ଉଦ୍ଧାର ହେଲା ହଳଦିଆ ରଙ୍ଗର କଇଁଚ୍ଛ; ଲୋକେ ଭଗବାନ ବିଷ୍ଣୁଙ୍କ ଅବତାର ବୋଲି କହୁଛନ୍ତି

ନୂଆଦିଲ୍ଲୀ: ନେପାଳରେ ପ୍ରଥମ ଥର ପାଇଁ ଏକ ହଳଦିଆ ରଙ୍ଗର କଇଁଚ୍ଛ ଉଦ୍ଧାର ହୋଇଛି। ଏହି କଇଁଚ୍ଛ ଉଦ୍ଧାର ହେବା ପରେ ଲୋକମାନେ ଏହାକୁ ଭଗବାନ ବିଷ୍ଣୁଙ୍କ ଅବତାର ବୋଲି କହୁଛନ୍ତି।

ମିଥିଲା ୱାଇଲ୍‌ଡ ଲାଇଫ୍‌ ଟ୍ରଷ୍ଟ ଅନୁଯାୟୀ, ଏହି କଇଁଚ୍ଛକୁ ଏକ ଭାରତୀୟ ଫ୍ଲେପସେଲ କଇଁଚ୍ଛ କିମ୍ବା ଲିସେମିସ୍‌ ପଣ୍ଟାଟା ଆଣ୍ଡର୍ସନି ବୋଲି ଚିହ୍ନଟ କରାଯାଇଛି। ଉଦ୍ଧାର ହୋଇଥିବା ବିରଳ କଇଁଚ୍ଛର ରଙ୍ଗ ହଳଦିଆ ହୋଇଥିବାରୁ ଏହା ଚର୍ଚ୍ଚାରେ ରହିଛି। ଯାହାକୁ କ୍ରୋମାଟିକ୍‌ ଲୁସିଜିମ୍‌ କୁହାଯାଉଛି।

ବିଶ୍ୱରେ ଏଭଳି କଇଁଚ୍ଛ ଏଯାବତ ପଞ୍ଚମ ଥର ନଜରକୁ ଆସିଥିବା ବେଳେ ନେପାଳରେ ଏହା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି। ଟ୍ରଷ୍ଟ ଅନୁଯାୟୀ ଧନୁଷଧାମ ସଂରକ୍ଷିତ ଜଙ୍ଗଲରେ ପଶୁପକ୍ଷୀ ସଂରକ୍ଷଣ କରୁଥିବା ଚନ୍ଦ୍ରଦୀପ ସାଦାଙ୍କ ଦ୍ୱାରା କଇଁଚ୍ଛକୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ଏହି କଇଁଚ୍ଛର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି।

We are pleased to inform you all that, our effort to publish paper on "A Golden Turtle in Nepal: First Country Record of…

Publiée par Mithila Wildlife Trust sur Vendredi 7 août 2020

ଗ୍ଲୋବାଲ୍‌ ଭଏସ୍‌ ସଂଗଠନ ସହିତ ଏକ ଇମେଲ୍‌ ସାକ୍ଷାତକାରରେ ଶ୍ରୀ ଦେବକୋଟା ସ୍ପଷ୍ଟ କରିଛନ୍ତି ଯେ, ଆମ ଦଳର ସଦସ୍ୟ ଚନ୍ଦ୍ରଦୀପ ସାଦା ଏହି ବିରଳ ସୁବର୍ଣ୍ଣ କଇଁଚ୍ଛକୁ ନେପାଳର ଧନୁଷାଧାମ୍‌ ପୌରପାଳିକାରୁ ଉଦ୍ଧାର କରିଥିଲେ। ପରେ ଦେବ ନାରାୟଣ ମଣ୍ଡଳ ଏହାକୁ ଏକ ଭାରତୀୟ ଫ୍ଲାପସେଲ କଇଁଚ୍ଛ ଭାବରେ ଚିହ୍ନଟ କରିଥିଲେ। ପ୍ରମାଣ ଭାବରେ ଫଟୋ ଉଠାଇବା ପରେ ଗୋଲଡେନ୍‌ କଇଁଚ୍ଛକୁ ଜଙ୍ଗଲରେ ସୁରକ୍ଷିତ ଛାଡି ଦିଆଯାଇଥିଲା।

ସମ୍ବନ୍ଧିତ ଖବର