ପଦ୍ମଭୂଷଣ ଜିତିଥିବା ଡାକ୍ତରଙ୍କ ଦାବି: ହାରିବ କରୋନା, ଜିତିବ ଭାରତ

କରୋନାକୁ ହରାଇବ ଭାରତର ତାପମାତ୍ରା

ହାଇଦ୍ରାବାଦ: ଭାରତରେ କରୋନା ଭୂତାଣୁକୁ ନେଇ ଲୋକଙ୍କ ମନରେ ଏକ ଅଦ୍ଭୁତ ଭୟ ଏବଂ ଆତଙ୍କ ଦେଖାଦେଇଛି । ଏହି ଭୂତାଣୁ ଏତେ ଦ୍ରୁତ ଗତିରେ ବ୍ୟାପୁଛି ଯେ, ଏହାକୁ ରୋକିବା ପାଇଁ ସାରା ଦେଶରେ ତିନି ସପ୍ତାହର ତାଲା ପକାଇବାକୁ ସରକାର ଘୋଷଣା କରିଛନ୍ତି। ଏହି ଭୟକୁ ଦୂର କରିବା ପାଇଁ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତିସମ୍ପନ୍ନ ଡାକ୍ତରୀ ବିଶେଷଜ୍ଞ ଡାକ୍ତର ଡି ନାଗେଶ୍ୱରା ରେଡ୍ଡୀ ଯାହା କହିଛନ୍ତି ତାହା ଏକ ଖୁସି ଖବରଠାରୁ କମ୍ ନୁହେଁ। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, କରୋନା ଭୂତାଣୁ ସହଜରେ ପରାସ୍ତ ହୋଇପାରିବ। ସେ ଆହୁରି ମଧ୍ୟ ଆଶା କରିଛନ୍ତି ଯେ, ବର୍ତ୍ତମାନ ଚାଲିଥିବା ଲକଡାଉନ ତିନି-ଚାରି ସପ୍ତାହରୁ ଅଧିକ ହେବ ନାହିଁ।

୨୦୧୬ରେ ଡାକ୍ତର ରେଡ୍ଡୀଙ୍କୁ ପଦ୍ମ ଭୂଷଣ ପୁରସ୍କାର ପ୍ରଦାନ କରାଯାଇଥିଲା। ବର୍ତ୍ତମାନ ସେ ଏସିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିର ଚେୟାରମ୍ୟାନ୍ ଭାବେ ଦାୟିତ୍ୱ ତୁଲାଉଛନ୍ତି। ସାକ୍ଷାତକାରରେ ସେ କରୋନା ଭୂତାଣୁ ସଂକ୍ରମଣ ବିଷୟରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଷୟ ଉଲ୍ଲେଖ କରିଛନ୍ତି, ଯାହା ଭାରତ ସପକ୍ଷରେ ଯାଉଛି। ଏଥିରେ ସେ ଭାରତର ଉତ୍ତାପ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଡାକ୍ତର ରେଡ୍ଡୀ କହିଛନ୍ତି, ତାପମାତ୍ରାକୁ ନେଇ ଅନେକ ବିବାଦ ଦେଖାଦେଇଛି, କିନ୍ତୁ ନିକଟରେ ଆମେରିକାର ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏମଆଇଟି) ଦ୍ୱାରା ଭୂତାଣୁର ଉତ୍ତାପ ସମ୍ବେଦନଶୀଳତା ବିଷୟରେ ଏକ ଅନୁସନ୍ଧାନ ପ୍ରକାଶ ପାଇଛି। ୩୨ଡିଗ୍ରୀରୁ ଅଧିକ ତାପମାତ୍ରାରେ ଏହି ଭୂତାଣୁ ଅଧିକ ଦିନ ବଞ୍ଚି ପାରିବ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତର ଅନେକ ସ୍ଥାନରେ ଏପ୍ରିଲରେ ତାପମାତ୍ରା ୩୨ଡିଗ୍ରୀରୁ ଅଧିକ ବଢିଥାଏ। କିନ୍ତୁ ଘର ଭିତରେ ଆମେ ଏସି ବ୍ୟବହାର କରୁଛୁ, ଯାହା ସମସ୍ୟାକୁ ବଢାଇପାରେ |

भारत में वायरस का जीनोम अलग
oneindia.com

ଡାକ୍ତର ରେଡ୍ଡୀଙ୍କ ଅନୁଯାୟୀ, ଡିସେମ୍ବର ମାସରେ ଚୀନ୍‌ର ଊହାନ ସହରରେ କରୋନା ଭୂତାଣୁ ଉତ୍ପନ୍ନ ହୋଇ ସେଠାରୁ ବ୍ୟାପିବା ଆରମ୍ଭ କରିଥିଲା। ଚୀନ୍ ସହ ଏହା ଇଟାଲୀ, ଆମେରିକା ସମେତ ୟୁରୋପର ଅନ୍ୟ ଦେଶକୁ ବ୍ୟାପିଥିଲା | ଦୁଇରୁ ତିନି ସପ୍ତାହ ମଧ୍ୟରେ ଏହି ଭୂତାଣୁ ଭାରତରେ ପହଞ୍ଚିଥିଲା। ସେ କହିଛନ୍ତି ଯେ, କରୋନା ହେଉଛି ଏକ ଆରଏନଏ ଭୂତାଣୁ, ଯାହା ବାଦୁଡ଼ିଠାରୁ ମଣିଷ ପର୍ଯ୍ୟନ୍ତ ବ୍ୟାପିଥିଲା। କିନ୍ତୁ ଯେତେବେଳେ ଏହି ଭୂତାଣୁ ଇଟାଲୀ, ଆମେରିକା ଦେଇ ଭାରତରେ ପହଞ୍ଚିଥିବ, ଏହାର ଆନୁବଂଶିକ ରୁପ ଅଲଗା ହୋଇଥିବ ନିଶ୍ଚୟ | ଭାରତରେ କୋଭିଡ-୧୯ର ପ୍ରସାର ଇଟାଲୀ କିମ୍ବା ଚୀନ୍ ସହିତ ସମାନ୍ତରାଳ ହୋଇନପାରେ କାରଣ ଏହାର ଷ୍ଟ୍ରେନ୍ ଭିନ୍ନ ଅଟେ। ଭାରତୀୟ ଭୂତାଣୁରେ ଥିବା ଜେନମର ସ୍ପାଇକ୍ ପ୍ରୋଟିନରେ ଗୋଟିଏ ଛୋଟ ପରିବର୍ତ୍ତନ ଘଟିଥାଏ। ସ୍ପାଇକ୍ ପ୍ରୋଟିନ୍ ହେଉଛି ସେହି କ୍ଷେତ୍ର ଯାହା ମାନବ କୋଷ ସହିତ ସଂଲଗ୍ନ ଥାଏ | ଏବେ ସ୍ପାଇକ୍ ପ୍ରୋଟିନରେ କେବଳ ଗୋଟିଏ ଛୋଟ ପରିବର୍ତ୍ତନ ଘଟିଛି, ଯାହା ମାନବ କୋଷ ସହିତ ଥିବା ସଂଲଗ୍ନକୁ ଦୁର୍ବଳ କରିଦେଇଛି | ଲକ ଡାଉନ ପାଇଁ ଏହା ସମ୍ଭବ ହୋଇପାରିଛି | ମୋ ମତରେ କରାଯାଇଥିବା ଲକ ଡାଉନକୁ ତିନି ସପ୍ତାହ ମଧ୍ୟରେ ସୀମିତ ରଖିବା ଉଚିତ୍। ଏହି ସମୟ ଭିତରେ ଆମେ କରୋନାକୁ ସହଜରେ ହରାଇ ପାରିବା ବୋଲି ସେ କହିଛନ୍ତି |

ସମ୍ବନ୍ଧିତ ଖବର