ବିଶିଷ୍ଟ ଉର୍ଦ୍ଦୁ କବି ଅନ୍ଓ୍ଵାର୍ ଜଲାଲପୁରି ଶ୍ରୀମଦ ଭଗବଦ୍ ଗୀତାର ଅନୁବାଦକ କରିବା ପରେ ଉତ୍ତର ପ୍ରଦେଶର ଜଣେ ମୁସଲମାନ ଯୁବକ ଏବେ ହନୁମାନ ଚାଳିଶାର ଉର୍ଦ୍ଦୁ ଅନୁବାଦ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଅନୁବାଦକ ଆବିଦ ଅଲଓ୍ଵି କହନ୍ତି: ମୁଁ ଛଅ ଧାଡ଼ିଆ ‘ମୁସାଦ୍ଦାସ’ ଶୈଳୀରେ ହନୁମାନ ଚାଳିଶା ଅନୁବାଦ କରିଛି। ଚୌପାଇର ଚାରି ଧାଡ଼ି ପରି ମୁସାଦ୍ଦାସର ଅଛି ତିନିଟି ଶେର୍ ଏବଂ ଛଅ ଧାଡ଼ି। ଜୌନ୍ପୁରବାସୀ ଯୁବକ କହନ୍ତି ‘ଶିବ ଚାଳିଶା’ ସମେତ ସେ ଏ ଭଳି ଅଧିକ କାମ କରିବା ପାଇଁ ଯୋଜନା କରୁଛନ୍ତି। ଦୁଇ ସମ୍ପ୍ରଦାୟ ପରସ୍ପରଙ୍କ ସଂସ୍କୃତି ଏବଂ ବିଶ୍ୱାସ ବୁଝିବାକୁ ତାଙ୍କର ଏ ପ୍ରୟାସ ବୋଲି ସେ କହନ୍ତି।
ଥରେ ସେ ବନାରସ ଯାଇଥିବା ବେଳେ କେତେକ ବିଦେଶୀ ହନୁମାନ ଚାଳିଶା ଆବୃତି କରିବାକୁ ଲୋକମାନଙ୍କୁ କହୁଥିଲେ। ଏହା ଦେଖି ହନୁମାନ ଚାଳିଶା ଅନୁବାଦ କରିବାକୁ ତାଙ୍କର ମନ ବଳିଥିଲା।
ବିନା ପ୍ରମାଦରେ ଏହାକୁ ଉର୍ଦ୍ଦୁରେ ଅନୁବାଦ କରିବାକୁ ତାଙ୍କୁ ତିନି ମାସ ଲାଗିଥିଲା। ଏକଦା ଅଲଓ୍ଵିନ୍ ଥିଲେ ଜଣେ ହିନ୍ଦୀ ଛାତ୍ର। ତାଙ୍କ ବାପା ତାଙ୍କୁ ପ୍ରତ୍ୟେକ ଧାର୍ମିକ ପୁସ୍ତକର ବାସ୍ତବ ଅର୍ଥ ବିଷୟରେ ଶିକ୍ଷା ଦେଉଥିଲେ।