ହୃଦୟ ଜିତିଲେ ଅଟୋ ଚାଳକ: ପ୍ଲାଟ୍‌ଫର୍ମକୁ ଅଟୋ ନେଇ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନା ପହଞ୍ଚାଇଲେ…

ମୁମ୍ବାଇ : ବିରାର ରେଳ ଷ୍ଟେସନରେ ଜଣେ ଅଟୋ ଚାଳକ କରିଥିବା କାମ ଏବେ ସମସ୍ତଙ୍କୁ ପ୍ରଶଂସା କରିବାକୁ ବାଧ୍ୟ କରିଛି । ମୁମ୍ବାଇରେ ଲଗାଣ ବର୍ଷା ଯୋଗୁଁ ସ୍ଥିତି ଅସମ୍ଭାଳ ହୋଇ ପଡ଼ିଥିବା ବେଳେ ଜଣେ ଅଟୋ ଚାଳକ ପ୍ଲାଟଫର୍ମ ଭିତରକୁ ଅଟୋ ନେଇ ଜଣେ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ଘଟଣା ଏବେ ଉଦାହରଣ ସୃଷ୍ଟି କରିଛି । ଏହାର ଏକ ଭିଡିଓ ଭାଇରାଲ ହୋଇଥିବା ବେଳେ ଅଟୋ ଚାଳକର ନାଁ ସାଗର କମାଲକର ବୋଲି ଜଣା ପଡ଼ିଛି ।

ସୂଚନା ମୁତାବକ, ଗର୍ଭବତୀ ମହିଳା ଓ ତାଙ୍କ ସ୍ୱାମୀ ମୁମ୍ବାଇ ଲୋକାଲ ଟ୍ରେନ୍‌ରେ ଯାତ୍ରା କରୁଥିବା ବେଳେ ବର୍ଷା ପାଇଁ ବିରାର ଷ୍ଟେସନରେ ଟ୍ରେନ୍‌ ଅଟକି ଯାଇଥିଲା । ଏହି ସମୟରେ ମହିଳାଙ୍କ ପେଟରେ ଯନ୍ତ୍ରଣା ଆରମ୍ଭ ହୋଇ ଯାଇଥିଲା । ୭ମାସର ଗର୍ଭବତୀ ହୋଇ ମଧ୍ୟ ଯନ୍ତ୍ରଣା ହେବା ଦେଖି ମହିଳାଙ୍କ ସ୍ୱାମୀ ଟ୍ରେନ ବାହାରକୁ ଆସି ସାହାଯ୍ୟ ମାଗିଥିଲେ । ଏହି ସମୟରେ ସେ ସାଗରଙ୍କୁ ଦେଖି ତାଙ୍କୁ ପୂରା ଘଟଣା ଜଣାଇଥିଲେ । ଯାହା ପରେ ସାଗର ନିଜର ଅଟୋ ପ୍ଲାଟ୍‌ଫର୍ମକୁ ଆଣି ମହିଳାଙ୍କୁ ସଞ୍ଜିବନି ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ପ୍ରସବ ପରେ ମହିଳା ଜଣଙ୍କ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର