ପାରାର ୧୩ ହଜାର କିଲୋମିଟର‌୍‌ ଉଡ଼ାଣ!

ପାରା ପରିବ୍ରାଜକ ପକ୍ଷୀ ନୁହେଁ କି ଏହା ପରିବ୍ରାଜନରେ ଏ ଦେଶରୁ ସେ ଦେଶକୁ ଉଡ଼ିଯାଏନାହିଁ। ଏହା ନିଜ ବାସସ୍ଥାନ ଅଞ୍ଚଳ ବାହାରକୁ ଯାଏନାହିଁ। ତେବେ, ଏକ ଆମେରିକାନ୍‌ ପାରା କ୍ଷେତ୍ରରେ ବ୍ୟତିକ୍ରମ ଅନେକଙ୍କୁ ବିସ୍ମିତ କରିଛି। ପାରାଟି ଆମେରିକାରୁ ଉଡ଼ି, ପହଞ୍ଚିଛି ଅଷ୍ଟ୍ରେଲିଆରେ। ଆମେରିକାରୁ ଅଷ୍ଟ୍ରେଲିଆର ଦୂରତ୍ବ ପ୍ରାୟ ତେର ହଜାର କିଲୋମିଟର‌୍‌ ବା ଆଠ ହଜାର ମାଇଲ୍‌। ମେଲ୍‌ବୋର୍ନ‌୍‌ର ବାସିନ୍ଦା କେଭିନ୍‌ ସେଲି-ବାର୍ଡ‌୍‌ ପକ୍ଷୀଟିକୁ ନିଜ ଉଦ୍ୟାନରେ ଠାବ କରିଥିଲେ। ପାରାଟି ମଣିଷ ସହ ଚଳିବାରେ ଅଭ୍ୟସ୍ତ ଥିବାରୁ ଆପେ ଧରାଦେଇଥିଲା। ତାହା ପାଦରେ ବନ୍ଧାହୋଇଥିବା ଟାଗ୍‌ରୁ କେଭିନ୍‌ ଜାଣିଲେ ଯେ, ଯୁକ୍ତରାଷ୍ଟ୍ର ଆମେରିକା ଅନ୍ତର୍ଗତ ଆଲାବାମାର ଜଣେ ବ୍ୟକ୍ତି ତାହାର ମାଲିକ।

ଅଷ୍ଟ୍ରେଲିଆର ଆଇନ ଅନୁଯାୟୀ ଅନ୍ୟ ଦେଶର ପଶୁ-ପକ୍ଷୀ ବିନା ଅନୁମତିରେ ଅଷ୍ଟ୍ରେଲିଆ ଆଣିବା ମନା। ତେଣୁ, ବିଦେଶୀ ପାରାର ଉପସ୍ଥିତି ବାବଦରେ କେଭିନ୍‌ ସ˚ପୃକ୍ତ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ। ତାହା ପରଠାରୁ ପକ୍ଷୀଟିକୁ ପଞ୍ଜୁରିରେ ବନ୍ଦୀ କରାଯାଇଛି। ପକ୍ଷୀଟି ଆଜୀବନ ବନ୍ଦୀ ରହିବ କି ଆମେରିକାରେ ଥିବା ତାହାର ମାଲିକଙ୍କ ପାଖକୁ ପଠାଯିବ, ଏ ପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ। ତେବେ, ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମ ତଥା ସାମାଜିକ ଗଣମାଧ୍ୟମରେ ଖବର ଓ ପ୍ରତିକ୍ରିୟା ପରିବେଷଣ ଜାରିରହିଛି।

ସମ୍ବନ୍ଧିତ ଖବର