ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପକୁ ପିୟୂଷ ଗୋଏଲଙ୍କ ସମର୍ଥନ

ମୁମ୍ବାଇ: ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପ ଆରମ୍ଭ କରିବା ନେଇ କେନ୍ଦ୍ର ନେଇଥିବା ନିଷ୍ପତିକୁ ରେଳ ମନ୍ତ୍ରୀ ପିୟୂଷ ଗୋଏଲ ସମର୍ଥନ କରିଛନ୍ତି । ସେ କହିଛନ୍ତି ‘ଏହା ଭାରତକୁ ଉନ୍ନତି ପଥରେ ନେବାର ଆଉ ଏକ ଦିଗ ।’ ଏହି ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପ ଉପରେ ଜଣେ ପ୍ରଶ୍ନ କରିଥିଲେ ଯେ ଭାରତକୁ ବୁଲେଟ୍‌ ଟ୍ରେନ୍‌ ସତରେ ଦରକାର କି ନାହିଁ ବୋଲି। ଏହି ପ୍ରଶ୍ନ ଦେଖିବା ପରେ ସବୁବେଳେ ସୋସିଆଲ ସାଇଟ୍‌ରେ ଆକ୍ଟିଭ୍‌ ରହୁଥିବା ରେଳ ମନ୍ତ୍ରୀ ପିୟୂଷ ଗୋଏଲ ଏହାର ଉତ୍ତର ରଖିଥିଲେ। ସେ ବିଭିନ୍ନ ଗ୍ରାଫିକ୍ସ୍‍ ଜରିଆରେ ପ୍ରଶ୍ନ ପଚାରିଥିବା ବ୍ୟକ୍ତି ଜଣଙ୍କୁ ବୁଝାଇଥିଲେ ।

ସେ ଲେଖିଥିଲେ, ‘ଭାରତ ହେଉଛି ଏକ ବିକାଶଶୀଳ ଦେଶ । ଦେଶର ଅର୍ଥନୀତିକୁ ବିକଶିତ କରିବା ପାଇଁ ହେଲେ ଆମକୁ ବିକଶିତ ହୋଇ ନଥିବା ଜିନିଷ ପ୍ରତି ଧ୍ୟାନ ଦେବାକୁ ପଡ଼ିବ । ସେ ଭିତରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଭାରତରେ ଥିବା ରେଳ ନେଟ୍‌ଓ୍ଵାର୍କର ବିକାଶ କରାଇବା । ଏନ୍‌ଡିଏ ସରକାର ଦ୍ୱାରା କରାଯାଇଥିବା ମୁମ୍ବାଇ-ଏହ୍‌ମଦାବାଦ୍‌ ଦ୍ରୁତ ଗତି ପ୍ରକଳ୍ପ ନିହାତି ଭାବରେ ଭାରତକୁ ବିକାଶ ପଥରେ ନେବ । ଫଳରେ ଭାରତ ରେଳବାଇ ସ୍କେଲ,ସ୍ପିଡ୍‍, ଏବଂ ସ୍କିଲରେ ଆନ୍ତର୍ଜାତୀୟ ସ୍ଥରରେ ପରିଚିତ ହୋଇ ପାରିବ । ପ୍ରତି ଦିନ କିଛି ନା କିଛି ନୂଆ କୌଶଳ ବାହାରୁଥିଲେ ମଧ୍ୟ ସେଗୁଡ଼ିକୁ ଆପଣେଇବା ଏତେ ସହଜନୁହେଁ । କିନ୍ତୁ ଯଦି ଆମେ ଇତିହାସକୁ ଦେଖିବା ତେବେ ନୂଆ କୌଶଳ ଦେଶକୁ ସବୁ ବେଳେ ଲାଭବାନ କରାଇଛି।’

ଏକ ଉଦାହରଣ ଦେଇ ଗୋଏଲ କହିଥିଲେ କି ୧୯୬୮ରେ ଯେତେବେଳେ ରାଜଧାନୀ ଟ୍ରେନ୍‌ ଆରମ୍ଭ କରାଯାଇଥିଲା ସେତେବେଳେ ରେଳବାଇ ବୋର୍ଡ ଅଧ୍ୟକ୍ଷ ଏହାକୁ ବିରୋଧ କରିଥିଲେ । କିନ୍ତୁ ଏବେ ସେହି ଟ୍ରେନ୍‌ରେ କାହିଁ କେତେ ଲୋକ ଭିଡ଼।

ଆଉ ଏକ ଉଦାହରଣ ଦେଇ ଗୋଏଲ କହିଥିଲେ‘ କିଛି ଲୋକ ଭାବୁଥିଲେନୂଆ କୌଶଳ ପାଇଁ ଭାରତ ପ୍ରସ୍ତୁତ ନୁହେଁ। ମାତ୍ର ଦେଖନ୍ତୁ ଏବେ ଭାରତର ମୋବାଇଲ ମାର୍କେଟ୍‌ ବିଶ୍ୱରେ ଦ୍ୱିତୀୟ । ସେହିଭଳି ଭାବରେ ବୁଲେଟ୍‌ ଟ୍ରେନ୍‌ ମଧ୍ୟ ଯାତ୍ରୀ ମାନଙ୍କର ଯାତ୍ରା କରିବାର ଅଭିଜ୍ଞତାକୁ ବଦଳାଇ ଦେବ।’

 

ସମ୍ବନ୍ଧିତ ଖବର