ସ୍ୱଚ୍ଛତା ପାଇଁ ଏଭଳି ନିଶା ଆପଣ ଦେଖି ନଥିବେ, ୭୦ଲକ୍ଷ କାର୍‌ରେ ମଇଳା ସଫା କରୁଛନ୍ତି ଭୋପାଳର ଏହି ଡ଼ାକ୍ତର

ଭୋପାଳ: ସମସ୍ତେ ନିଜ ନିଜ ଘରକୁ ସ୍ୱଚ୍ଛ ଏବଂ ସଫା ରଖିବାକୁ ଚାହିଁଥାନ୍ତି । ଯେବେ ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛତା ଅଭିଯାନ ଆରମ୍ଭ କରିଛନ୍ତି ସେହି ଦିନ ଠାରୁ ଭାରତର କିଛି ଲୋକ ସ୍ୱଚ୍ଛତା ସଂପର୍କରେ ସତର୍କ ହେବା ସହ ଏହି ଅଭିଯାନକୁ ସଫଳ କରିବାରେ ଲାଗି ପଡ଼ିଛନ୍ତି ।
ଭୋପାଳରେ ସେଭଳି ଏକ ଘଟଣା ସାମ୍ନାକୁ ଆସିଛି । ଅଭିନୀତ୍‌ ନାମକ ଜଣେ ଡ଼ାକ୍ତର ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱଚ୍ଛ ଭାରତ ଅଭିଯାନ ଦ୍ୱାରା ପ୍ରଭାବିତ ହୋଇ ନିଜ ୭୦ଲକ୍ଷ କାର୍‌ ବ୍ୟବହାର କରି ରାଜଧାନୀର ମଇଳା ସଫା କରିବା ଆରମ୍ଭ କରିଛନ୍ତି । ନିଜ କାର୍‌ ସାହାଯ୍ୟରେ ସେ ରାଜଧାନୀର ସବୁ ମଇଳାକୁ ଉଠାଇ ପରିବେଶକୁ ସଫା କରିବା ପାଇଁ ନିଷ୍ପତ୍ତି ନେବା ସହ ଅଧିକରୁ ଅଧିକ ଲୋକ କିପରି ଏଥିରେ ସାମିଲ ହେବେ ସେ ନେଇ ଚେଷ୍ଟା ମଧ୍ୟ ଆରମ୍ଭ କରିଛନ୍ତି ।

punjabkesari.in

ସୂଚନା ମୁତାବକ, ଡ଼ାକ୍ତର ଅଭିନୀତ୍‌ ଭୋପାଳର ଏକ ସ୍କିନ୍‌କେୟାର କ୍ଲିିନିକ୍‌ର ମାଲିକ ବୋଲି ଜଣା ପଡ଼ିଛି । ସେ ଚଳାଇଥିବା ସ୍ୱଚ୍ଛତା ଅଭିଯାନ ଉପରେ ତାଙ୍କୁ ପଚରାଯିବା ପରେ ପ୍ରଧାମନନ୍ତ୍ରୀ ମୋଦିଙ୍କ ଅଭିଯାନରୁ ସେ ଅନୁପ୍ରାଣିତ ହୋଇ ଏପରି କରିଥିବା କହିଛନ୍ତି । ନିଜ ରାଜଧାନୀକୁ ମୁଁ କିପରି ସ୍ୱଚ୍ଛ ରଖିବି ସେ ନେଇ ଚେଷ୍ଟା ଚଳାଇଛି । ଅଭିନୀତ୍‌ଙ୍କ କହିବା ଅନୁଯାୟୀ, ସେ ତାଙ୍କ ୭୦ଲକ୍ଷ କାର୍‌ରେ ଟ୍ରଲି ବାନ୍ଧି ସହରର ସବୁ ସ୍ଥାନରୁ ମଇଳା ଉଠାଇ ପରିବେଶକୁ ସଫା କରିବେ । ତାଙ୍କର ଏପରି କରିବା ପଛରେ ଲୋକମାନଙ୍କୁ ସଚେତନ କରାଇବା ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର