ପ୍ରେମିକ ଦ୍ବାରା ପ୍ରସ୍ତୁତ ରିଜ୍ୟୁମକୁ ନପଢ଼ି ଏଚଆରଙ୍କୁ ପଠାଇବା ଯୁବତୀଙ୍କୁ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ରିଜ୍ୟୁମ୍ ଆଧାରରେ କମ୍ପାନିଗୁଡିକ ପ୍ରାର୍ଥୀ ଚୟନ କରିଥାଆନ୍ତି। ଚାକିରି ପାଇବା ପାଇଁ ପ୍ରତ୍ୟେକଟି ଲୋକ ଏଚଆରଙ୍କୁ ଭଲ ରିଜ୍ୟୁମ ପଠାଇ ଆକର୍ଷିତ କରିବାକୁ ଚେଷ୍ଟା କରିଥାଆନ୍ତି।

ଏଭଳି ପରିସ୍ଥିତିରେ କିଛି ଲୋକ ସେମାନଙ୍କର ରିଜ୍ୟୁମକୁ ସର୍ବୋତ୍ତମ କରିବା ପାଇଁ ଅନ୍ୟର ସାହାଯ୍ୟ ନେଇ ଥାଆନ୍ତି। କିନ୍ତୁ ଏମିତି କରିବା ଜଣେ ଯୁବତୀଙ୍କୁ ମହଙ୍ଗା ପଡ଼ିଛି। ଯୁବତୀ ତାଙ୍କ ପ୍ରେମିକ ଦ୍ୱାରା ଏକ ରିଜ୍ୟୁମ ପ୍ରସ୍ତୁତ କରିଥିଲେ। ଆଉ ଉକ୍ତ ରିଜ୍ୟୁମକୁ ସେ ନପଢ଼ି ଏଚଆରଙ୍କୁ ପଠାଇ ଦେଇଥିଲେ।

ପ୍ରକାଶିତ ରିପୋର୍ଟ ମୁତାବକ,  ଏହି ରିଜ୍ୟୁମର ଏକ ସ୍କ୍ରିନସଟକୁ କମ୍ପାନି ସୋସିଆଲ ମିଡିଆରେ ସେୟାର କରିଛି । ଏହି ରିଜ୍ୟୁମ୍ ଦେଖି ଲୋକମାନେ ଥଟ୍ଟା ପରିହାସ କରୁଥିବା ଦେଖିବାକୁ ମିଳୁଛି।

ଯୁବତୀ କମ୍ପାନିକୁ ପଠାଇଥିବା ରିଜ୍ୟୁମରେ ସବୁକିଛି ତ ଠିକ ଥିଲା। କିନ୍ତୁ ଏଚଆରଙ୍କ ନଜର ମେଲ ନିମ୍ନରେ ଲେଖାଥିବା ମେସେଜ ଉପରେ ପଡ଼ିଥିଲା। ଏହି ମେସେଜ ଦେଖିବା କ୍ଷଣି ଏଚଆର ଜାଣି ପକାଇଥିଲେ କି ଯୁବତୀ ଜଣକ ତାଙ୍କ ବୟଫ୍ରେଣ୍ଡଙ୍କ ଠାରୁ ରିଜ୍ୟୁମ ଲେଖାଇଛନ୍ତି।

ମେଲ ତଳେ ଲେଖା ଯାଇଥିଲା, ‘ମୋର ପ୍ରିୟ .. ତୁମର ରିଜ୍ୟୁମ୍ ନିଅ । ଏହାକୁ ତିଆରି କରି ଦେଇଛି। ଠିକ୍ ଅଛି କି ନାହିଁ ଥରେ ଯାଞ୍ଚ କରି ନେବ। ଯଦି ତୁମେ  ଏଥିରେ କୌଣସି ପରିବର୍ତ୍ତନ କରିବାକୁ ଚାହୁଁଛ ତେବେ ମୋତେ ଜଣାଇଦେବ। ଏଥିସହିତ ପ୍ରେମିକ ମେଲରେ କିଛି ଚୁମ୍ବନ ଇମୋଜି ମଧ୍ୟ ଦେଇଥିଲେ।

ଏହି ମେଲର ସ୍କ୍ରିନସଟ୍ ଏଚଆର ଦ୍ୱାରା ଇନଷ୍ଟାଗ୍ରାମରେ ସେୟାର କରାଯାଇଥିଲା । ଏହାପରେ ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ଏହା ଭାଇରାଲ ହୋଇଯାଇଥିଲା।

ସମ୍ବନ୍ଧିତ ଖବର