ମୃତ ପୁଅକୁ ଜୀବିତ କରିବା ଲାଗି କବର ପାଖରେ ୩୮ ଦିନ ଧରି ଠିଆ ହେଲେ ବାପା

ନେଲୋର: ଆନ୍ଧ୍ର ପ୍ରଦେଶର ନେଲୋର ଜିଲ୍ଲାର ଜଣେ ବ୍ୟକ୍ତି ନିଜ ପୁଅର କବର ପାଖରେ ଦୀର୍ଘ ୩୮ ଦିନ ହେବ ଠିଆ ହୋଇ ରହିଲା,କାଳେ ତା’ର ପୁଅ ଜୀବିତ ହେବ। ଜଣେ ତାନ୍ତ୍ରିକ ତାଙ୍କୁ ଏଭଳି ପରାମର୍ଶ ଦେଇଥିଲେ। ଏହି କାରଣରୁ ଥୁ ପ୍ପକୁଲା ରାମୁ (୫୬) ପେଟଲୁଗୁ ଗାଆଁର ୩୮ ଦିନ ଧରି ଖ୍ରୀଷ୍ଟିଆନ୍‌ କବର ପାଖରେ ରହୁଥିଲେ। ରାମୁ ତାନ୍ତ୍ରିକଙ୍କ ଉପରେ ଭରସା କରି ତନ୍ତ୍ର ସାଧନା ଳାଗି ତାଙ୍କୁ ଲାଗି ତାଙ୍କୁ ୭ ଲକ୍ଷ ଟଙ୍କା ବି ଦେଇଥିଲେ।
ପୁଲିସକୁ ଏହି ଅଜବ ଘଟଣା ସଂପର୍କରେ ଯେତେବେଳେ ସୂଚନା ମିଳିଲା, ସେତେବେଳେ ପୁଲିସ କବରଖାନାlରେ ପହଞ୍ଚଲା ଓ ରାମୁଙ୍କ ସହିତ କଥାବାର୍ତ୍ତା ହୋଇଥିଲା। ତା’ପରେ ରାମୁ ଘରକୁ ଫେରି ଆସିଥିଲେ ମାତ୍ର ତାନ୍ତ୍ରିକଙ୍କ ଉପରେ ତାଙ୍କର ଅଖଣ୍ଡ ବିଶ୍ୱାସ ରହିଛି ବୋଲି କହିଥିଲେ।ଏଠାରେ ସୂଚନାଯୋଗ୍ୟ ଯେ ରାମୁଙ୍କ ଏକ ମାତ୍ର ପୁଅ ଟି ଶ୍ରୀନିବାସଲୁ (୨୬)ଙ୍କର ଗତ ମାସରେ କଡପା ଜିଲ୍ଲାର କୋଦୁର ଗାଆଁରେ ସ୍ୱାଇନ୍‌ ଫ୍ଲୁରେ ମୃତ୍ୟୁ ହୋଇଥିଲା। ତାନ୍ତ୍ରିକ ରାମୁଙ୍କୁ ୪୧ ଦିନ ଯାଏଁ ପୁଅର କବର ପାଖରେ ଠିଆ ହୋଇ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ତାଙ୍କ ପୁଅ ପୁଣି ଜୀବିତ ହେବ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର