ଖୋଜି ପାଇଲେ ନାହିଁ ମହିଳା। ଏହାପରେ ସେ ଜଣେ କର୍ମଚାରୀଙ୍କୁ ଏନେଇ ପଚାରିବାରୁ ସେ ଉତ୍ତର ଦେଲେ କି-ଟଏଲେଟରେ ସ୍ତନ୍ୟପାନ କରାଅ।

ଏହାପରେ ଅଭିଳାଷା ଫେସ୍‌ବୁକ୍‌ରେ ସାଉଥ୍‌ ସିଟି ମଲ୍‌ରେ ଏପରି ଅସୁବିଧା ଭୋଗ କରିଥିବା ସେୟାର କରିଥିଲେ। ଏହାର ଉତ୍ତରରେ ମଲ ପକ୍ଷରୁ ମହିଳାଙ୍କୁ ଏକ ବଡ଼ ପୋଷ୍ଟ ଜରିଆରେ ନାନା କଥା କୁହାଗଲା। ମଲ ଏକ ପବ୍ଲିକ୍‌ ପ୍ଲେସ୍‌, ସ୍ତନ୍ୟପାନ କରାଇବାର ସ୍ଥାନ ନୁହେଁ। ଏଠାକୁ ଆସିବା ପୂର୍ବରୁ ନିଜ ପିଲାକୁ ଶୁଆଇ ଆସିବ ଦରକାର। ମଲ୍‌ ସପିଂ ପାଇଁ ଉଦ୍ଦିଷ୍ଟ, ସ୍ତନ୍ୟପାନ ଲାଗି ନୁହେଁ।

ଏପରି ରୁକ୍ଷ ଉତ୍ତର ପରେ ବହୁ ବ୍ୟବହାରକାରୀ ମଲ୍‌ କର୍ତ୍ତୁପକ୍ଷଙ୍କୁ ଭର୍ତ୍ସନା କରିବାରେ ଲାଗିଲେ। ମଲ୍‌ର ଏପରି ଉତ୍ତରକୁ ନାପସନ୍ଦ କଲେ ଲୋକେ। ଅଭିଳାଷା ଏନେଇ କଂଜ୍ୟୁମର ଫୋରମ୍‌ରେ ଅଭିଯୋଗ କରିବାକୁ ବାହାରିଲେ। ସମାଲୋଚନାର ସୁଅ ଛୁଟିବା ପରେ ମଲ୍‌ କର୍ତ୍ତୁପକ୍ଷ ଫେସ୍‌ବୁକ୍‌ରେ ଏଭଳି ଉତ୍ତର ଲାଗି କ୍ଷମାପ୍ରାର୍ଥନା କରିବା ସହ ମଲ୍‌ରେ ଶିଶୁ ଯତ୍ନ ଲାଗି ବ୍ୟବସ୍ଥା ରହିଛି, ମାତ୍ରା ତାହା କାର୍ଯ୍ୟକାରୀ ହୋଇ ପାରି ନାହିଁ।

ସମ୍ବନ୍ଧିତ ଖବର