ନିଜର ଏବଂ ଯାତ୍ରୀଙ୍କ ସୁରକ୍ଷା ପାଇଁ ଏହି ମହିଳା ଅଟୋ ଚାଳକ ନେଲେ ଏକ ଅଭିନବ ପଦକ୍ଷେପ, ଛୁଟୁଛି ପ୍ରଶଂସାର ସୁଅ

ହିସାର : ନିଜର ଏବଂ ଅଟୋରେ ଯାତ୍ରା କରୁଥିବା ଅନ୍ୟ ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ହିସାରରେ ରହୁଥିବା ଜଣେ ମହିଳା ଅଟୋ ଚାଳକ ଏକ ଅଭିନବ ଉପାୟ ଆପଣାଇଛନ୍ତି । ପ୍ରଥମ ଥର ପାଇଁ ସେ ନିଜ ଅଟୋରେ ସିସିଟିଭି କ୍ୟାମେରା ଲଗାଇଛନ୍ତି । ଯାହାଦ୍ୱାରା ଅପରାଧକୁ କମ କରାଯିବା ସହ ଅପରାଧୀକୁ ସହଜରେ ଧରା ଯାଇ ପାରିବ ।

ଅଟୋରେ ସିସିଟିଭି ଲଗାଇବାରେ ସୁନୀତା ପ୍ରଥମ ଚାଳକ ବୋଲି ଜଣାପଡ଼ିଛି । ଏହି ଖବର ପ୍ରସାରିତ ହେବା ପରେ ଏବେ ସୁନୀତାଙ୍କ ଏହି ପଦକ୍ଷେପକୁ ସମସ୍ତେ ପ୍ରଶଂସା କରିବାରେ ଲାଗିଛନ୍ତି । ସୁନୀତା ନିଜ ଅଟୋରେ ସିସିଟିଭି ସହ ଏଲ୍‌ଇଡ଼ି ଲାଇଟ୍‌ ମଧ୍ୟ ଲଗାଇଛନ୍ତି । ହିସାରରେ ମହିଳାଙ୍କ ପ୍ରତି ବଢ଼ୁଥିବା ଅତ୍ୟାଚାର ଦେଖି ସୁନୀତା ଏପରି ଭିନ୍ନ ଉପାୟ ଅବଲମ୍ବନ କରିଥିଲେ । ତାଙ୍କର ଏହି ପଦକ୍ଷେପ ଦ୍ୱାରା ଏବେ ମହିଳା ଯାତ୍ରୀମାନେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି ସୁନୀତା ଆଶା କରିଛନ୍ତି ।

NYOOOZ

ସୂଚନା ମୁତାବକ, ହିସାରର ଆଜାଦ ନଗରରେ ରହୁଥିବା ସୁନୀତା ହିସାରର ପ୍ରଥମ ମହିଳା ଅଟୋ ଚାଳକ ବୋଲି ଜଣାପଡ଼ିଛି । ଯେତେବେଳେ ସେ ପ୍ରଥମେ ଅଟୋ ଚଳାଇବା ଆରମ୍ଭ କରିଥିଲେ ତାଙ୍କୁ କେହି ସମର୍ଥନ କରି ନଥିଲେ । କିନ୍ତୁ ସେ ହାର୍‌ ନମାନି ନିଜ କାମ କରି ଚାଲିଥିଲେ । ଯାହା ପାଇଁ ତାଙ୍କୁ ଜିଲ୍ଲା ପ୍ରଶାସନ ଏବଂ ଅନେକ ସାମାଜିକ ସଂସ୍ଥା ତରଫରୁ ସମ୍ମାନିତ କରାଯାଇ ସାରିଛି । ନିଜର ଦୁଇ ଝିଅ ଏବଂ ଗୋଟେ ପୁଅର ଲାଳନପାଳନ ପାଇଁ ଅଟୋ ଚଳାଉଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର