ଦୁନିଆର ସବୁଠାରୁ ଦାମୀ ପାଣି ବୋତଲ: ଦାମ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ନୂଆଦିଲ୍ଲୀ: ଜଳ ହିଁ ଜୀବନ, ଏ କଥା ଆମେ ସମସ୍ତେ ଜାଣିଛେ । ପାଣି ଆମକୁ ସବୁ ସ୍ଥାନରେ ମିଳିଥାଏ । ହେଲେ ଅନେକ ଲୋକ ବିଭିନ୍ନ ବ୍ରାଣ୍ଡର ପାଣି ପିଇବାକୁ ପସନ୍ଦ କରନ୍ତି । ଆଜି ଆମେ ଆପଣଙ୍କୁ ଏମିତି ଏକ ପାଣି ବୋତଲ ବ୍ରାଣ୍ଡ ନାଁ କହିବୁ ଯାହାର ମୂଲ୍ୟ ଲକ୍ଷାଧାକ ଟଙ୍କା । ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ପୂରା ସତ । ଏହି ପାଣି ବୋତଲର ଦାମ ଏତେ ଟଙ୍କା ଯେ ଏଥିରେ ଆପଣ ଚାହିଁଲେ ଏକ ମର୍ସେଡିସ କାର କିଣିପାରିବେ ।

ଏହି ପାଣି ବୋତଲର ନାଁ ହେଉଛି ଆକ୍ୱା କ୍ରିଷ୍ଟାଲୋ ଟ୍ରିବିଟୋ ଏ ମୋଡିଗ୍ଲିଆନି । ଫ୍ରାନ୍ସରେ ମାଟିର ଅନେକ ଗଭିରତାରୁ ଏହି ପାଣି ସଂଗ୍ରହ କରାଯାଇଥାଏ । ଏହାର ପ୍ୟାକିଂରେ ବହୁତ ଟଙ୍କା ଖର୍ଚ୍ଚ ହୋଇଥାଏ । ଏହାର ସ୍ୱାଦ ମଧ୍ୟ ସବୁ ପାଣିଠାରୁ ଭିନ୍ନ ହୋଇଥାଏ ।

ଏହି ପାଣି ବୋତଲରେ ୧ ଲିଟର ପାଣି ବି ରହିନଥାଏ, ଏହି ବୋତଲରେ ୭୫୦ ମିଲି ଲିଟର ପାଣି ରହିଥାଏ । ଆଉ ଏହାର ଦାମ ହେଉଛି ୪୫ ଲକ୍ଷ ଟଙ୍କା । ଏକ ରିପୋର୍ଟ ଅନୁସାରେ ଏହି ଭିନ୍ନ ଧରଣର ପାଣି ରହୁଥିବା ବୋତଲ ୨୪ କ୍ୟାରେଟ ସୁନାରେ ତିଆରି ହୋଇଥାଏ ।

ଏହି ପାଣି ବୋତଲ ଦାମୀ ହେବାର ଅନେକ କାରଣ ରହିଛି । ପ୍ରଥମ କାରଣ ହେଉଛି ଏହି ସୁନାର ବୋତଲ । ଆଉ ଏହି ପାଣି ବୋତଲକୁ ତିଆରି କରିଛନ୍ତି ଦୁନିଆର ପ୍ରତିଷ୍ଠିତ ବୋତଲ ଡିଜାଇନର ଫର୍ନାଡୋ ଅଲତାମିରାନୋ । ଏହାଛଡା ଏହି ପାଣି ଅନ୍ୟ ପାଣିଠାରୁ ଅଧିକ ଏନର୍ଜି ମଧ୍ୟ ଦେଇଥାଏ ।

ସମ୍ବନ୍ଧିତ ଖବର