ଏମିତି ବି ଗାଆଁ ଅଛି, ଯେଉଁଠି କେହି ବିକ୍ରି କରନ୍ତି ନାହିଁ କ୍ଷୀର, କାରଣ ଜାଣିଲେ ଆପଣ ଚମକି ପଡ଼ିବେ!

ଏବେ ଏଭଳି ସମୟ ଭିତରେ ଆମେ ଗତି କରୁଛେ,ଯେଉଁଠାରେ ପାଣି ପାଇଁ ବି ଟଙ୍କା ଦେଉଛୁ। କିନ୍ତୁ ଆପଣ କ’ଣ ଜାଣନ୍ତି କି ଏମିତି ବି ଏକ ଗାଆଁ ଅଛି ଯେଉଁଠି କ୍ଷୀର ବି ମାଗଣାରେ ମିଳେ। କୁହାଯାଉଛି ଯେ ଏହି ଗାଆଁରେ ଲୋକେ ଲୋକଙ୍କୁ କ୍ଷୀର ବାଣ୍ଟିଥାନ୍ତି। ଏହି ଗାଆଁରେ ସମସ୍ତଙ୍କ ଘରେ ଗାଈ ରହିଛି। କିନ୍ତୁ ଏମତି ବି ଘର ଅଛି,ଯେଉଁମାନଙ୍କ ପାଖରେ କ୍ଷୀର ନ ଥାଏ। ଏଭଳି ଲୋକଙ୍କୁ କ୍ଷୀର ବାଣ୍ଟିଥାନ୍ତି ଗାଆଁ ଲୋକେ।

ଏହି ଗାଆଁର ନାଆଁ ହେଲା ନରସିଂହପୁର। ଏହା ମଧ୍ୟପ୍ରଦେଶର ବୈତୁଲ ଜିଲ୍ଲାରେ ଅବସ୍ଥିତ। ଗାଆଁ ଲୋକଙ୍କ କହିବା ଅନୁଯାୟୀ ପ୍ରାୟ ଶହେ ବର୍ଷ ତଳେ ଏହି ଗାଆଁକୁ ଜଣେ ସନ୍ନ୍ୟାସୀ ଆସିଥିଲେ। ସେ ଗୋମାତାଙ୍କର ବଡ଼ ଭକ୍ତ ଥିଲେ। ସେହି ସନ୍ନ୍ୟାସୀଜଣକ ସମସ୍ତଙ୍କୁ ଗାଈର କ୍ଷୀର ବିକ୍ରି ନ କରିବାକୁ ପରାମର୍ଶ ଦେଇଥିଲେ। କ୍ଷୀର ଆବଶ୍ୟକ କରୁଥିବା ଲୋକଙ୍କୁ ଏହା ବାଣ୍ଟି ଦେବା ଉଚିତ ବୋଲି ସେ କହିଥିଲେ।

photio_live hindustan

ଏହାପରେ ଗ୍ରାମବାସୀମାନେ କ୍ଷୀର ବିକିବା ବନ୍ଦ କରିଦେଇଥିଲେ। ଆଉ କିଛି ଲୋକ କହନ୍ତି ଯେ ଯଦି ଭୁଲବଶତଃ ସେମାନେ କ୍ଷୀର ବିକ୍ରି କରିଥାନ୍ତି, ତେବେ ତାଙ୍କର ଗାଈ ରୋଗରେ ପୀଡ଼ିତ ହୋଇଥାଏ। ଏପରିକି ମୃତ୍ୟୁବରଣ ବି କରିଛି। କ୍ଷୀର ବିକ୍ରି ନ କରି ମଧ୍ୟ ସେମାନଙ୍କର କୌଣସି ଆର୍ଥିକ ସମସ୍ୟା ଉପୁଜି ନଥାଏ ବୋଲି ଗ୍ରାମବାସୀମାନେ କହନ୍ତି।

ସମ୍ବନ୍ଧିତ ଖବର