ଜୀବନରେ କେବେ ଶ୍ମଶାନ ଯାଇ ନଥିବା ଏହି ବ୍ୟକ୍ତି ଏଯାବତ ୬୦ରୁ ଊର୍ଧ୍ୱ କରୋନା ମୃତକଙ୍କ ଅନ୍ତିମ ସଂସ୍କାର କରିସାରିଲେଣି

ନୂଆଦିଲ୍ଲୀ: କରୋନା ମହାମାରୀ ଯୁଦ୍ଧରେ ଡାକ୍ତର, ନର୍ସ, ପୁଲିସ, ସଫେଇ କର୍ମଚାରୀ ଓ ଗଣମାଧ୍ୟମ କର୍ମୀମାନେ ସାମିଲ ହୋଇଛନ୍ତି। ଏହି କ୍ରମରେ ବିଷ୍ଣୁଙ୍କ ନାମ ବି କରୋନା ଯୋଦ୍ଧା ତାଲିକାରେ ଯୋଡ଼ି ହୋଇ ଯାଇଛି। ଲୋକମାନେ ବିଷ୍ଣୁଙ୍କୁ ଏବେ କରୋନା ଯୋଦ୍ଧା ନାମରେ ଡାକୁଛନ୍ତି।

ବିଷ୍ଣୁ ଜୟପୁରରେ ବସବାସ କରନ୍ତି। ତେବେ ତାଙ୍କ ନାମ କରୋନା ଯୋଦ୍ଧା ତାଲିକାରେ ରହିବା ପଛର କାରଣ ହେଉଛି ସେ କରୋନାରେ ସଂକ୍ରମିତ ହୋଇ ମୃତ୍ୟୁର ଶିକାର ହେଉଥିବା ଲୋକଙ୍କ ଅନ୍ତିମ ସଂସ୍କାର ବିନା ବାଧାରେ କରି ଆସୁଛନ୍ତି। ଜୟପୁରରେ ରହୁଥିବା ବିଷ୍ଣୁଙ୍କ ସହିତ ତାଙ୍କର ପୂରା ଟିମ୍‌ ରହିଛନ୍ତି। ବର୍ତ୍ତମାନ କରୋନା ମହାମାରୀକୁ ନେଇ ଯେଭଳି ପରିସ୍ଥିତ ସୃଷ୍ଟି ହୋଇଛି, ଏହାରି ଭିତରେ ଯଦି କୌଣସି ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ହେଉଛି ତେବେ ତାଙ୍କର ପରିବାର ଅନ୍ତିମ ସଂସ୍କାର ତ ଦୂରର କଥା ମୃତଦେହକୁ ନେବାକୁ ସୁଦ୍ଧା ଆସୁ ନାହାନ୍ତି। ଏଭଳି ପରିସ୍ଥିତିରେ ବିଷ୍ଣୁ ଓ ତାଙ୍କର ଟିମ୍‌ କୌଣସି କରୋନା ମୃତକଙ୍କ ଜାତି ଧର୍ମ ନ ଦେଖି ସେମାନଙ୍କ ଅନ୍ତିମ ସଂସ୍କାର କରି ଥାଆନ୍ତି। ଏଯାତ ବିଷ୍ଣୁ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା ୬୦ରୁ ଊର୍ଧ୍ୱ ଜଣଙ୍କ ଅନ୍ତିମ ସଂସ୍କାର କରି ସାରିଲେଣି।

ବିଷ୍ଣୁ କହନ୍ତି, ‘ଶବଗୁଡ଼ିକର ଅନ୍ତିମ ସଂସ୍କାର କରିବା ଏବେ ମୋର ଏକ ଧର୍ମ ହୋଇଯାଇଛି। କରୋନା ଭାଇରସ୍‌ ସଂକ୍ରମଣ ପୂର୍ବରୁ ମୁଁ କୌଣସି କବରସ୍ତାନ କିମ୍ବା ଶ୍ମଶାନ ଯାଇ ନଥିଲି। କିନ୍ତୁ ଏବେ ମୁଁ ଓ ମୋର ଦଳ କବର ଖୋଳି କରୋନାରେ ମୃତ୍ୟୁ ହେଉଥିବା ଲୋକଙ୍କ ଅନ୍ତିମ ସଂସ୍କାର କରୁଛୁ।’

ସମ୍ବନ୍ଧିତ ଖବର