ଗ୍ରାହଙ୍କଠାରୁ ମଦ ଛଡ଼େଇ ନେଇ ନିଜେ ପିଇଦଉଛି ମାଙ୍କଡ଼, ଚିନ୍ତାରେ ଦୋକାନୀ

ରାୟବରେଲି: ଏବେ ପର୍ଯ୍ୟନ୍ତ ଆପଣ ଜାଣିଥ‌ିବେ ‌ଯେ ମଦ କେବଳ ମଣି‌ଷ ହିଁ ପିିଇଥାନ୍ତି। କେବେ କୌଣସି ଜୀବଯନ୍ତୁଙ୍କୁ ମଦ୍ୟପାନ କରିବାର ଦେଖିଛନ୍ତି କି? ଆମେ ଆଜି କହିବୁ ଏକ ମାଙ୍କଡ଼ ବିଷୟରେ, ଯିଏକି ପିଇବାକୁ ମଦ ନଦେଲେ ହଙ୍ଗାମା କରୁଛି। ଘଟଣାଟି ହେଉଛି ଉତ୍ତରପ୍ରଦେଶସ୍ଥିତ ଗଦାଗଞ୍ଜ ଥାନା ଅଧୀନରେ ଥିବା ଅଚଳଗଞ୍ଜ ଅଞ୍ଚଳର। ନିକଟରେ ଏକ ଭିଡିଓ ବି ଭାଇରାଲ୍‌ ହୋଇଛି। ଭାଇରାଲ୍‌ ଭିଡିଓରେ ମାଙ୍କଡ଼ଟିକୁ ମଦ ପିଉଥିବାର ଦେଖିବାକୁ ମିଳିଛି।

ଜାଣିବାକୁ ମିଳିଛି ଯେ ଏହି ମାଙ୍କଡ଼ଟିର ମଦ୍ୟପାନ କରିବାର ଅଭ୍ୟାସ ରହିଛି। ଯେବେ କି କେହି ସେଠାରେ ଥିବା ମଦ ଦୋକାନକୁ ମଦ କିଣିବାକୁ ଆସନ୍ତି ତ ମାଙ୍କଡ଼ଟି ଧାଇଁ ଆସି ତାଙ୍କ ହାତରୁ ବୋତଲ ଛଡ଼ାଇ ନେଇଯାଏ ଓ ନିଜେ ପିଇ ପକାଏ।

ଦୋକାନୀ ଜଣକ କହିଛନ୍ତି ଏହି ଏହି ମାଙ୍କଡ଼ ବିଷୟରେ ସେ ଅଧିକାରୀଙ୍କ ଆଗରେ ଅନେକ ସମୟରେ ଅଭିଯୋଗ କରିଛନ୍ତି। ମାତ୍ର ଅଧିକାରୀ ତାଙ୍କୁ ସବୁବେଳେ ମାଙ୍କଡ଼ଟିକୁ ମାରିକି ଭଗାଇବାର ପରାମର୍ଶ ଦିଅନ୍ତି।

ଘଟଣାଟି ଗଣମାଧ୍ୟମରେ ପ୍ରଘଟ ହେବା ପ‌ରେ ଏବେ ଅବକାରୀ ବିଭାଗ ଅଧିକାରୀ ବନ୍ୟ ବିଭାଗକୁ ମାଙ୍କଡ଼ଟିକୁ ଧରିବାର ବନ୍ଦୋବସ୍ତ କରିବା ପାଇଁ କଥା ହୋଇଛନ୍ତି। ସବୁଠାରୁ ଚିନ୍ତାଜନକ କଥା ହେଉଛି ଦୋକନର ସେଲ୍‌ସମ୍ୟାନ୍‌ ଯେତେବେଳେ ତାଙ୍କୁ ଭଗାଇବାକୁ ଚେଷ୍ଟା କରନ୍ତି ତ ସେ କାମୁଡ଼ିବା ପାଇଁ ଗୋଡ଼ାଇ ଥାଆନ୍ତି। ମାଙ୍କଡ଼ଟି କେବଳ ଯେ ଗ୍ରାହକଙ୍କଠରୁ ମଦ ଛଡ଼ାଏ ତାହା ନୁହେଁ, କେତେ ଥର ସେ ଦୋକନର କାଚ ବି ଭାଙ୍ଗିଥିବା ଅଭିଯୋଗ ହୋଇଛି।

 

 

ସମ୍ବନ୍ଧିତ ଖବର