+୨ରେ ୯୫% ମାର୍କ ରଖିଥିବା ଗରିବ ଯୁବତୀଙ୍କୁ ଆଇଆଇଟି ପଢ଼ିବା ପାଇଁ ସହାୟତାର ହାତ ବଢ଼ାଇଲେ ପଡ଼ୋଶୀ

ଗଜିଆବାଦ: ଆର୍ଥିକ ସମସ୍ୟା ହେତୁ ଯୁକ୍ତ ୨ ଉର୍ତ୍ତୀର୍ଣ୍ଣ ହୋଇଥିବା କାଜଲ ଝା ନିଜ ପଢ଼ା ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା ବେଳେ ଇନ୍ଦ୍ରପୁରର ଲୋକମାନଙ୍କ ସହାୟତା ପାଇଁ ସେ ଏବେ ଆଇଆଇଟି ପାଇଁ ପ୍ରସ୍ତୁତ ହେଉଛନ୍ତି। କାଜଲକୁ ଏକ କୋଚିଂ ସେଣ୍ଟରରେ ନାମ ଲେଖେଇବା ପାଇଁ ଇନ୍ଦ୍ରପୁର ଲୋକେ ପ୍ରଥମେ ୨୦,୦୦୦ ଟଙ୍କା ଆଦାୟ କରି ଦେବା ପରେ ଅନ୍ୟାନ୍ୟ ଖର୍ଚ ମଧ୍ୟ ନିଜ ମୁଣ୍ଡକୁ ନେଇଛନ୍ତି। ଏପରିକି ଲୋକମାନଙ୍କ ପ୍ରଚେଷ୍ଟାରେ କାଜଲଙ୍କ ବାପା ଏକ ଚାକିରି ପାଇବାରେ ମଧ୍ୟ ସମର୍ଥ ହୋଇଛନ୍ତି।

କାଜଲ ଯୁକ୍ତ ୨ ପରୀକ୍ଷାରେ ୯୫ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ମାତ୍ର ତାଙ୍କ ପରିବାରର ଆର୍ଥିକ ସମସ୍ୟା ହେତୁ କାଜଲ ପାଠ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ପରିବାର ଲୋକେ ଅତ୍ୟନ୍ତ ଭାଙ୍ଗି ପଡ଼ିବା ସହ ଏପରିକି ଆତ୍ମହତ୍ୟା ଚିନ୍ତା ମଧ୍ୟ କରିଥିଲେ। ଏହି ପରିସ୍ଥିତିରେ ସହାୟ ହୋଇଛନ୍ତି ଇନ୍ଦ୍ରପୁରର ୪୦ ଜଣ ଲୋକ। ସେମାନେ ସୋସିଆଲ୍‌ ମିଡିଆରେ ଏକ ପାଣ୍ଠି କରି ଯୁବତୀଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି। ଏପରିକି ଭବିଷ୍ୟତରେ ମଧ୍ୟ ସେମାନେ ପଢ଼ା ଖର୍ଚ୍ଚ ତୁଲାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏପରି ଏକ ବିରଳ ଘଟଣା ସମାଜ ପାଇଁ ଉଦାହରଣ ପାଲଟିଛି।

କାଜଲଙ୍କ କହିବା ଅନୁଯାୟୀ, ପିଲାଦିନରୁ ତାଙ୍କ ଜେଜେ, ବାପା ଏବଂ ଭାଇ ଅସୁସ୍ଥ ରହି ଆସୁଥିବାରୁ ସେମାନଙ୍କ ଚିକିତ୍ସା ବାବଦରେ ଟଙ୍କା ଖର୍ଚ ହୋଇଆସୁଛି। ଫଳରେ ସେମାନେ ଅଧିକ ଦେବାଳିଆ ହୋଇ ଯାଇଛନ୍ତି।

ସମ୍ବନ୍ଧିତ ଖବର