ଗଛରେ ଯୁବତୀଙ୍କ ଆତ୍ମା ଥିବା କହି ଡରୁଥିଲେ ଲୋକେ, ପୁଲିସ ଯାଞ୍ଚ କରି ଖୋଲିଲା ଏହାର ରହସ୍ୟ

ଅହମ୍ମଦାବାଦ: ଗୁଜୁରାଟର ବନାସକାଣ୍ଠ ଜିଲ୍ଲାର ଅମିରଗଢ଼ ସହରରେ ଏଇ କିଛି ଦିନ ହେବ ଗଛରେ ଭୂତ ଥିବା ନେଇ ଏକ ଗୁଜବ ଘୁରି ବୁଲୁଛି। ଯାହାକୁ ନେଇ ଲୋକମାନଙ୍କ ମନରେ କୋକୁଆ ଭୟ ଖେଳି ଯାଇଛି। ସ୍ଥାନୀୟ ଲୋକମାନେ ଏକ ସପ୍ତାହ ହେବ ଭୂତକୁ ଦେଖୁଥିବା କଥା ବି କହିଛନ୍ତି। ଯାହାକୁ ନେଇ ଚାରିଆଡେ ଚାଞ୍ଚଲ୍ୟ ଖେଳି ଯାଇଛି। ଯେତେବେଳେ ଏହି ମାମଲା ପୁଲିସ ପାଖରେ ପହଞ୍ଚିଥିଲା ପୁଲିସ ଯାଞ୍ଚ କରିବା ଆରମ୍ଭ କରି ଦେଇଥିଲା। ସେତେବେଳେ ଏକ ଅଲଗା ସତ୍ୟତା ସାମ୍ନାକୁ ଆସିଥିଲା।

ଗତ କିଛିଦିନ ହେବ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି କି, ଗୁଜୁରାଟ-ରାଜସ୍ଥାନ ସୀମାରେ ଅମିରଗଢ଼ ସୀମା ନିକଟସ୍ଥ ଗୋଟା ଗ୍ରାମ ଜଙ୍ଗଲରେ ଜଣେ ଯୁବତୀଙ୍କୁ ବୁଲୁଥିବା ଦେଖିବାକୁ ମିଳିଛି। ଏହି ଗୁଜବ ଉଠିବା ପରେ ଲୋକମାନେ ଭୂତ-ପ୍ରେତକୁ ନେଇ ବିଭିନ୍ନ ପ୍ରକାର କଥା କହିବା ଆରମ୍ଭ କରି ଦେଇଛନ୍ତି।

ଏହି କ୍ରମରେ ପୁଲିସ ଅକ୍ଟୋବର ୧୧ରେ ନିଖୋଜ ହୋଇଥିବା ଶିକାରବେରି ଗ୍ରାମରେ ୧୮ବର୍ଷୀୟ ଯୁବତୀଙ୍କୁ ଖୋଜିବା ବି ଆରମ୍ଭ କରତ ଦେଇଥିଲା। ଜଣେ ସ୍ଥାନୀୟଲୋକଙ୍କ କହିବାନୁସାରେ, ଗଛରେ ଯେଉଁ ଯୁବତୀ ଦେଖିବାକୁ ମିଳୁଛି ସେ ଏହି ନିଖୋଜ ଯୁବତୀ ତ ନୁହେଁ ! ଏହାପରେ ପୁଲିସ ଆଖପାଖ ଜଙ୍ଗଲରେ ତାହାର ଅନୁସନ୍ଧାନ କରିବା ଆରମ୍ଭ କରି ଦେଇଥିଲେ।

ସ୍ଥାନୀୟ ପୁଲିସକର୍ମୀଙ୍କ କହିବାନୁସାରେ, ଆମେ ଗଛରେ ଏକ ମୋଟା ଡାଳରେ ଯୁବତୀଙ୍କୁ ଶୋଇଥିବାରୁ ଦେଖିବାକୁ ପାଇଥିଲୁ। ଆମେ ଯେତେବେଳେ ତା’ ଉପରେ ଟର୍ଚ୍ଚ ଆଲୋକ ପକାଇ ଥିଲୁ, ସେତେବେଳେ ସେ ସେଠାରୁ ଉଭେଇ ଯାଇଥିଲା। ଆମେ ତାକୁ କହିଥିଲୁ ସେ ଯଦି ଗଛରୁ ଓହ୍ଲାଇ ଆସେ ତେବେ ତାର ସମସ୍ୟାର ସମାଧାନ କରିବୁ। କେତେଥର ଆଶ୍ୱସନା ଦେବା ପରେ ଯୁବତୀ ତଳକୁ ଆସିଥିଲା। ତଳକୁ ଆସିବା ପରେ ଯୁବତୀ କାନ୍ଦିବାକୁ ଲାଗିଲା। ଏହାପରେ ଯୁବତୀକୁ ତା’ର ଭାଇ ନିକଟରେ ଛାଡ଼ି ଦେଇଥିଲୁ।

ଯୁବତୀଙ୍କ ସମ୍ପର୍କୀୟଙ୍କ କହିବାନୁସାରେ, ଯୁବତୀ ମାନସିକରୋଗୀ, ଯେଉଁଥିପାଇଁ ସେ ନିଜ ଘର ଛାଡ଼ି ଦେଇଥିଲା।

ସମ୍ବନ୍ଧିତ ଖବର