ଭିଡିଓଟି ଯେତିକି ଭୟାନକ, ସେତିକି ମଜାଦାର୍‌; ମିଲିୟନ୍‌ରୁ ଊର୍ଧ୍ବ‌ ଲୋକେ ଦେଖିଲେ, ମିଳିଲା ଲକ୍ଷ ଲକ୍ଷ ଲାଇକ୍‌ ଓ ହଜାର ହଜାର କମେଣ୍ଟ୍‌

ଫ୍ଲୋରିଡା: ପୂର୍ବରୁ ଆପଣ ଇଣ୍ଟର୍‌ନେଟ୍‌ରେ ଅନେକ ମଜାଦାର୍‌ ଭିିଡିଓ ସବୁ ଦେଖିଥିବେ। କେବଳ ମଜାଦାର୍‌ କାହିଁକି, ଭୟାନକ ଭିଡିଓ ବି ଦେଖିଥିବେ। ନିକଟରେ ଇଣ୍ଟରନେଟ୍‌ରେ ଏପରି ଏକ ଭିଡିଓ ଭାଇରାଲ୍‌ ହୋଇଛି ଯାହା ଉଭୟ ମଜାଦାର୍‌ ଓ ଭୟାନକ। ଭିଡିଓଟି ହେଉଛି ଜଣେ ବ୍ୟକ୍ତି ଓ ତାଙ୍କର ପୋଷା ଘଡ଼ିଆଳ ପ୍ରଜାତିର କୁମ୍ଭୀରର।

ଭିଡିଓରେ ଜଣେ ବ୍ୟକ୍ତି ତାଙ୍କ ପୋଷା କୁମ୍ଭୀରକୁ ନିଜ ପିଲା ପରି ସ୍ନେହ କରୁଥିବାର ଦେଖିବାକୁ ମିଳିଛି। ବ୍ୟକ୍ତି ଜଣକ ତା’ ନା ରଖିଛନ୍ତି ସୁଇଟି। ଟିକ୍‌ଟକ୍‌ ବ୍ୟବହାରାକରୀ ରାଚେଲ୍‌ ବୋମ୍ୟାନ୍ ଭିଡିଓଟିକୁ ଟିକ୍‌ଟକ୍‌ରେ ସେୟାର୍‌ କରିବା ପରେ ଏହି ନିଆରା ଭିଡିଓଟି ଏବେ ଚର୍ଚ୍ଚା ପାଲଟିବାରେ ଲାଗିଛି।

ଭିଡିଓରେ ଦେଖିବାକୁ ମିଳିଛି ଏକ କୁମ୍ଭୀର ହଳଦିଆ ଟି-ସାର୍ଟ ପିନ୍ଧି ଏକ ରେଷ୍ଟୁରାଣ୍ଟ୍‌ ସାମ୍ନାରେ ଶୋଇଛି। ଜଣେ ବ୍ୟକ୍ତି ଯାଇ ତାକୁ ଉଠାଉଛନ୍ତି ଓ ନିଜ ପିଲା ପରି ତାକୁ ତାଙ୍କ କାନ୍ଧରେ ପକାଉଛନ୍ତି। ତା’ପରେ କୁମ୍ଭୀରଟିକୁ ଧରି ସେ ରେଷ୍ଟୁରାଣ୍ଟ୍‌ ଭିତରକୁ ଯାଉଛନ୍ତି।

@rachel_bowmanWhy does this sum up Florida so well? ##florida ##justfloridathings ##alligator ##gator ##gatorman ##floridaman♬ original sound – rachel_bowman

ଭିଡିଓରେ ଥିବା ବ୍ୟକ୍ତି ଜଣକ ହେଉଛନ୍ତି ଲୋଇ ମୋର୍‌ହେଡ୍‌। ଲୋଇ ହେଉଛନ୍ତି ଉକ୍ତ ରେଷ୍ଟୁରାଣ୍ଟ୍‌ର ମାଲିକ। ଜାଣିବାକୁ ମିଳିଛି ଯେ କୁମ୍ଭୀରଟି ସାନ ଥିବା ଅବସ୍ଥାରେ ତା’ ଦେହରେ କ୍ଷତ ଦେଖିବା ପରେ ଲୋଇ ତାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ। ସେବେଠାରୁ କୁମ୍ଭୀରଟିକୁ ଲୋଇଙ୍କ ସହ ଦେଖିବାକୁ ମିଳୁଛି।

ଏହି ଭିଡିଓଟିକୁ ଇଣ୍ଟର୍‌ନେଟ୍‌ରେ ସେୟାର୍‌ କରିବା ପରଠାରୁ ୨.୩ ମିଲିୟନ୍‌ରୁ ଊର୍ଧ୍ବ ଭିୟୁ ହୋଇ ସାରିଲାଣି। ଏବେ ବି ଭିୟୁ ବଢ଼ି ବଢ଼ି ଚାଲିଛି। ୬ ଲକ୍ଷରୁ ଊର୍ଧ୍ବ ଲାଇକ୍‌ ମିଳିସାରିଥିବା ବେଳେ ଭିଡିଓଟିରେ ୭ ହଜାର ୧୦୦ କମେଣ୍ଟ୍‌ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର