ମାତୃ ମମତାର ବିରଳ ଉଦାହରଣ: ଭୋକରେ ଆଉଟୁ ପାଉଟୁ ହେଉଥିବା କୁକୁର ଛୁଆକୁ କ୍ଷୀର ପିଆଇଲେ ଗୋମାତା, ଭାବୁକ କଲା ଭଳି ଫଟୋ ହେଲା ଭାଇରାଲ…
ଲକ୍ଷ୍ନୌ: ମା’ର ମମତାକୁ ବୁଝିବା ଏତେ ସହଜ ନୁହେଁ । ନିଜ ପିଲମାନଙ୍କ ପାଇଁ ଗୋଟେ ମା’ କ’ଣ ଯେ ନ କରି ପାରେ ତାହା କେହି କଳନା ପାରିବେ ନାହିଁ । ପିଲାମାନଙ୍କ ମନ କଥା ବୁଝିବା ସହ ସେମାନେ କେତେବେଳେ କ’ଣ ଚାହାଁନ୍ତି, ତାହା ଗୋଟେ ମା’ ଭଲ ଭାବରେ ଜାଣି ଯାଇଥାଏ । ମଣିଷ ହେଉ କି ପଶୁ, ଜଣେ ମା’ ହିସାବରେ ସେ ନିଜ ପିଲମାନଙ୍କ ମନ କଥା ବୁଝି ପାରିଥାଏ । ତେବେ ସୋସିଆଲ ମିଡିଆରେ ଏବେ ଗୋଟେ ଭାବୁକ କଲା ଭଳି ଫଟୋ ଭାଇରାଲ ହେଉଛି । ଯେଉଁଥିରେ ଗୋମାତାଙ୍କ ଠାରୁ କିଛି କୁକୁର ଛୁଆ କ୍ଷୀର ପିଉଥିବାର ଦେଖା ଯାଇଛି । ଏହି ଫଟୋଟି ମା’ର ଶବ୍ଦକୁ ଏକ ନୂଆ ଅର୍ଥ ଦେଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଫଟୋରେ କ୍ଷୀର ପିଉଥିବା କୁକୁର ଛୁଆଙ୍କର ମା’ ସେମାନଙ୍କୁ ଜନ୍ମ ଦେବା ପରେ ଆର ପାରିକୁ ଚାଲି ଯାଇଥିଲା । ଯାହା ପରେ କୁକୁର ଛୁଆ ଭୋକ ବିକଳରେ ଗୋମାତାଙ୍କ ପାଖକୁ ଆସି କ୍ଷୀର ପିଇଥିଲେ । କୁକୁର ଛୁଆମାନଙ୍କ ଏଭଳି କାମକୁ ବିରୋଧ ନ କରି ଗୋମାତା ଶାନ୍ତିରେ ତଳେ ଶୋଇ ରହିଥିଲେ । ଏମିତି ଲାଗୁଥିଲା ଦୁହେଁ ଯେମିତି ପରସ୍ପରର କଥା ବୁଝି ଯାଇଛନ୍ତି ।