କାମଦେବ ଓ ମଦନମୋହନ

ଫାଲଗୁନ ଶୁକ୍ଳ ଦଶମୀ ହେଉଛି ଫଗୁଦଶମୀ। ଏହି ଦିନଠାରୁ ଚୈତ୍ର କୃଷ୍ଣ ପ୍ରତିପଦା ପର୍ଯ୍ୟନ୍ତ ଯେଉଁ ଫଗୁ ଓ ଫଗୁଣର ପର୍ବ ପାଳିତ ହୁଏ, ତାହାର ଅନ୍ୟ ନାମ ‘ବସନ୍ତ ରାସ’। ଏ ସମୟର ଫଗୁ ଓ ଅବିର ଖେଳକୁ ନେଇ ଗୋଟିଏ ଲୋକପ୍ରିୟ ଗୀତର ପଦ ହେଉଛି- “ଅବିରତେ ଅବିରତେ ଅବିର ଉଡ଼ାଅ ଗୋ / ମଦନମୋହନ ଅଙ୍ଗେ ଅଙ୍ଗକୁ ଜଡ଼ାଅ ଗୋ।” ‘ମଦନମୋହନ’ ହେଉଛି ଶ୍ରୀକୃଷ୍ଣଙ୍କର ଗୋଟିଏ ନାମ। ଏହି ନାମ ପଛରେ ଥିବା କିଂବଦନ୍ତି ଅତ୍ୟନ୍ତ ରୋଚକ। ପୌରାଣିକ ଉପାଖ୍ୟାନ ଅନୁସାରେ- ଦକ୍ଷଯଜ୍ଞରେ ସତୀଙ୍କର ଆତ୍ମାହୁତି ପରେ, ରୁଦ୍ର, ମହାତପସ୍ୱୀ ମହାଦେବ, ଶିବରୂପରେ ଧ୍ୟାନମଗ୍ନ ରହିଥିଲେ। ତେଣେ, ସ୍ୱର୍ଗରାଜ୍ୟରେ ଦେବଗଣ ତାରକାସୁରର ଉତ୍ପାତରେ ଭୀତ ଓ ସଂତ୍ରସ୍ତ ଥିଲେ। ତାରକାସୁରର ନିଧନ ପାଇଁ ଶିବଙ୍କର ଧ୍ୟାନଭଙ୍ଗ ହେବା ଅତ୍ୟାବଶ୍ୟକ ଥିଲା। କାରଣ, ତାଙ୍କର ଧ୍ୟାନଭଗ୍ନ ହେଲେ, କାମଦେବଙ୍କ ପଞ୍ଚବାଣରେ ତାଙ୍କୁ ସ୍ପନ୍ଦିତ କରାଯାଇପାରିବ ଏବଂ ସେ ହିମବନ୍ତଙ୍କ କନ୍ୟା ପାର୍ବତୀଙ୍କ ସହ ମିଳିତ ହେଲେ କୁମାର ବା କାର୍ତ୍ତିକେୟ ଜନ୍ମ ନେବେ। ଦେବ ସେନାପତି ରୂପେ ସେ ତାରକାସୁରକୁ ନିହତ କରିବେ। ସେଥିପାଇଁ ଦେବତାମାନଙ୍କର ଉଦ୍ଦେଶ୍ୟ ସିଦ୍ଧି ନିମନ୍ତେ ଗୋଟିଏ ଗୋଟିଏ କରି ପାଞ୍ଚଟିଯାକ ଫୁଲବାଣ ନିକ୍ଷେପ କଲେ କାମଦେବତା ମଦନ। ଧ୍ୟାନଭଗ୍ନ ହେଲା ମହାଯୋଗୀ ଶିବଙ୍କର। କୋପରେ ତାଙ୍କ କପାଳର ତୃତୀୟ ଚକ୍ଷୁ ଜଳି ଉଠିଲା। ସେହି ଅଗ୍ନିରେ ନିମିଷକ ମଧ୍ୟରେ ଭସ୍ମୀଭୂତ ହୋଇଗଲେ କାମଦେବତା ମଦନ।

ଦୋଳପୂର୍ଣ୍ଣିମା ଅବସରରେ ପାଳିତ ହେଉଥିବା ଅଗ୍ନି ଉତ୍ସବକୁ, ଅନେକେ ପ୍ରହ୍ଲାଦ-ହିରଣ୍ୟକଶିପୁ ଉପାଖ୍ୟାନର ‘ହୋଲିକା ଦହନ’ ସହିତ ଯୋଡ଼ନ୍ତି। ଶ୍ରୀଜଗନ୍ନାଥ ମନ୍ଦିରର ପରମ୍ପରା ଅନୁସାରେ ଏହା ‘ମେଷାମନ୍ଦିର ଦାହ’ ବା ‘ମେଣ୍ଢାକୁଡ଼ିଆ ପୋଡ଼ି’।

ଅନ୍ୟ ଏକ ପୌରାଣିକ ଉପାଖ୍ୟାନ ଅନୁସାରେ, ଦୋଳପୂର୍ଣ୍ଣିମା ଅବସରରେ ପାଳିତ ହେଉଥିବା ଅଗ୍ନି ଉତ୍ସବକୁ, ଅନେକେ ପ୍ରହ୍ଲାଦ-ହିରଣ୍ୟକଶିପୁ ଉପାଖ୍ୟାନର ‘ହୋଲିକା ଦହନ’ ସହିତ ଯୋଡ଼ନ୍ତି। ଶ୍ରୀଜଗନ୍ନାଥ ମନ୍ଦିରର ପରମ୍ପରା ଅନୁସାରେ ଏହା ‘ମେଷାମନ୍ଦିର ଦାହ’ ବା ‘ମେଣ୍ଢାକୁଡ଼ିଆ ପୋଡ଼ି’। କିନ୍ତୁ ଆହୁରି ଅନେକେ, ବସନ୍ତ ଉତ୍ସବ ଅବସରରେ ପାଳିତ ଏହି ଅଗ୍ନି ଉତ୍ସବକୁ ଶିବଙ୍କ ତୃତୀୟନେତ୍ରରେ ଭସ୍ମୀଭୂତ କାମଦେବତା ମଦନଙ୍କ ସହିତ ମଧ୍ୟ ଯୋଡ଼ନ୍ତି। କଥିତ ଅଛି, ପତି କାମଦେବ ଦଗ୍ଧ ହେବା ଦେଖି ତାଙ୍କର ପତ୍ନୀ ରତି ଆକୁଳ ବିଳାପ କରିଥିଲେ। ଫଳରେ ତାଙ୍କୁ ସାନ୍ତ୍ୱନା ଦେଇ ଶ୍ରୀକୃଷ୍ଣ ନିଜର ନାମ ରଖିଥିଲେ ‘ମଦନମୋହନ’। ସେଥିପାଇଁ ପୁରୀ ଶ୍ରୀମନ୍ଦିରର ଦୋଳ ଉତ୍ସବ ଶ୍ରୀଦେବୀ ଓ ଭୂଦେବୀଙ୍କ ସହ ଦୋଳଗୋବିନ୍ଦ ପାଳନ କରୁଥିବା ବେଳେ, ଲୋକ ସମାଜରେ ଶ୍ରୀକୃଷ୍ଣ ବା ମଦନମୋହନ ଏହି ଉତ୍ସବ ରାଧାଙ୍କୁ ନେଇ ପାଳନ କରିଥାନ୍ତି।

ସମ୍ବନ୍ଧିତ ଖବର