ସ୍ତ୍ରୀର ଚିକିତ୍ସା ପାଇଁ ଡାକ୍ତର ବନ୍ଧା ରଖିଥିଲେ ଏମବିବିଏସ ସାର୍ଟିଫିକେଟ

ପାଲି: ରାଜସ୍ଥାନର ପାଲିରେ ଜଣେ ଡାକ୍ତର ପ୍ରକୃତ ପ୍ରେମର ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସ୍ତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ଏହି ଡାକ୍ତର ଜଣକ ତାଙ୍କର ଏମବିବିଏସ ଡିଗ୍ରୀ ସାର୍ଟିଫିକେଟ ବନ୍ଧା ରଖିଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ବହୁ ସଂଖ୍ୟକ ସୋସିଆଲ ମିଡିଆ ବ୍ୟବହାରକାରୀ ଡାକ୍ତରଙ୍କୁ ପ୍ରଶଂସା କରୁଛନ୍ତି।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଡାକ୍ତର ସୁରେଶ ଚୌଧୁରୀ ତାଙ୍କ ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଟଙ୍କା ଯୋଗାଡ଼ କରିବାକୁ ଯାଇ ନିଜର ଏମବିବିଏସ ଡିଗ୍ରୀ ସାର୍ଟିଫିକେଟ ବନ୍ଧା ରଖିଥିଲେ। ସାର୍ଟିଫିକେଟ ବନ୍ଧା ରଖି ସେ ୭୦ଲକ୍ଷ ଟଙ୍କା ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଆଣିଥିଲେ। ତାଙ୍କ ସ୍ତ୍ରୀଙ୍କ ଚିକିତ୍ସାରେ ୧.୨୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ରହିଛି।

ଗତ ବର୍ଷ ମେ ୧୦ ତାରିଖରେ ଡାକ୍ତର ସୁ‌ରେଶଙ୍କ ପତ୍ନୀ କରୋନା ସଂକ୍ରମିତ ହୋଇଥିଲେ। ଯାହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏତେ ଖରାପ ହୋଇଯାଇଥିଲା ଯେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା। ଚିକିତ୍ସା ସମୟରେ ଡାକ୍ତରଙ୍କ ସ୍ତ୍ରୀଙ୍କୁ ଇକମୋ ଚିକିତ୍ସା ଦିଆଯାଇଥିଲା। କାରଣ ସୁରେଶଙ୍କ ପତ୍ନୀଙ୍କ ୯୫ପ୍ରତିଶତ ଫୁସଫୁସ ଖରାପ ହୋଇଯାଇଥିଲା। ଏହାପରେ ତାଙ୍କୁ ଭେଣ୍ଟିଲେଟରରେ ରଖା ଯାଇଥିଲା। ଶରୀରରୁ ଓଜନ ୨୦କେଜି ହ୍ରାସ ପାଇଯାଇଥିବା ବେଳେ ୧.୫ ୟୁନିଟ ରକ୍ତ ତାଙ୍କ ଶରୀର‌ରେ ଥିଲା।

ଡାକ୍ତର ସୁରେଶ ଚୌଧୁରୀ ପାଲିର ଖିରୱା ଗାଁର ବାସିନ୍ଦା । ତାଙ୍କର ଏକ ୫ ବର୍ଷର ପୁଅ ମଧ୍ୟ ଅଛି । ସ୍ତ୍ରୀଙ୍କ ଅସୁସ୍ଥତା ସମୟରେ ତାଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ସମ୍ବନ୍ଧିତ ଖବର