ଏଭଳି ବିପଦପୂର୍ଣ୍ଣ ପ୍ରି ୱେଡିଂ ଫଟୋ ସୁଟ ଦେଖି ଲୋକେ ହେ‌ଲେ ଆଶ୍ଚର୍ଯ୍ୟ, ଦେଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ଆଜିକାଲି ବିବାହ ପୂର୍ବରୁ ବର-କନ୍ୟା ପ୍ରି ୱେଡିଂ ଫଟୋସୁଟର ଟ୍ରେଣ୍ଡ ବହୁତ ଲୋକପ୍ରିୟ ହୋଇଛି। ବିବାହ ପୂର୍ବରୁ ପ୍ରି ୱେଡିଂ ଫଟୋସୁଟ କରିବା ପାଇଁ ବର-ବଧୂ ହଜାରେରୁ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରୁଛନ୍ତି । କିଛି ଫଟୋସୁଟ୍ ତ ଏପରି ହୋଇଥାଏ କି ଯାହାକୁ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ଆଶ୍ଚର୍ଯ୍ୟ ହୋଇଯାଇଥାଆନ୍ତି।

ଫଟୋଗ୍ରାଫର ବର ଏବଂ ବଧୂଙ୍କୁ ଯେମିତି ପୋଜ ଦେବାକୁ କହିଥାଆନ୍ତି ସେମାନେ ସେମିତି ହିଁ କରିଥାଆନ୍ତି। ସୋସିଆଲ ମିଡିଆରେ ଏକ ଫଟୋସୁଟର ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଭାବିବାକୁ ପଡ଼ୁଛି ଫଟୋସୁଟ କରିବା ପାଇଁ ଏମିତି କାମ ବି କରିବାକୁ ହୋଇଥାଏ?

୩୮ ସେକେଣ୍ଡର ଭିଡିଓରେ ଆପଣ ଦେଖିପାରିବେ ଯେ ବର ଏବଂ ବଧୂ ଏକ ଫଟୋସୁଟ୍ ପାଇଁ ପୋଜ୍ ଦେଉଛନ୍ତି। କିନ୍ତୁ, ବରର ପୋଜ୍ ସମ୍ପୂର୍ଣ୍ଣ ଭିନ୍ନ ଏବଂ ବିପଜ୍ଜନକ ରହିଛି। ସେ ପାଦ ବଦଳରେ ତାଙ୍କ ହାତରେ ଠିଆ ହୋଇଥିବା ଦେଖିବାକୁ ମିଳୁଛି। ଯଦି ଅସା‌ବଧାନତା ହେତୁ ତାଙ୍କ ହାତ ଖସି ଯାଇଥାଆନ୍ତା ତେବେ ବର ନିଶ୍ଚିତ ଭାବେ ଆଘାତ ପାଇଥାଆନ୍ତେ।

 

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ @ josephjohn2611 ଟ୍ୱିଟରରେ ସେୟାର କରାଯାଇଛି। ଏଥିସହିତ କ୍ୟାପସନରେ ଲେଖାଯାଇଛି – ବିବାହ ପୂର୍ବରୁ ଫିଟୋସୁଟିଂ କଠିନ ହେବାରେ ଲାଗିଛି, ଏହା ଭଲ ଯେ ଆପଣ ଏହାକୁ ପୂର୍ବରୁ ଶେଷ କରି ଦେଇଛନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ଭିଡିଓ ଦେଖିବା ପରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି।

ସମ୍ବନ୍ଧିତ ଖବର