ଟୁଇଟର୍‌ରେ ବ୍ୟାପିଲା ପପିର ସିଟ୍‌ବେଲ୍ଟ ପିନ୍ଧା ଫଟୋ, ଫଟୋ ଅପଲୋଡ୍‌ କଲା ମୁମ୍ବାଇ ପୁଲିସ୍‌

ମୁମ୍ବାଇ: ଆଜିକାଲି ଟୁଇଟର୍‌ରେ ବହୁ ମଜ ମଜା କଥା ସବୁ ଦେଖିବାକୁ ମିଳୁଛି। ଦନକୁ ଦିନ ଭାରତୀୟ ପୁଲିସ୍‌ମାନେ ବି ମଜା ମଜା ପୋଷ୍ଟ୍‍ ଦେଇ ଟୁଇଟର୍‌ରେ ଚର୍ଚ୍ଚା ପାଲଟିବାରେ ଲାଗିଛନ୍ତି। ନିକଟରେ ଭଦୋଦରା ପୁଲିସ୍‌ ଓ୍ଵିଙ୍କ୍‌ କୁଇନ୍‌ ପ୍ରିୟା ପ୍ରକାଶଙ୍କ ଫଟୋକୁ ବ୍ୟବହାର କରି ଟ୍ରାଫିକ୍‌ ସଚେତନତା ଉପରେ ବାର୍ତ୍ତା ଦେଇ ଏକ ପୋଷ୍ଟ୍‍ର କରି ଟୁଇଟର୍‌ରେ ଅପ୍‌ଲୋଡ କରିଥିଲା। ଏବେ ଟୁଇଟର୍‌ରେ ଦେଖିବାକୁ ମିଳିଛି ଆଉ ଏକ ମଜାଦାରିଆ ପୋଷ୍ଟ୍‍। ଏଥର ପୋଷ୍ଟଟି ଅପ୍‌ଲୋଡ କରିଛି ମୁମ୍ବାଇ ପୁଲିସ୍‌।

ମୁମ୍ବାଇ ପୁଲିସ୍‌ ଶନିବାର ଏକ ଟୁଇଟ୍‌ କରିଥିବାର ଦେଖିବାକୁ ମିଳିଛି। ଟୁଇଟ୍‌ରେ ଅପ୍‌ଲୋଡ୍‌ ହୋଇଥିବା ଫଟୋରେ ଦେଖିବାକୁ ମିଳୁଛି ଯେ ଏକ କୁକୁର କାର୍‌ ମଧ୍ୟରେ ବସି ସିଟ୍‌ ବେଲ୍‌ଟ ପିନ୍ଧୁଛି। ସେଥିରେ କ୍ୟାପ୍‌ସନ ରହିଛି ‘ସିଟ୍‌ ବେଲ୍‌ଟ ଜଣେ ବନ୍ଧୁଙ୍କ ପାଇଁ ଥାଏ(ସିଟ୍‌ ବେଲ୍‌ଟ, ଏ ଫ୍ରେଣ୍ଡ୍‌ ଫର୍‌ କିପ୍ସ’)। ଫଟୋ ଉପରେ ଆହୁରି ବି ହାସ୍‌ ଟ୍ୟାଗ୍‌ ଦିଆଯାଇ ଲେଖାଯାଇଛି ଯେ ‘ସିଟ୍‌ବେଲ୍‌ଟ: ବେଷ୍ଟ୍‍ ଫ୍ରେଣ୍ଡ୍‌ ଅଫ୍‌ ଏ ମ୍ୟାନ୍‌ସ ବେଷ୍ଟ୍‍ ଫ୍ରେଣ୍ଡ୍‌ ଠୁ।’ ପପିର ଏହି ଫଟୋଟି ଏବେ ଟୁଇଟର୍‌ରେ ଭାଇରାଲ୍‌ ହୋଇ ବହୁ ଲୋକପ୍ରିୟ ପାଲଟିଛି।

ସମ୍ବନ୍ଧିତ ଖବର