ରାଜ୍ୟରେ ୫ ଦିନ ମଧ୍ୟରେ ୫ ଗୁଣରୁ ଅଧିକ ହେଲା ଦୈନିକ ସଂକ୍ରମଣ

ଭୁବନେଶ୍ବର: ରାଜ୍ୟରେ କରୋନା ମିଟର ଉପର ମୁହାଁ ହେବାରେ ଲାଗିଛି । ପ୍ରତିଦିନ ବଢ଼ିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ସବୁଠାରୁ ବଡ କଥା ହେଉଛି କେବଳ ଜାନୁଆରି ମାସରେ ୮ଦିନରେ ରାଜ୍ୟରୁ ଚିହ୍ନଟ ହେଲେଣି ୧୧ ହଜାର ୩୨୧ ସଂକ୍ରମିତ । ମାତ୍ର ୮ ଦିନରେ ୫ ପ୍ରତିଶତ ଉପରକୁ ଚାଲିଯାଇଛି ସଂକ୍ରମଣ ହାର । ବିଶେଷ କରି ଖୋର୍ଦ୍ଧା ଓ ସୁନ୍ଦରଗଡରେ ସଂକ୍ରମଣ ସ୍ଥିତି ଚିନ୍ତା ବଢାଇ ଦେଇଛି ।

ନଜର ପକାନ୍ତୁ, ଓଡ଼ିଶାର କରୋନା ସ୍ଥିତି ଉପରେ । ଗତ ୨୪ ଘଣ୍ଟା ଭିତରେ ୩୬୭୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ହେଲେ ୭ ତାରିଖରେ ରାଜ୍ୟରୁ ୨୭୦୩ ମାମଲା ଆସିଥିଲା ଏବଂ ୬ ତାରିଖରେ ଏହି ସଂଖ୍ୟା ଥିଲା ୧୮୯୭ । ହେଲେ ଗତ ୫ ଦିନରେ ୫ ଗୁଣରୁ ଅଧିକ ହୋଇଛି ଦୈନିକ ସଂକ୍ରମଣ ।

ଓଡ଼ିଶା କରୋନା ମିଟର
  • ୮ ଜାନୁଆରି – ୩୬୭୯
  • ୭ ଜାନୁଆରି – ୨୭୦୩
  • ୬ ଜାନୁଆରି – ୧୮୯୭
  • ୫ ଜାନୁଆରି – ୧୨୧୬
  • ୪ ଜାନୁଆରି – ୬୪୦The world learned about a new coronavirus 5 months ago. Here's what we now know about COVID-19.

ଖୋର୍ଦ୍ଧା ଜିଲ୍ଲାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୧୩୭ ରହିଛି । ଏହା ପରେ ସୁନ୍ଦରଗଡ଼ରେ ଅଛନ୍ତି ୧୫୯୨ ସକ୍ରିୟ ଆକ୍ରାନ୍ତ । ତେବେ ୧୪ ଜଣ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ ଓମିକ୍ରନ ମାମଲା ୭୫ରେ ପହଞ୍ଚିଛି। ନୂଆ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ୮ ଜଣ ସ୍ଥାନୀୟ ସଂକ୍ରମିତ । ତେବେ ମାତ୍ର ୮ ଦିନ ମଧ୍ୟରେ ରାଜ୍ୟରେ ୫ ପ୍ରତିଶତ ଉପରକୁ ଚାଲିଯାଇଛି ଟେଷ୍ଟ ପଜିଟିଭିଟି ରେଟ୍ ବା ସଂକ୍ରମଣ ହାର ।

ଜାନୁଆରି ୧ ତାରିଖରେ ରାଜ୍ୟରେ ସଂକ୍ରମଣ ହାର ଥିଲା ୦.୪୮ ପ୍ରତିଶତ, ୮ ତାରିଖରେ ସଂକ୍ରମଣ ହାର ରହିଛି ୫.୧୫ ପ୍ରତିଶତ । ସବୁଠୁ ଅଧିକ ସଂକ୍ରମଣ ହାର ରହିଛି ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ । ସୁନ୍ଦରଗଡ଼ର ସଂକ୍ରମଣ ହାର ୧୦.୮ ପ୍ରତିଶତ ଥିବା ବେଳେ ଖୋର୍ଦ୍ଧାର ସଂକ୍ରମଣ ହାର ୯.୯ ପ୍ରତିଶତ ରହିଛି । ସଂକ୍ରମଣ ବଢ଼ୁଛି, କିନ୍ତୁ ରୋଗୀ ଗୁରୁତର ହେଉନାହାନ୍ତି ବୋଲି କହିଛନ୍ତି ବରିଷ୍ଠ ଡାକ୍ତର ନୀରୋଜ ମିଶ୍ର । ସତର୍କ ରହିଲେ ଫେବ୍ରୁଆରୀ ଶେଷ ସୁଦ୍ଧା ସ୍ଥିତି ସୁଧୁରିବ ବୋଲି ସେ କହିଛନ୍ତି । ସେପଟେ ଦେଶର କରୋନା ମିଟର ମଧ୍ୟ ଉପରମୁହାଁ ହୋଇଛି । ଦିନକରେ ଦେଶରେ ୧ଲକ୍ଷ ୪୧ ହଜାର ୯୮୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ଘଣ୍ଟାରେ ସଂକ୍ରମଣ ୨୧ ପ୍ରତିଶତ ବୃଦ୍ଧି ପାଇଛି । ଏହି ସମୟ ମଧ୍ୟରେ ୨୮୫ ଜଣଙ୍କ ମୃତ୍ୟୁ ହୋଇଛି । ଦେଶର ସଂକ୍ରମଣ ହାର ରହିଛି ୯.୨୮ ପ୍ରତିଶତ ।

ସମ୍ବନ୍ଧିତ ଖବର