୧୦ଲକ୍ଷ ଟଙ୍କା ଥିବା ବ୍ୟାଗ୍‌ ରାସ୍ତାରୁ ପାଇ ମାଲିକକୁ ଫେରାଇଲେ ଯୁବକ, ମିଲିଲା ଏଭଳି ଉପହାର

ସୁରଟ୍‌ : ଲୋକେ କହନ୍ତି, ଦେଶରେ ଏବେ ବି ମାନବିକତା ଏବଂ ସଚ୍ଚୋଟପଣିଆ ବଞ୍ଚି ରହିଛି । ଯାହା ପାଇଁ ଏ ଜୀବଜଗତ ଚାଲିଛି । ତେବେ ଲୋକମାନଙ୍କର ଏହି କଥାକୁ ପ୍ରମାଣ କରିଛି ଗୁଜୁରାଟର ସୁରଟ୍‌ରେ ଘଟିଥିବା ଏକ ଘଟଣା । ପେସାରେ ଜଣେ ସେଲ୍‌ସମ୍ୟାନ୍‌ ଭାବେ କାମ କରୁଥିବା ଦିଲ୍ଲୀପ୍‌ ପୋଡରଙ୍କୁ ତାଙ୍କ ସଚ୍ଚୋଟ ପଣିଆ ପାଇଁ ୨ଲକ୍ଷ ଟଙ୍କାର ପୁରସ୍କାର ଦିଆ ଯାଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଗତ ଶୁକ୍ରବାର ପୋଡର ନିଜର ମଧ୍ୟାହ୍ନ ଭୋଜନ ସାରି ଫେରୁଥିବା ବେଳେ ରାସ୍ତାରେ ଏକ ବ୍ୟାଗ୍‌ ପଡ଼ିଥିବାର ଦେଖିଥିଲେ । ବ୍ୟାଗ୍‌ ଖୋଲିବା ପରେ ଭିତରେ ୨ହଜାର ଟଙ୍କିଆ ନୋଟ୍‌ ଦେଖି ସେ ନିଜର ଆଖିକୁ ବିଶ୍ୱାସ କରି ପାରି ନ ଥିଲେ । ପରେ ବ୍ୟାଗ୍‌ ଭିତରେ ସର୍ବମୋଟ୍‌ ୧୦ଲକ୍ଷ ଟଙ୍କା ଥିବା ଜାଣି ଟଙ୍କାକୁ ଲୁଚାଇ ଘରକୁ ନେବା ପରିବର୍ତ୍ତେ ପୋଡର ନିଜ ସୋ’ରୁମ୍‌ ମ୍ୟାନେଜରଙ୍କୁ ପୂରା ଘଟଣା ଜଣାଇଥିଲେ । ଯାହା ପରେ ବ୍ୟାଗ୍‌ର ମାଲିକ ନ ମିଳିବା ପର୍ଯ୍ୟନ୍ତ ଏହାକୁ ନିଜ ପାଖରେ ସାଇତି ରଖ ବୋଲି କହିଥିଲେ ସୋ’ରୁମ୍‌ ମ୍ୟାନେଜର । ପୁଲିସକୁ ଏ ନେଇ ସୂଚନା ଦିଆଯିବା ପରେ ସିସିଟିଭି ଚେକ୍‌ କରି ପୁଲିସ ବ୍ୟାଗ୍‌ର ମାଲିକକୁ ଖୋଜି ପାଇଥିଲା ।

The Hindu Business Line

ଏହା ପରେ ସୋମବାର ପୋଡର ବ୍ୟାଗ୍‌ର ମାଲିକକୁ ୧୦ଲକ୍ଷ ଟଙ୍କା ଥିବା ବ୍ୟାଗ୍‌କୁ ହସ୍ତାନ୍ତର କରିଥିଲେ । ପୋଡ଼ରଙ୍କ ସଚ୍ଚୋଟପଣିଆ ଦେଖି ବ୍ୟାଗ୍‌ର ମାଲିକ ତାଙ୍କୁ ଖୁସି ହୋଇ ୨ଲକ୍ଷ ଟଙ୍କା ପୁରସ୍କାର ଦେଇଥିଲେ । ଘଟଣା ବିଷୟରେ ଚାରିଆଡ଼େ ପ୍ରଚାର ହେବା ପରେ ପୋଡରଙ୍କ ସଚ୍ଚୋଟପଣିଆକୁ ସମସ୍ତେ ପ୍ରଶଂସା କରିବାରେ ଲାଗିଛନ୍ତି ।

ସମ୍ବନ୍ଧିତ ଖବର