ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଶେଷ : ସରକାରଙ୍କୁ ଘେରିଲେ ବିରୋଧୀ, ଜବାବ ଦେଲା ବିଜେଡି

ଦୁର୍ନୀତିଗ୍ରସ୍ତ, କେନ୍ଦ୍ର ଟଙ୍କା ମାଡିବସିଛନ୍ତି: ପ୍ରଦୀପ୍ତ, ଦିବା ସ୍ବପ୍ନ ଦେଖୁଛନ୍ତି ସରକାର: ନରସିଂହ, ସରକାର ଯାହା କହନ୍ତି, ତାହା କରନ୍ତି: ଅମର

ଭୁବନେଶ୍ବର : ରାଜ୍ୟରୁ ଦାରିଦ୍ର୍ୟ ୫% କୁ କମାଇବା ଲାଗି ରାଜ୍ୟପାଳଙ୍କ ଅଭିଭାଷଣ ଛଳରେ ସରକାର ଯାହା କହିଛନ୍ତି, ତାହା ଦିବା ସ୍ବପ୍ନ। ସରକାରରେ ଅଭ୍ୟାସଗତ ଭାବେ ଦିନରେ ହିଁ ସ୍ବପ୍ନ ଦେଖି ଚାଲିଛନ୍ତି। ଏମିତି େଯ କୁଆଡେ ପାଞ୍ଚ ବର୍ଷରେ ଏମିତି ବିକାଶ ହେବ, ସମଗ୍ର ବିଶ୍ବ ଆକର୍ଷିତ େହବ। ସରକାର ଏମିତି ଦିବା ସ୍ବପ୍ନ େଦଖୁଥାନ୍ତୁ।

ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଆେଲାଚନାରେ ଭାଗ ନେଇ ଏମିତି ଭାଷାରେ ଅସନ୍ତୋଷ ଝାଡିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। କେବଳ ଶ୍ରୀ ମିଶ୍ର ନୁେହଁ, ବିେରାଧୀ ଦଳ ନେତା ମଧ୍ୟ ଅନୁରୂପ ଢଙ୍ଗରେ ରାଜ୍ୟ ସରକାରଙ୍କ ବିେରାଧରେ ଗୃହରେ ଅଭିେଯାଗର ପାହଡ ଲଦିଥିଲେ। ଦୁର୍ନୀତିରେ ରାଜ୍ୟ ସରକାର ଉବୁଟୁବୁ। ପିସି କାରବାର ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ବି ସରକାରୀ ବ୍ୟବସ୍ଥାର ତଳ ସ୍ତରରେ ପ୍ରଭାବଶୂନ୍ୟ ହୋଇପଡ଼ିଛି। ବିଜେଡି ନିର୍ବାଚନୀ ଇସ୍ତାହାରରେ ଯାହା କୁହେ ତାକୁ ପାଳନ କରିବା କଥା ବାହବା ନିଏ। କିନ୍ତୁ ଶିକ୍ଷକ ଅଭାବ, ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ ଯୋଗୁ ରୋଗୀ ହଇରାଣ ହରକତ ହେବା ସରକାରଙ୍କୁ ଦେଖାଯାଏନି। ରାଜ୍ୟର ବିକାଶ ପାଇଁ କେନ୍ଦ୍ର ସରକାର ପ୍ରକଳ୍ପ ବାବଦରେ ଦେଇଥିବା ୧ ଲକ୍ଷ ୩୬ ହଜାର ୪୧୭ କୋଟି ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ ନକରି ମାଡ଼ିବସିଛନ୍ତି।

ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଶେଷ ସଦସ୍ୟ ଭାବେ ଗୃହରେ ଭାଗ ନେଇ ବିରୋଧୀ ଦଳ ନେତା ଶ୍ରୀ ନାୟକ କହିଥିଲେ, ରାଜ୍ୟ ସରକାର ସ୍ବଚ୍ଛତା କଥା କହି ଲୋକଙ୍କୁ ଭଣ୍ଡେଇ ଚାଲିଛନ୍ତି। ଖଣି, ପାଣି ଓ ଜଙ୍ଗଲ ଦୁର୍ନୀତିରେ ବିଜେଡି ସରକାର ବୁଡ଼ି ରହିଛନ୍ତି। ଦୁର୍ନୀତି ହଟାଇବାର ନାରା କେବଳ କାଗଜ କଲମରେ ସୀମିତ। ଶିକ୍ଷକମାନଙ୍କ ପ୍ରତି ସରକାର ଆଦୌ ସମ୍ବେଦନଶୀଳ ନୁହନ୍ତି। ବ୍ଲକ ଗ୍ରାଣ୍ଟ ଶିକ୍ଷକ ଓ ଅଧ୍ୟାପକମାନଙ୍କ ଆନ୍ଦୋଳନକୁ ପ୍ରଶମିତ କରିବାକୁ ଯାଇ ରାଜ୍ୟ ସରକାର ସେମାନଙ୍କୁ ନିର୍ବାଚନ ପୂର୍ବରୁ ଦାବି ପୂରଣ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ। ୧ ହଜାର କୋଟି ଟଙ୍କା ହୋଇଥିଲେ ସେମାନଙ୍କ ଦାବି ପୂରଣ ହୋଇପାରିଥାନ୍ତି। ସେ ଅର୍ଥକୁ ସରକାର ଚାଷୀଙ୍କ କାଳିଆ ଯୋଜନା ବାବଦରେ ଖର୍ଚ୍ଚ କଲେ। ଶିକ୍ଷକ ଅଭାବରୁ ସ୍କୁଲରେ ପାଠପଢ଼ା ବ୍ୟାହତ ହେଉଛି। ଆଦର୍ଶ ବିଦ୍ୟାଳୟରେ ଗରିବ ପିଲାଙ୍କୁ ଛାତ୍ରାବାସ ସୁବିଧା ମିଳୁନି। ଶୀତଳ ଭଣ୍ଡାର ଖୋଲିବା ନିଷ୍ପତ୍ତି କେତେଦୂର କାର୍ଯ୍ୟକାରୀ ହୋଇଛି ତା ସମସ୍ତଙ୍କୁ ଜଣା।

ସେ ଅଭିଯୋଗ କରି କହିଥିଲେ, କେନ୍ଦ୍ର ସରକାର ବିଭିନ୍ନ ପ୍ରକଳ୍ପ ବାବଦରେ ଦେଇଥିବା ଅର୍ଥ ରାଜ୍ୟ ସରକାର ଖର୍ଚ୍ଚ କରିପାରିନାହାନ୍ତି। ତାର ଜବାବ ମୁଖ୍ୟମନ୍ତ୍ରୀ ଉତ୍ତର ରଖିବା ବେଳେ ଦେବା ଦରକାର। ପେଟ୍ରୋଲିୟମ ପ୍ରକଳ୍ପ ବାବଦରେ କେନ୍ଦ୍ର ସରକାର ୫୧ ହଜାର ୩୯୫ କୋଟି ଟଙ୍କା ଦେଇଥିଲେ। କିନ୍ତୁ ସରକାରଙ୍କ ସହଯୋଗ ଅଭାବରୁ ଗୋଟିଏ ବି ପ୍ରକଳ୍ପ ବାସ୍ତବ ରୂପ ନେଇପାରିନି। ସେହିପରି ବିଭିନ୍ନ ରେଳ ପ୍ରକଳ୍ପ ବାବଦରେ ୧୨ ହଜାର ୨୮୬ କୋଟି ଟଙ୍କା ପଡ଼ିରହିଛି। ଜାତୀୟ ରାଜପଥ ବାବଦରେ ୫୬ ହଜାର ୫୬୩ କୋଟି ଟଙ୍କା ମଧ୍ୟ ଖର୍ଚ୍ଚ ନହୋଇ ପଡ଼ିରହିଛି। ଖର୍ଚ୍ଚ ନହୋଇ ପଡ଼ିରହିଥିବା ଟଙ୍କାର ସୁଧ କେତେ ହେବ? ଏହାର ଜବାବ ଗୃହରେ ମୁଖ୍ୟମନ୍ତ୍ରୀ ରଖିବା ଦରକାର।

ବିରୋଧୀ ଦଳ ନେତା କହିଥିଲେ, ଶିକ୍ଷାଠୁ ଆରମ୍ଭ କରି ମେଡିକାଲ କଲେଜ ଶିକ୍ଷାରେ ଆଦିବାସୀ ଓ ହରିଜନ ପିଲାମାନଙ୍କ ପାଇଁ ୩୦.୫% ସଂରକ୍ଷଣ ବ୍ୟବସ୍ଥା କରାଯିବା କଥା। କିନ୍ତୁ ଓଡ଼ିଶା ସରକାର ସେମାନଙ୍କ ପାଇଁ ମାତ୍ର ୨୦% ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି। ମଧୁବାବୁ ପେନସନ ଯୋଜନା ପାଇଁ କେନ୍ଦ୍ର ଅର୍ଥ ଦେଉଛି, କିନ୍ତୁ ରାଜ୍ୟ ସରକାର ନିଜ ଅର୍ଥରୁ ଦେଉଥିବା କହି ବାହାବା ନେଉଛନ୍ତି। ପିସି ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ବି କାର୍ଯ୍ୟକାରୀ ହେଉନି। ବ୍ଲକ ସ୍ତରରେ ଆଗରୁ ୨୦ରୁ ୨୨% ହେଉଥିବା ଏବେ ସେ ପରିମାଣ ଆହୁରି ବଢ଼ିଯାଇଛି।

ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ଝାଡି କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର କହିଥିଲେ, ବିେରାଧୀ ଦଳ ଯଦି ସମାେଲାଚନା ନ କରିବେ, ତେବେ ଗଣତନ୍ତ୍ର ତିଷ୍ଠି ପାରିବ ନାହିଁ। କିନ୍ତୁ ଏମିତି ନୁହେଁ, େଯ ବିେରାଧୀ ଦଳ ସରକାରଙ୍କୁ ସମର୍ଥନ ଦେଇନାହାନ୍ତି। ମହାନଦୀ ପ୍ରସଙ୍ଗରେ ବିେରାଧୀ ଦଳ ସରକାରଙ୍କୁ ସମର୍ଥନ ଦେଇନଥିଲା? ବାଚସ୍ପତି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଅଧ୍ୟକ୍ଷତାରେ ଦୁଇ ଦୁଇଟି କମିଟି ଗଠନ ହେଲା, ଏ କମିଟି ବୈଠକ ଡକାଯାଉଛି?ମହାନଦୀ ପ୍ରସଙ୍ଗ ଗତଥର ରାଜ୍ୟପାଳଙ୍କ ଅଭିଭାଷଣରେ ସ୍ଥାନ ପାଇଥିଲା। ଏଥର କିନ୍ତୁ ନାହିଁ। କଣ ମହାନଦୀ ପ୍ରସଙ୍ଗର ସମାଧାନ େହାଇଗଲା?

ରାଜ୍ୟସଭା ଲାଗି ବିଜେଡି-ବିଜେପି ଏମିତି ଜଣେ ସଭ୍ୟଙ୍କୁ ମନୋନୀତ କରିଛନ୍ତି, ଯାହାଙ୍କୁ ଗୃହରେ ସୁରକ୍ଷା ଦେବା ପାଇଁ ସେମାନେ ନିଜେ ପ୍ରସ୍ତୁତ ନୁହଁନ୍ତି। ବିଧାନସଭା େହଉଛି ଉପଯୁକ୍ତ ସ୍ଥାନ େଯଉଁଠାରେ ଏହି ପ୍ରସଙ୍ଗରେ ଆେଲାଚନା େହାଇପାରିବ। କାହିଁକି ଜଣେ ରାଜ୍ୟ ବାହାରର େଲାକଙ୍କୁ ରାଜ୍ୟସଭା ପଠାଯିବ। ଓଡ଼ିଶାରେ କଣ େକହି େଯାଗ୍ୟ ନଥିଲେ? ସେ ଭଦ୍ରବ୍ୟକ୍ତି ଜଣକ କିଏ? ସେ ଜଣେ ରାଜନେତା ନୁହଁନ୍ତି। ଖଣି ମାଲିକ େହବା ପାପ ନୁହେଁ। କିନ୍ତୁ ତାଙ୍କ ନାଁରେ ସଙ୍ଗନ ଅଭିେଯାଗ ରହିଛି। ତତ୍କାଳୀନ ରାଜସ୍ବ ସଚିବ ଇଚ୍ଛାଧୀନ େକାଟା ଆବଣ୍ଟନ ମାମଲାରେ ତାଙ୍କ ନାମ ଉଲ୍ଲେଖ କରିଛନ୍ତି। ରାଜ୍ୟ ସରକାର ନିେଜ ଭିଜିଲାନସ ତଦନ୍ତ ଦେଇଛନ୍ତି। ଏବେ ଦେଖିବା, େଖାଦ୍ ମୁଖ୍ୟମନ୍ତ୍ରୀ ନିଜେ ସମର୍ଥନ େଦଇଥିବା ରାଜ୍ୟସଭା ପ୍ରାର୍ଥୀଙ୍କ ସମର୍ଥନ ପାଇଁ କଣ କହୁଛନ୍ତି?

ଶ୍ରୀ ମିଶ୍ର କହିଥିଲେ, ସ୍ବାଧୀନତାର ୭୨ ବର୍ଷ େହଲାଣି। ଆମେ କଣ ହାସଲ କରିଛୁ। ଦେଶର ଗରିବତମ ରାଜ୍ୟ। ୨୦୦୦ରୁ ୨୦୧୯ ସ୍ଥିର ସରକାର ଅଛନ୍ତି। କଂଗ୍ରେସ ୧୬ଟି ନିର୍ବାଚନ ମଧ୍ୟରୁ ମାତ୍ର ୪ଟିରେ ସ୍ଥିର ସରକାରରେ ଥିଲା। କେଂଗ୍ରସର କ୍ଷମତାରେ ବିଜୁ ପଟ୍ଟନାୟକ, ଆର୍ ଏନ୍ ସିଂହଦେଓ, ନୀଳମଣି ରାଉତରାୟ, ନନ୍ଦିନୀ ଶତପଥୀ, ହରେକୃଷ୍ଣ ମହତାବ ପ୍ରମୁଖ େନତା ଥିଲେ। ସେମାନଙ୍କ ପୁଅମାନେ ଏବେ ବିଜେଡିରେ। ସେମାନେ କଂଗ୍ରେସ ସରକାର ସମୟରେ କିଛି େହାଇନି େବାଲି କହି ନିଜ ପିତାଙ୍କର ବିଫଳତା କଥା ଜଣାଇବାକୁ ଚାହୁଁଛନ୍ତି। ସେ ହୀରାକୁଦ ହେଉ କି ରେଙ୍ଗାଳି ଅବା ଇନ୍ଦ୍ରାବତୀ, ରାଉରକେଲା ଷ୍ଟିଲ ପ୍ଲାଣ୍ଟ୍ ଏସବୁ କଂଗ୍ରେସ ସରକାର ସମୟରେ ହି ଁ େହାଇଛି। ୧୯ ବର୍ଷ ପରେ ବି ଆମେ େଲାକଙ୍କୁ ପିଇବା ପାଣି ମୁନ୍ଦେ ଦେଇପାରିଲୁ ନାହିଁ। େଖାଦ୍ ଭୁବନେଶ୍ବରରେ ୩୦ରୁ ୪୦% େଲାକ େପାଖରୀରେ ଗାେଧାଉଛନ୍ତି। େଯଉଁଠି ଶୌଚ ହେବା ପାଇଁ ପାଣି ବ୍ୟବସ୍ଥା ନାହିଁ, ସେଠି ସ୍ବଚ୍ଛ ଭାରତର ମାନେ କ’ଣ?

ପାନୀୟ ଜଳଠାରୁ ଆରମ୍ଭ କରି ଶିକ୍ଷା ପର୍ଯ୍ୟନ୍ତ ସରକାରଙ୍କ କାର୍ଯ୍ୟକ୍ରମର ବିଫଳତା ତାଲିକା ରଖିଥିଲେ ନରସିଂହ। କାଳିଆ େଯାଜନା ବନ୍ଦ କରି ତା ସ୍ଥାନରେ ଛତିଶଗଡ ଢାଞ୍ଚାରେ ଋଣ ଛାଡ ସହ କ୍ବିଣ୍ଟାଲ ପିଛା ୨୫୦୦ ଟଙ୍କାରେ ଧାନ କିଣିବା ଲାଗି ପ୍ରବର୍ତାଇଥିଲେ।

ବିଧାୟକ ବିଷ୍ଣବ୍ରତ ରାଉତରାୟ କହିଥିେଲ, ସରକାରଙ୍କ ଯୋଜନାଗୁଡ଼ିକ ଲୋକଙ୍କ ପାଖରେ ପହଞ୍ଚାଇବା ଜନପ୍ରତିନିଧିମାନଙ୍କ ଦାୟିତ୍ବ। େସ ରାଜନୈତିକ ପରିବାରରୁ ଆସିଛନ୍ତି ଓ ଲୋକଙ୍କ ସମସ୍ୟାକୁ ଭଲଭାବେ ଜାଣିଛନ୍ତି। ବିଧାୟକ ହେବାର ୬ବର୍ଷ ପୂର୍ବରୁ ତୃଣମୂଳ ସ୍ତରରେ ଲୋକଙ୍କ ଗହଣରେ ରହି ତାଙ୍କ ଭଲମନ୍ଦରେ ଭାଗିଦାର ହୋଇଥିଲେ। ସବୁଠି ନବୀନ ସରକାରଙ୍କ ସଫଳତା ଦେଖିବାକୁ ପାଇଛନ୍ତି। ରାଜ୍ୟସରକାରଙ୍କ ବିକାଶ ପ୍ରକ୍ରିୟାରେ ଆମେ ସମସ୍ତେ କାନ୍ଧରେ କାନ୍ଧ ମିଳାଇ ସହଯୋଗ କରିବା ଦରକାର।

ବରିଷ୍ଠ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଥିଲେ, ରାଜ୍ୟପାଳଙ୍କ ଅଭିଭାଷଣରେ ସବୁ ବର୍ଗର ଲୋକଙ୍କୁ ସରକାର ଗୁରୁତ୍ବ ଦେଇଥିବା ପ୍ରତିଫଳିତ ହୋଇଛି। ଗରିବ ଲୋକଠୁ ଆରମ୍ଭ କରି ଚାଷୀ ପର୍ଯ୍ୟନ୍ତ ସରକାର ଯାହାଯାହା କରିଛନ୍ତି ସେସବୁ ରାଜ୍ୟପାଳ ତାଙ୍କ ଅଭିଭାଷଣରେ ସ୍ଥାନ ଦେଇଛନ୍ତି। ଏଥିରୁ ଗୋଟିଏ କଥା ସ୍ପଷ୍ଟ, ବିଜେଡି ସରକାର ଯାହା ପ୍ରତିଶ୍ରୁତି ଦେଇଥାଏ ତାକୁ କାର୍ଯ୍ୟରେ ପରିଣତ କରି ଦେଖାଏ।

ଅନ୍ୟମାନଙ୍କ ମଧ୍ୟରେ ଏହି ଆଲୋଚନାରେ ବିଜେଡି ବିଧାୟକ ଦେବେଶ ଆଚାର୍ଯ୍ୟ, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ବିଜେପି ବିଧାୟକ ଭାସ୍କର ମଢ଼େଇ, କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା, ବିିଜେଡି ବିଧାୟକ ପ୍ରତାପ କେଶରୀ ଦେବ, ବିଜେଡି ବିଧାୟକ ଧ୍ରୁବ ସାହୁ, ବିଜେପି ବିଧାୟକ ସନାତନ ବିଜୁଳି, ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି, ବିଜେପି ବିଧାୟକ ଶଙ୍କର ଓରାମ, କଂଗ୍ରେସ ବିଧାୟକ ଦାଶରଥୀ ଗମାଙ୍ଗ, ବିଜେଡି ବିଧାୟକ ପ୍ରୀତି ରଞ୍ଜନ ଘଡ଼େଇଙ୍କ ସମେତ ୧୪ ଜଣ ସଦସ୍ୟ ଭାଗ ନେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ପରେ ବିରୋଧୀ ଦେଇଥିବା ସଂଶୋଧନ ପ୍ରସ୍ତାବ କାଟ ଖାଇଥିଲା। ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଆଗତ କରିଥିବା ଧନ୍ୟବାଦ ପ୍ରସ୍ତାବ ପାରିତ ହେବା ପରେ ସନ୍ଧ୍ୟା ୬ଟା ୪୭ ମିନିଟରେ ବାଚସ୍ପତି ଗୃହକୁ ଶୁକ୍ରବାର ପୂର୍ବାହ୍ନ ୧୦ଟା ୩୦ ମିନିଟ ପର୍ଯ୍ୟନ୍ତ ମୁଲତବୀ କରିଥିଲେ।

ସମ୍ବନ୍ଧିତ ଖବର