ଲିଟିଲ୍‌ କ୍ୟାଲେଣ୍ଡର ହେଉଛି ସାତବର୍ଷର ଶିଶୁ, ଏମିତି ଦେଉଛି ଜବାବ କି ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଆଜିକାଲିର ବାଳକ-ବାଳିକା ମଧ୍ୟରେ ପ୍ରତିଭା ଭରି ରହିଛି। ଏହି ପ୍ରତିଭାକୁ କେବଳ ଫୁଟାଇବାକୁ ସେମାନଙ୍କୁ ଏକ ମଞ୍ଚରର ଆବଶ୍ୟକତା ରହିଥାଏ। ଏମିତି ଏକ ପ୍ରତିଭା ତାଲିକାରେ ସାତବର୍ଷର ଗୁନ୍‌ଜନ୍‌ ସାମିଲ ରହିଛି। ଗୁନ୍‌ଜନ୍‌ କୌଣସି ବି ତାରିଖ କେଉଁ ବାରରେ ପଡ଼ିବ ତାହାକୁ ତତକ୍ଷଣାତ୍‌ କହି ଦେଉଛି। ସାତ ବର୍ଷର ଗୁନ୍‌ଜନ୍‌ ଭଟ୍ଟରାଇ ଏନ୍‌ମେରି ସ୍କୁଲର ପ୍ରଥମ ଶ୍ରେଣୀର ଛାତ୍ରୀ।

ଦେରାଦୁନ୍‌ରେ ଆୟୋଜିତ ‘ଅପରାଜିତା ୧୦୦ମିଲିୟନ ସ୍ମାଇଲ’ କାର୍ଯ୍ୟକ୍ରମରେ ମେୟର ଗାମା ଓ ରେଖା ଆର୍ଯ୍ୟ ତାଙ୍କୁ ଗତବର୍ଷର ଏକର ତିଥି ପଚାରିଥିଲେ, ସେ ତାହାର ଜବାବ ତୁରନ୍ତ ଦେଇ ଦେଇଥିଲେ। ଗୁନ୍‌ଜନ୍‌ ଏକ ଲିଟିଲ୍‌ କ୍ୟାଲେଣ୍ଡ ବୋଲି କୁହାଯାଉଛି। ତତ୍‌କ୍ଷଣାତ୍‌ କୌଣସି ବର୍ଷର ତାରିଖ କେଉଁ ବାରରେ ପଡ଼ିଥିଲା, ବା ପଡ଼ିବ ତାହା କହି ଦେଉଛନ୍ତି।

ଗୁନ୍‌ଜନ୍‌ଙ୍କୁ ମେୟର ଗାମା ୨୦୧୮ ଡିସେମ୍ବର ୩୧କେଉଁ ତାରିଖରେ ପଡ଼ିଥିଲା ବୋଲି ପଚାରିବାରୁ ସେ ସୋମବାର ଓ ରାଜ୍ୟମନ୍ତ୍ରୀ ରେଖା ଆର୍ଯ୍ୟ ୨୦୧୮ ମାର୍ଚ୍ଚ ୮ରେ କେଉଁ ବାର ପଡ଼ିଥିଲା ବୋଲି ପଚାରିବାରୁ ସେ ବୁଧବାର କହିଥିଲେ। ୧୯୬୧ ମସିହାର ଏକ ତାରିଖ କେଉଁ ବାରରେ ପଡ଼ିଥିଲା ପଚାରିବାରୁ ସେ ତୁରନ୍ତ ଏହାର ବି ଉତ୍ତର ଦେଇ ଦେଇଥିଲେ। କୁନି ପିଲା ଗୁନ୍‌ଜନ୍‌ର ଏଭଳି ପ୍ରତିମା ଦେଖି ସେଠାରେ ଉପସ୍ଥିତ ଥିବା ସମସ୍ତେ ଚକିତ ହୋଇଯାଇଥିଲେ।

ସମ୍ବନ୍ଧିତ ଖବର