୧୧,୦୦୦ ଟଙ୍କାରେ ବିକ୍ରି ହେଲେ ରାମ ରହିମ୍‌ ଓ ହନିପ୍ରୀତ ନାମ୍ନୀ ଗଧ!

ଭୋପାଳ: ମଧ୍ୟପ୍ରଦେଶର ଉଜୈନଠାରେ ଆୟୋଜିିତ ହୋଇଥିବା ବାର୍ଷିକ ଗଧ ମେଳାରେ ଦୁଷ୍କର୍ମକାରୀ ବାବା ଗୁରମିତ୍‌ ରାମ ରହିମ ଏବଂ ତାଙ୍କ ପାଳିତ କନ୍ୟା ହନିପ୍ରୀତ ଇନ୍‌ସାନ୍‌ଙ୍କ ନାମରେ ୨ଟି ଗଧ ବିକ୍ରି ହୋଇଛି। ଏହି ଯୋଡ଼ି ଗଧକୁ ଜଣେ କ୍ରେତା ୧୧,୦୦୦ଟଙ୍କାରେ କିଣି ନେଇଛନ୍ତି। ଏଠାରେ ଜଣାଇ ଦେଉଛୁ କି ଏହି ମେଳାରେ ଏପରି ନାମକରଣ କରାଯାଇ ଗଧ ବିକ୍ରୟ କରାଯାଉଥିବା ପ୍ରଥାଟି ପୁରୁଣା। ପୂର୍ବରୁ ଜିଏସ୍‌ଟି, ଜିଓ, ସୁଲତାନ, ବାହୁବଳୀ ଆଦି ମଜାଦାରିଆ ନାମରେ ଗଧ ମାଲିକ ତାଙ୍କ ଗଧକୁ ଗ୍ରାହକଙ୍କୁ ବିକ୍ରି କରିଛନ୍ତି।

ଗଧ ବିକ୍ରେତା ହରିଓମ୍‌ ପ୍ରଜାପତ ତାଙ୍କ ଯୋଡ଼ି ଗଧକୁ ୨୦,୦୦୦ ଟଙ୍କାରେ ବିକ୍ରି କରିବାର ଆଶା ରଖିଥିଲେ। ମାତ୍ର ଏତେ ଟଙ୍କାରେ ରାମ ରହିମ ଓ ହନିପ୍ରୀତ ନାମ୍ନୀ ଗଧ ଦ୍ୱୟଙ୍କୁ କେହି ନେବାକୁ ରାଜି ନ ହେବାରୁ ସେ ଶେଷରେ ୧୧,୦୦୦ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ।

ହରିଓମ୍‌ ତାଙ୍କ ଗଧର ନାମ ରାମରହିମ୍‌ ଓ ହନିପ୍ରୀତ କାହିଁକି ଦେଲେ ବୋଲି ଏକ ପ୍ରଶ୍ନ ପଚରାଯାଇଥିଲ। ସେ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି କି ଏହି ନାମ ଜରିଆରେ ମୁଁ ବାର୍ତ୍ତା ପ୍ରଦାନ କରୁଛି କି ସେମାନଙ୍କ କର୍ମ ପାଇଁ ତାଙ୍କୁ ଏପରି ଭୋଗିବାକୁ ପଡ଼ିଛି।

କ୍ଷିପ୍ରା ନଦୀ ତଟରେ ଏହି ବାର୍ଷିକ ମେଳା ଆୟୋଜିତ ହୋଇଯାଇଥିଲା। ତେବେ, ମଧ୍ୟପ୍ରଦେଶର ଏହି ଗଧମାନଙ୍କୁ ମହାରାଷ୍ଟ୍ର, ରାଜସ୍ତାନ ଏବଂ ଗୁଜୁରାଟରେ ବିକ୍ରି କରିବା ଉଦ୍ଦେଶ୍ୟରେ ଅଣାଯାଇଥିଲା। ଚଳିତବର୍ଷ ପାଖାପାଖି ୨,୦୦୦ ଗଧ ବିକ୍ରି ପାଇଁ ଅଣାଯାଇଥିଲା।

ଏହି ମେଳା ପାଇଁ ଉଜୈନ ମୁନ୍‌ସିପାଲ୍‌ କର୍ପୋରେସନ୍‌(ୟୁଏମ୍‌ସି) ପକ୍ଷରୁ ଅନେକ ସୁବିଧା ଉପଲବ୍ଧ କରାଇଥିଲା।

ସମ୍ବନ୍ଧିତ ଖବର