ଭାରତୀୟମାନେ ପ୍ରବଳ ଧର୍ମ ବିଶ୍ୱାସୀ। ଏହି ଧାର୍ମିକ ଭାବନା ହେତୁ ଅନେକ ହିନ୍ଦୁ ବିଭିନ୍ନ ଦେବାଦେବୀଙ୍କ ସମେତ ଜୀବଜନ୍ତୁଙ୍କର ମଧ୍ୟ ପୂଜା କରିଥାନ୍ତି। ସାପକୁ ଭଗବାନ ଶିବଙ୍କର ଏକ ରୂପ ବୋଲି ସ୍ୱୀକାର କରାଯାଇଛି ହିନ୍ଦୁ ଧର୍ମରେ ।
ସାଧାରଣତଃ ସାପର ନାଆଁ ଶୁଣିବା ମାତ୍ରେ ଆମେ ସବୁ ଚମକିଯାଉ,କିନ୍ତୁ ମହାରାଷ୍ଟ୍ରରେ ଏଭଳି ଏକ ଗାଆଁ ଅଛି,ଯେଉଁଠି ଲୋକେ ଘରେ ଘରେ ସାପ ପୋଷିଥା’ନ୍ତି।ଏହି ଗାଆଁର ପ୍ରତ୍ୟେକ ଘରର ଛାତିରେ କ’ଣ ଥାଏ। ସେଠାରେ ସାପ ରହିଛି। ସାପ ରହୁଥିବା ଏହି ଜାଗାକୁ ଦେବସ୍ଥାନ ବୋଲି ସେମାନେ କହନ୍ତି। ଖାଲି ସେତିକି ନୁହେଁ ସାପମାନେ ଏ ଘରକୁ ସେ ଘର ବୁଲିଥାନ୍ତି। ସେଠାରେ ସାପକୁ ନେଇ ଲୋକଙ୍କ ଭିତରେ କିଛି ଭୟ ନାହିଁ। ଏପରିକି ସାପମାନେ ସ୍କୁଲ ଭିତରେ ବି ବୁଲାଚଲା କରିଥାନ୍ତି, କିନ୍ତୁ ପିଲାମାନେ ଆଦୌ ଭୟଭୀତ ହୋଇ ନଥାନ୍ତି। ଏହି ଗାଆଁର ନାଆଁ ହେଲା ଶେତଫଲ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ବିଚିତ୍ର ଗ୍ରାମକୁ ଦେଖିବା ଲାଗି ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଆସିଥା’ନ୍ତି। ଶେତଫଲ ଗାଆଁ ମହାରାଷ୍ଟ୍ରର ଏକ ବଡ଼ ସହର ପୁନେଠାରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ଅବସ୍ଥିତ।