ନିଜ ଜୀବନକୁ ବାଜି ଲଗାଇ ପାଣିରେ ଭାସି ଯାଉଥିବା ମା’ ଓ ପୁଅଙ୍କ ଜୀବନ ଏପରି ବଞ୍ଚାଇଲେ ଅଟୋ ଚାଳକ

ନୂଆଦିଲ୍ଲୀ: ସମୟ ସମୟରେ ଆମେ ଆମ କାମରେ ଏତେ ବ୍ୟସ୍ତ ହୋଇଯାଇଥାଉ ଯେ ଅନ୍ୟକୁ ସାହାଯ୍ୟ କରିବା କଥା ମନରେ ଭାବି ବି ନଥାଉ। ଏହି ବ୍ୟସ୍ତବହୁଳ ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ କି ନିଜ ଜୀବନକୁ ବାଜି ଲଗାଇ ଅନ୍ୟକୁ ସାହାଯ୍ୟ କରିବାକୁ ପଛାଇ ନଥାଆନ୍ତି।

ପବନ ଶାହ ନାମକ ଜଣେ ଅଟୋ ଚାଳକ ଦିଲ୍ଲୀରେ ବସବାସ କରନ୍ତି। ୨୦୧୮ ଡିସେମ୍ବର ୨୨ରେ ପବନ ପ୍ରତିଦିନ ଭଳି ଯାତ୍ରୀଙ୍କୁ ଛାଡ଼ି ଘରକୁ ଫେରୁ ଥିଲେ। ଏହି ସମୟରେ ମିଠାପୁର ପୋଖରୀରେ ରେଲିଂରେ ଜଣେ ମହିଳା ନିଜ ପୁଅର ହାତ ଧରି ଛିଡା ହୋଇଥିବା ସେ ଦେଖିବାକୁ ପାଇଲେ। ପବନଙ୍କୁ ମହିଳାଙ୍କ ହାବଭାବ ଦେଖି ସନ୍ଦେହ ହୋଇଥିଲା। ସେ ତୁରନ୍ତ ଅଟୋକୁ ରାସ୍ତାରେ ଅଟକାଇ ମହିଳାଙ୍କ ପାଖରେ ପହଞ୍ଚିବା ପୂର୍ବରୁ ମା’ ପୁଅ ଦୁହେଁ ପାଣିକୁ ଡେଇଁ ପଡ଼ିଥିଲେ। ନିଜ ଜୀବନକୁ ଖାତିର୍‌ ନକରି ମହିଳାଙ୍କୁ ବଞ୍ଚାଇବା ପାଇଁ ସେ ବି ପାଣିରେ ଡେଇଁ ପଡିଥିଲେ। ସର୍ବପ୍ରଥମେ ପୁଅକୁ ପାଣି ଭିତରୁ ଉଦ୍ଧାର କରିଥିଲେ, ତା’ପରେ ମା’କୁ ବଞ୍ଚାଇବା ପାଇଁ ଅନ୍ୟମାନଙ୍କୁ ଡାକ ଛାଡ଼ିଥିଲେ। ପବନଙ୍କ ଡାକ ଶୁଣି ସ୍ଥାନୀୟଲୋକେ ରାଜବୀର, ଜାମିଲ ଓ ସଞ୍ଜୀବ ଘଟଣାସ୍ଥଳରେ ପହଞ୍ଚି ମା’ ଓ ପୁଅ ଦୁହିଁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।

ସମ୍ବନ୍ଧିତ ଖବର