ପାଇଖାନା ପ୍ୟାନ୍‌ରେ ପଶି ରହିଥିଲା ସାପ! ଆଉ ତାପରେ…

ୱାଶିଂଟନ: ନିକଟରେ ଏକ ସାପ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଚହଳ ସୃଷ୍ଟି କରିଛି। ସାପଟି ପାଇଖାନାର ପ୍ୟାନ୍‌ ଭିତରେ ପଶିଥିବାର ଦୃଶ୍ୟ ଭିଡିଓରେ ଦେଖିବାକୁ ମିଳିଛି। ପଶ୍ଚିମ ଟେକ୍ସାସ୍‌ରେ ଘଟିଥିବା ଏପରି ଏକ ଘଟଣା ‌ଲୋକଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି କରିଛି।

ଭିଡିଓ କ୍ଲିପ୍‌ରେ ଦେଖିବାକୁ ମିଳିଛି ସାପଟି ପାଇଖାନା ପ୍ୟାନ୍‌ରେ ଥିବା ବେଳେ ଏହାକୁ ହଟାଇବାକୁ ଜଣେ ବ୍ୟକ୍ତି ଉଦ୍ୟମ କରୁଛନ୍ତି। ଅବଶ୍ୟ ଶେଷ ପର୍ଯ୍ୟନ୍ତ ଭିଡିଓରେ ଦେଖିବାକୁ ମିଳିନାହିଁ, ମାତ୍ର ଆପଣ ଜାଣିପାରୁଥିବେ ନିଶ୍ଚୟ ଯେ ଏହା କେବେ ବି ଏକ ସାଧାରଣ କଥା ନୁହେଁ।

ଟେକ୍ସାସର ଜଣେ ଟ୍ବିଟର୍‌ ବ୍ୟବହାରକାରୀ ଏହି ଭିଡିଓଟିକୁ ତାଙ୍କ ଟ୍ବିଟର୍‌ ଆକାଉଣ୍ଟ୍‌ରେ ଦେଇ ଲେଖିଛନ୍ତି, ‘ଏପରି ଏକ ଭାବନା ମନରେ ଆସି ମେତେ ବାରମ୍ବାର ଭୟଭୀତ କରାଉଥିଲା। ମାତ୍ର ଏଭଳି ଏକ ପରିସ୍ଥିିତିର ସାମ୍ନା ମୋ ବନ୍ଧୁଙ୍କୁ କରିବାକୁ ପଡ଼ିଛି।’

 

ଏହି ଭିଡିଓଟି ଟ୍ବଟର୍‌ରେ ସେୟାର୍‌‌ ହେବା ପରେ ବିଭିନ୍ନ ଲୋକ ବିଭିନ୍ନ ଧରଣର କମେଣ୍ଟ୍‌ ସବୁ ଦେଇଛନ୍ତି। ସାପଟି ପାଇଖାନାରେ ପଶିଥିଲେ କିପରି ବାହାରକୁ ଆସେ ତାହାକୁ ବର୍ଣ୍ଣନା କରି ଜଣେ ବ୍ୟବହାରକାରୀ ତାଙ୍କ କମେଣ୍ଟ୍‌ ବକ୍ସରେ କମେଣ୍ଟ୍‌ ଦେଇଛନ୍ତି।

ଆଉ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ମୁଁ ହ୍ୟୁଷ୍ଟନରେ ରହେ ଏବଂ ସମସ୍ତଙ୍କୁ ଏହି ପରାମର୍ଶ ଦେବାକୁ ଚାହିଁବି ଯେ ବ୍ୟବହାର ନଥିବା ସମୟ‌ରେ ପାଇଖାନା ଲିଡ୍‌କୁ ପକାଇ ରଖନ୍ତୁ।’

ଭିଡିଓଟିର ଏବେ ସୁଦ୍ଧା ୨.୩ ମିଲିୟନ୍‌ ଭିୟୁ ହୋଇ ସାରିଲାଣି। ୧୬.୬ ହଜାର ଲୋକ ଭିଡିଓଟିକୁ ଲାଇକ୍‌ କରି ସାରିଥିବା ବେଳେ ୭.୮ ହଜାର ଲୋକ ଏହି ଟ୍ବିଟ୍‌କୁ ରି-ଟ୍ବିଟ୍‌ କରି ସାରିଲେଣି।

ସମ୍ବନ୍ଧିତ ଖବର