ଭାରତରେ ଛାତ୍ରଛାତ୍ରୀ ଟ୍ୟୁସନ ଉପରେ ସର୍ବାଧିକ ନିର୍ଭରଶୀଳ : ସର୍ଭେ

ନୂଅାଦିଲ୍ଲୀ : ଭାରତରେ ଛାତ୍ରଛାତ୍ରୀ ଟ୍ୟୁସନ ଉପରେ ସର୍ବାଧିକ ନିର୍ଭରଶୀଳ। । ସ୍କୁଲ/ କଲେଜରେ ଶିକ୍ଷାଦାନ ଅପେକ୍ଷା  ଟ୍ୟୁସନ ଉପରେ ଅଧିକ ଭରସା କରୁଛନ୍ତି ଭାରତୀୟ ଛାତ୍ରଛାତ୍ରୀ । ଏକ ଆନ୍ତର୍ଜାତୀୟ ସର୍ଭେ ଅନୁସାରେ ବିଶ୍ୱରେ ଭାରତ ଏହି କ୍ଷେତ୍ରରେ ଏକ ନମ୍ବର ବୋଲି ଜଣାପଡିଛି । ଭାରତରେ ସବୁଠାରୁ ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ଟ୍ୟୁସନ ଯାଆନ୍ତି । କେମ୍ବ୍ରିଜ୍ ଇଣ୍ଟରନ୍ୟାସନାଲ ଗ୍ଲୋବାଲ ଏଜୁକେସନ ସେନସେନ୍ସ ରିପୋର୍ଟ ଏହି ତଥ୍ୟ ପ୍ରଦାନ କରିଛି ।

ଭାରତ ସମେତ ୧୦ଟି ଦେଶର ଛାତ୍ରଛାତ୍ରୀଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା । ଆମେରିକା, ପାକିସ୍ତାନ, ମାଲେସିଆ, ସାଉଥ-ଆଫ୍ରିକା ଆଦି ଦେଶରେ ଏହି ସର୍ଭେ କରାଯାଇଥିଲା ।

ସର୍ଭେ ଅନୁସାରେ, ୧୬ ପ୍ରତିଶତ ଛାତ୍ରଛାତ୍ରୀ ପ୍ରଯୁକ୍ତି ବିଦ୍ୟାରେ କ୍ୟାରିୟର କରିବା ପାଇଁ ଲକ୍ଷ୍ୟ ରଖୁଥିବା ବେଳେ ୮ପ୍ରତିଶତ ଛାତ୍ରଛାତ୍ରୀ ବୈଜ୍ଞାନିକ ହେବା ପାଇଁ ଲକ୍ଷ୍ୟ ରଖନ୍ତି । ଏହା ମଧ୍ୟ ୧୦ଟି ଦେଶ ମଧ୍ୟରେ ସର୍ବୋଚ୍ଚ । ଏହି ସର୍ଭେରେ ଆଉ ଏକ ରୋଚକ କଥା ହେଉଛି ୩୨ ପ୍ରତିଶତ ଛାତ୍ରଛାତ୍ରୀ ପାଠପଢ଼ା ସହ ଅନଲାଇନ କୋର୍ସ ମଧ୍ୟ କରିଥାନ୍ତି । ପରୀକ୍ଷା ପୂର୍ବରୁ ୩୩ପ୍ରତିଶତ ଛାତ୍ରଛାତ୍ରୀ ମକ୍ ଟେଷ୍ଟ ଦେବାକୁ ଇଛା ପ୍ରକାଶ କରିଥାନ୍ତି ।

ସମ୍ବନ୍ଧିତ ଖବର