ବିଗୁଡ଼ୁଛି ଉପକୂଳ ପରିସଂସ୍ଥାନ

ସମୁଦ୍ର ପତ୍ତନ ଅଧ ମିଟର ବଢ଼ିଲେ, ୯୨୭ ବର୍ଗ କିମି ଆର୍ଦ୍ରଭୂମି ଅଞ୍ଚଳ ସମୁଦ୍ରରେ ଲୀନ ହେବ!

ସତ୍ୟନାରାୟଣ ରାଉତରାୟ
ଉତ୍ତରରେ ସୁବର୍ଣ୍ଣରେଖା ନଦୀଠାରୁ ଦକ୍ଷିଣରେ ବାହୁନା ନଦୀ ପର୍ଯ୍ୟନ୍ତ ବିସ୍ତୃତ ୪୮୦ କିଲୋମିଟର ଉପକୂଳ ଅଞ୍ଚଳ ଓଡ଼ିଶା ପାଇଁ ଆଶୀର୍ବାଦ। ସାମାଜିକ ଓ ବାଣିଜ୍ୟିକ କ୍ଷେତ୍ରରେ ବେଶ୍‌ ଉପାଦେୟ ଏହି ଉତ୍ସଗୁଡ଼ିକ କିନ୍ତୁ ଏବେ ବିକାଶମୂଳକ କାର୍ଯ୍ୟ ଯୋଗୁଁ ପ୍ରଭାବିତ ହୋଇଛି। ପରିବେଶର ଅବନତି ସହ ଉପକୂଳ ପରିସଂସ୍ଥା ଉପରେ କ୍ଷତିକାରକ ପ୍ରଭାବ ପଡ଼ୁଛି। ବିକାଶମୂଳକ କାର୍ଯ୍ୟ ଯୋଗୁଁ ଉପକୂଳ ଅବକ୍ଷୟ, ଜଳ ପ୍ଳାବନ, ଲୁଣି ଜଳର ଅନୁପ୍ରବେଶ ଫଳରେ ଉପକୂଳ ଅଞ୍ଚଳରେ ପରିସଂସ୍ଥା ବିଗିଡ଼ିବାରେ ଲାଗିଛି। ଓଡ଼ିଶା ପରିବେଶ ସମିତିର ସମ୍ପାଦକ ଜୟକୃଷ୍ଣ ପାଣିଗ୍ରାହୀଙ୍କ କହିବା ମୁତାବକ, ପୂର୍ବଘାଟ ପର୍ବତମାଳା, ଚିଲିକା ହ୍ରଦ, ନଳବଣ ପକ୍ଷୀ ଅଭୟାରଣ୍ୟଠାରୁ ଭିତରକନିକା ହେନ୍ତାଳବଣ ଏବଂ ପୁରୀର ବାଲୁକା ଶଯ୍ୟା ପର୍ଯ୍ୟନ୍ତ ଉପକୂଳ ଅଞ୍ଚଳ ରୁଦ୍ଧିମନ୍ତ। ଗୁରୁତ୍ବପୂର୍ଣ୍ଣ ଉଦ୍ଭିଦ ଓ ଜୀବଜନ୍ତୁଙ୍କ ପାଇଁ ଏହା ଭଣ୍ଡାର ସଦୃଶ।

ଉପକୂଳବର୍ତୀ ୬ଟି ଜିଲ୍ଲାରେ ରାଜ୍ୟର ସମୁଦାୟ ଜନସଂଖ୍ୟାର ୩୬ପ୍ରତିଶତ ଓ ସହରାଞ୍ଚଳର ୪୩ ପ୍ରତିଶତ ଲୋକେ ବସବାସ କରୁଛନ୍ତି। କିନ୍ତୁ ଉପକୂଳ ପରିସଂସ୍ଥା ଉପରେ ବିକାଶମୂଳକ କାର୍ଯ୍ୟକଳାପର ନକାରାତ୍ମକ ପ୍ରଭାବକୁ ଅଣଦେଖା କରାଯାଉଛି। ଭବିଷ୍ୟତରେ ଯଦି ସମୁଦ୍ର ପତ୍ତନ ଅଧମିଟର ପର୍ଯ୍ୟନ୍ତ ବୃଦ୍ଧି ପାଏ, ରାଜ୍ୟର ୯୨୭ ବର୍ଗ କ‌ିଲୋମିଟର ପର୍ଯ୍ୟନ୍ତ ଆର୍ଦ୍ରଭୂମି ଅଞ୍ଚଳ ସମୁଦ୍ରରେ ଲୀନ ହୋଇପାରେ ବୋଲି ମଧ୍ୟ ସେ ଆଶଙ୍କା ପ୍ରକଟ କରିଛନ୍ତି। ତେଣୁ ସମୁଦ୍ରକୂଳ ପୋଷଣ, ବ୍ୟାପକ ବୃକ୍ଷରୋପଣ, ବାଲୁକା ସ୍ତୂପର ବାଡ଼ ନିର୍ମାଣ, ପରିବେଶ ଅନୁକୂଳ ତଥା ବ୍ୟୟରହିତ ଉପକୂଳ ସୁରକ୍ଷା ନେଇ ପଦକ୍ଷେପ ନିଆଯିବା ନିତାନ୍ତ ଆବଶ୍ୟକ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର