ବୟସ ଏକ ସଂଖ୍ୟା ମାତ୍ର: ଉଦାହରଣ ପାଲଟିଲା ୮୨ ବର୍ଷୀୟା ପତ୍ନୀ ଓ ୩୬ ବର୍ଷୀୟ ସ୍ବାମୀଙ୍କ ଅତୁଟ ସଂପର୍କ

ନୂଆଦିଲ୍ଲୀ: ବୟସ ମଧ୍ୟରେ ବହୁତ ବ୍ୟବଧାନ ଥିବା କୌଣସି ପତି-ପତ୍ନୀଙ୍କୁ ଆପଣ ଦେଖିଛନ୍ତି? କିଛି ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବୟସ ବ୍ୟବଧାନ ଖୁବ୍‌ କମ୍‌ ରହିଥାଏ ତ ପୁଣି କିଛି ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟ ବେଶୀ। ତେବେ, ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପତି-ପତ୍ନୀଙ୍କ ମଧ୍ୟର ବୁଝାମଣା, ସ୍ନେହ-ପ୍ରେମ ଓ ବିଶ୍ବାସ। ସେସବୁ ଯଦି ଅଛି, ତେବେ ବୟସ ଏକ ସଂଖ୍ୟା ମାତ୍ର। ଏପରି ଏକ କଥା ପୁଣି ଥରେ ପ୍ରମାଣିତ ହୋଇଯାଇଛି।

ଜାଣିବାକୁ ମିଳିଛି ଯେ ଜଣେ ବୟସ୍କା ମହିଳା ତାଙ୍କଠାରୁ ୪୬ ବର୍ଷ ସାନ ଜଣେ ଯୁବକଙ୍କୁ ବିବାହ କରିଥିଲେ ଓ ଏବେ ପର୍ଯ୍ୟନ୍ତ ବି ସେମାନଙ୍କ ସଂପର୍କ ଅତୁଟ ରହିଛି। ମହିଳାଙ୍କ ନାମ ଆଇରିସ୍‌ ଓ ତାଙ୍କ ସ୍ବାମୀଙ୍କ ନାମ ମହମ୍ମଦ। ମହିଳାଙ୍କୁ  ୮୨ ଓ  ଯୁବକଙ୍କ ବୟସ ୩୬ ବୟସ ହୋଇଥିବା ବେଳେ ସେମାନେ ୨୦୧୯ ମସିହାରେ ପରସ୍କରଙ୍କୁ ଭେଟିଥିଲେ ଓ ବିବାହ କରିଥିଲେ ୨୦୨୦ ମସିହାରେ।

ଆଇରିସ୍‌ଙ୍କ ଘର ବ୍ରିଟେନ୍‌ରେ ଓ ମହମ୍ମଦଙ୍କ ଘର ମିଶର ଦେଶରେ। ଏମାନଙ୍କ ସଂପର୍କରେ ସାମାଜିକ ଗଣମାଧ୍ୟମରୁ ସୃଷ୍ଟି। ଆଇରିସ୍‌ଙ୍କଙ୍କ ଏହା ହେଉଛି ଦ୍ବିତୀୟ ବିବାହ। ସେ ୪୦ ବର୍ଷ ପୂର୍ବେ ତାଙ୍କ ପ୍ରଥମ ପତିଙ୍କୁ ଛାଡ଼ପତ୍ର ଦେଇ ସାରିଛନ୍ତି।

ଆଇରିସ୍‌  ଓ ମହମ୍ମଦ ଅନେକ ସମୟରେ ସାଙ୍ଗ ହୋଇ ବିତାଇଥିବା ସେମାନଙ୍କ ସ୍ବତନ୍ତ୍ର ମୁହୂର୍ତ୍ତର ଫଟୋ ସୋସିଆଲ୍‌ ମିଡିଆରେ ସେୟାର୍‌ କରିଥାନ୍ତି। ତେବେ, ଦୁଃଖର କଥା ହେଉଛି ଏବେ ମହମ୍ମଦଙ୍କୁ କୌଣସି କାରଣ ନେଇ ନିଜ ଦେଶକୁ ଫେରିଯିବାକୁ ହେବ। ସେ ଯେତେବେଳେ ପତ୍ନୀ ଆଇରିସ୍‌ଙ୍କୁ ଭେଟିବାକୁ ବ୍ରିଟେନ୍‌ ଆସିଥିଲେ ଆଇରିସ୍‌  ସୋସିଆଲ୍‌ ମିଡିଆରେ ଲେଖିଥିଲେ, ‘ତୁମକୁ ନିଜ ଘରକୁ ସ୍ବାଗତ ମହମ୍ମଦ’।

 

ସମ୍ବନ୍ଧିତ ଖବର