ଶାହରୁଖ ଖାନ୍‌ ମୋର ଜୀବନ ନଷ୍ଟ କରି ଦେଇଛନ୍ତି ବୋଲି ଅଭିଯୋଗ ଆଣି ସୋସିଆଲ ମିଡିଆରେ ଏପରି ଲେଖିଲେ ଏହି ଯୁବତୀ

ମୁମ୍ବାଇ: ଶାହରୁଖ ଖାନ୍‌ଙ୍କୁ ରୋମାନ୍ସ କିଙ୍ଗ ବୋଲି କୁହାଯାଇ ଥାଏ। ତାଙ୍କ ସିନେମା ଦେଖି ଦର୍ଶକ ତାଙ୍କ ଭଳି ପ୍ରୋପୋଜ କରୁଥିବାର ଘଟଣା ଅନେକଥର ସାମ୍ନାକୁ ଆସିଛି। ଏମିତି ଏକ ସ୍ୱପ୍ନ ଜଣେ ଯୁବତୀ ଦେଖିଥିଲେ ଯାହା ପୂରା ହୋଇନାହିଁ। ସେ ନିଜର ଲବ୍‌ ଷ୍ଟୋରି ଓ ଶାହାରୁଖ ଖାନ୍‌ ତାଙ୍କ ଜୀବନ ନଷ୍ଟ କରି ଦେଇଛନ୍ତି ବୋଲି ଅଭିଯୋଗ ଆଣି ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି।

ସୋସିଆଲ ମିଡିଆ ହ୍ୟୁମନ୍‌ ଅଫ୍‌ ବାଁମ୍ବ୍ରୋ ପେଜରେ ଅଦରିଜା ଦାସ୍‌ ନାମକ ଯୁବତୀ ଲେଖିଛନ୍ତି, ‘ଶାହରୁଖ ମୋର ଜୀବନ ନଷ୍ଟ କରି ଦେଇଛନ୍ତି । ମୁଁ ଯେତେବେଳେ ଛୋଟ ଥିଲି ଜଣେ ପରଫେକ୍‌ ବ୍ୟକ୍ତି ମୋତେ ପୁରା ସିନେମା ଷ୍ଟାଇଲ୍‌ରେ ପ୍ରୋପଜ କରନ୍ତୁ ବୋଲି ସ୍ୱପ୍ନ ଦେଖି ଆସୁଥିଲି। ରୋମାଣ୍ଟିକ୍‌ ଗୀତ ବାଜୁଥିବ…ସେ ଧୀରେ ଧୀରେ ମୋର ଆଡକୁ ମାଡି ଆସୁଥିବେ… ପବନରେ ମୋର କେଶ ଉଡୁଥିବ… ଆଉ ହଠାତ୍‌ ସେ ମୋ ସାମ୍ନାରେ ଆଣ୍ଠେଇ ପଡ଼ି ମୋତେ ମୁଦି ପିନ୍ଧାଇ ବିବାହ ପ୍ରସ୍ତାବ ରଖିବେ। କିନ୍ତୁ ଏମିତି କେବେ ବି ହୋଇନାହିଁ। ଏହାର ଓଲଟା ଘଟଣା ଦେଖିବାକୁ ମିଳିଛି। ମୁଁ ମୋର ପିତା-ମାତାଙ୍କୁ ଜଣେ ପଞ୍ଜାବୀ ଯୁବକଙ୍କୁ ବିବାହ କରିବି ବୋଲି ପ୍ରସ୍ତାବ ରଖିଛି। ଯେଉଁଥିପାଇଁ ତାଙ୍କୁ ବହୁତ କଷ୍ଟରେ ରାଜି କରିବାକୁ ପଡ଼ିଛି। ତେବେ ମୁଁ ଯାହାଙ୍କୁ ଭଲ ପାଏ ତାଙ୍କ ସହିତ ତିନି ବର୍ଷ ହେବ ଡେଟ କରି ଆସୁଛି। ଖୁବ୍‌ ଶୀଘ୍ର ଆମେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛି।

ତେବେ ସବୁଠାରୁ ମଜାଦାର କଥା ହେଲା, ଆମର ଯେଉଁଠାରେ ପ୍ରଥମ ଦେଖା ହୋଇଥିଲା। ଆଶିଷଙ୍କ ଜନ୍ମଦିନରେ ସେହି ରେସ୍ତୋରାଁରେ ଏକ ସରପ୍ରାଇଜ ପାର୍ଟି ରଖିଥଲି। ସେ ଯେମିତି ହିଁ ଆସିଥିଲେ ମୁଁ ତାଙ୍କ ପାଖକୁ ଯାଇ ସାମ୍ନାରେ ଆଣ୍ଠେଇ ପଡ଼ିଥିଲି। ସେ ଚମକି ପଡ଼ିଥିଲେ। ମୁଁ ତାଙ୍କୁ ଏକ ଫୁଲ ଦେଇ କହିଥିଲି, ଆଶିଷ ହସ ଖୁସି ହେଉ ଅବା ଦୁଃଖ ତୁମ ସହିତ ହିଁ ସାରା ଜୀବନ ବିତାଇବାକୁ ଚାହୁଁଛି। କ’ଣ ତୁମେ ମୋତେ ବିବାହ କରିବ? ଏହାପରେ ଆଶିଷ ମୋତେ ଦେଖିଲେ ହସିଲେ ଓ ଆଲିଙ୍ଗନ କଲେ। ଏବଂ ମୋର କାନରେ କହିଥିଲେ ଆମର ଆଗାମୀ ପିଡି ତୁମ ଭଳି ଫିଲ୍ମି ନହେଉ।’

ସମ୍ବନ୍ଧିତ ଖବର