ଭରଣପୋଷଣ ପାଇଁ ପତ୍ନୀଙ୍କୁ ୩୩ହଜାର ୮ଶହ ଟଙ୍କା ଦେବାକୁ କହିଥିଲେ ଅଦାଲତ, ୫ବସ୍ତା କଏନ ଧରି କୋର୍ଟରେ ପହଞ୍ଚିଲେ ସ୍ୱାମୀ

ରାୟପୁର: ୫ ବସ୍ତା କଏନ ଧରି କୋର୍ଟରେ ପହଞ୍ଚିଗଲେ ସ୍ୱାମୀ। କାହିଁକି ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ସ୍ତ୍ରୀକୁ ଭରଣପୋଷଣ ଦେବା ପାଇଁ ଏକ ଫ୍ୟାମିଲି କୋର୍ଟ ରାୟ ଦେଇଥିଲେ। ଆଉ ତା ପରେ କୋର୍ଟରେ ୫ବସ୍ତା କଏନ ଧରି ପହଞ୍ଚି ଯାଇଥିଲେ ସ୍ୱାମୀ। ଛତିଶଗଡ଼ରେ ଘଟିଥିବା ଏହି ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି।

ପାମଗଡ଼ ବାସିନ୍ଦା ପୁନିରାମ ସାହୁ ଏବଂ ସ୍ତ୍ରୀ ଯଶୋଧାରାଙ୍କ ମଧ୍ୟରେ ଛାଡପତ୍ର ମାମଲାର ବିଚାର ଦୀର୍ଘ ୨୦ବର୍ଷ ଧରି ଚାଲିଥିଲା। ମାମଲାର ବିଚାର କରି ଯଶୋଧାରାଙ୍କୁ ୩୩ହଜାର ୮ଶହ ଟଙ୍କା ଭରଣପୋଷଣ ବାବଦରେ ଦେବାକୁ ପୁନିରାମଙ୍କୁ ନିର୍ଦ୍ଦେଶ ଦେଇଥିଲେ ଫ୍ୟାମିଲ କୋର୍ଟ। ଚାଷୀ ପୁନିରାମ ନିଜ ପାଖରେ ଥିବା ଟଙ୍କିକିଆ, ୨ ଟଙ୍କିଆ, ୫ଟଙ୍କିଆ ଓ ୧୦ ଟଙ୍କିଆ ଥିବା ୫ଟି ବସ୍ତା ନେଇ କୋର୍ଟରେ ପହଞ୍ଚିଥିଲେ।

ବିଚାରପତି ଏହି କଏନ ଗଣିବା ପାଇଁ ପୁନିରାମଙ୍କୁ କହିଥିଲେ। କୋର୍ଟ ପରିସରରେ ବସି କଏନ ଗଣିବା ପରେ ସ୍ତ୍ରୀ ଯଶୋଧାରାଙ୍କୁ ସେସବୁକୁ ଦେଇଥିଲେ ପୁନିରାମ। ଏହି କଏନ ନେବାକୁ ଯଶୋଧାରା ମନାକରିବାରୁ ପୁନିରାମ ଏହାକୁ ବୋହି ବୋହି ତାଙ୍କ ଘରେ ନେଇ ଦେଇ ଆସିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର