ରାବଣ ଦେଇ ଯାଇଥିବା ଏହି ୩ ଉପଦେଶ ସମଗ୍ର ମାନବ ଜାତିର କଲ୍ୟାଣ ପାଇଁ, ଚାଲନ୍ତୁ ଜାଣିବା କ’ଣ ସେସବୁ

ଅସୁର ହେଲେ ବି ରାବଣ ହେଉଛନ୍ତି ମହାଜ୍ଞାନୀ ଏକଥା ସମସ୍ତଙ୍କୁ ଜଣା। ଏପରିକି ସ୍ୱୟଂ ରାମଚନ୍ଦ୍ର ରାବଣ ବଦ୍ଧ କରିବା ପାଇଁ ବାନ୍ଧି ଥିବା ସେତୁ ପୂଜା ବି ରାବଣ ବି କରିଥିଲେ। ତେବେ ଚାଲନ୍ତୁ ଜାଣିବା ସେ ଦେଇ ଯାଇଥିବା କେଉଁ ୩ ଉପଦେଶ ସମଗ୍ର ମାନବ ଜାତି ପାଇଁ ଉପକାରୀ।

-ରାବଣ ଦେଇଥିବା ପ୍ରଥମ ଉପଦେଶ ହେଉଛି ଶୁଭ କାର୍ଯ୍ୟକୁ ଖୁବ୍‌ ଶୀଘ୍ର କରିବା ଉଚିତ। ଅଶୁଭ କାର୍ଯ୍ୟକୁ ଯେତେ ଦୂରେଇ ପାରିବା ଭଲ। କଥାରେ ଅଛି ଶୁଭସ୍ୟ ଶୀଘ୍ରମ। ମୋର ପ୍ରଭୁ ଶ୍ରୀରାମଙ୍କୁ ଶୀଘ୍ର ଚିହ୍ନିବାର ଆବଶ୍ୟକତା ଥିଲା। ମୁଁ ଚିହ୍ନିବାରେ ବିଳମ୍ବ କରିବାରୁ ଏପରି ହୋଇଛି। ଏହା ଛଡ଼ା ମୁଁ ଚାହିଁଥିଲେ ସ୍ୱର୍ଗକୁ ସିଡ଼ି ବାନ୍ଧି ପାରିଥାନ୍ତି। ମାତ୍ର ମୋର ବିଳମ୍ବତା ହେତୁ ମୁଁ ତାହା କରିପାରିଲି ନାହିଁ।

-ରାବଣ ଦେଇଥିବା ଦ୍ୱିତୀୟ ଉପଦେଶ ହେଉଛି ନିଜର ପ୍ରତିଦ୍ୱନ୍ଦ୍ୱି ବା ଶତ୍ରୁଙ୍କୁ କେବେ ବି ଛୋଟ ଭାବିବ ନାହିଁ। ମୁଁ ଯେଉଁମାନଙ୍କୁ ସାଧାରଣ ବାନର ଓ ଭାଲୁ ଭାବିଥିଲି ସେଇ କ୍ଷୁଦ୍ର ଜୀବମାନେ ମିଶି ମୋର ପୂରା ସେନା ନଷ୍ଟ କରିଦେଲେ।

-ରାବଣ ଦେଇଥିବା ତୃତୀୟ ଏବଂ ଅନ୍ତିମ ଉପଦେଶଟି ହେଉଛି ନିଜ ଜୀବନର କୌଣସି ରହସ୍ୟମୟ ବିଷୟକୁ କାହା ବି ସମ୍ମୁଖରେ କହିବା ଅନୁଚିତ। ମୁଁ ମୋର ଭାଇ ବିଭୀଷଣକୁ ବିଶ୍ୱାସରେ ମୋର ମୃତ୍ୟୁର ରହସ୍ୟ କହିଥିଲି, ତାହା ମୋ ଜୀବନର ସବୁଠାରୁ ବଡ଼ ଭୁଲ୍‌ ଥିଲା। ଯେଉଁଥିପାଇଁ ମୁଁ ଆଜି ମରିବାକୁ ଯାଉଛି।

ସମ୍ବନ୍ଧିତ ଖବର