ନୂଆଦିଲ୍ଲୀ: ନିକଟ ଅତୀତରେ ଆମେ ଅନେକ ଭାଇରାଲ୍ ଭିଡିଓ ଦେଖିଛେ। ଭାଇରାଲ୍ ଭିଡିଓ ଦେଖି ତା’ର ମଜା ବି ନେଇଛେ। ନିକଟରେ ଇଣ୍ଟର୍ନେଟ୍ରେ ଭାଇରାଲ୍ ହୋଇଛି ଏକ କୁକୁର ଓ ବିଲେଇ ଛୁଆଙ୍କ ଭିଡିଓ। ଭିଡିଓଟି ଏତେ କୌତୂକିଆ ଯେ ଯାହାକୁ ଆପଣ ଦେଖିଲେ ହସି ହସି ବେଦମ ହେବେ।
ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟ୍ବିଟର୍ ଆକାଉଣ୍ଟ୍ରେ ଭିଡିଓଟିକୁ ସେୟାର କରିଛନ୍ତି, ଯାହାକି ଏବେ ଖୁବ୍ ଜୋର୍ରେ ଭାଇରାଲ୍ ହେବାରେ ଲାଗିଛି।
ଭିଡିଓରେ ଏକ ବିଲେଇ ଛୁଆ ଓ ଏକ କୁକୁର ଛୁଆ ନିଆଁ ପୋଉଁଥିବାର ଦେଖିବାକୁ ମିଳିଛି। ସୁଶାନ୍ତ ନନ୍ଦ ଭିଡିଓଟିକୁ ସେୟାର କରି କ୍ୟାପ୍ସନ୍ରେ ଲେଖିଛନ୍ତି, ‘ସେମାନେ ନିଜକୁ ଓ ଆମ ହୃଦୟକୁ ଗରମ କରୁଛନ୍ତି।’
Warming themselves and our heart🥰 pic.twitter.com/dzoNZ09twx
— Susanta Nanda IFS (@susantananda3) January 8, 2021
ଭିଡିଓଟି ଅନଲାଇନରେ ଉପଲବ୍ଧ ହେବାର କିଛି ଘଣ୍ଟା ମଧ୍ୟରେ ଏହାର ଭିୟୁ ୨୫ ହଜାରରୁ ଅଧିକ ହୋଇଛି। ଏହାକୁ ପ୍ରାୟ ୩,୫୦୦ ଲୋକ ଲାଇକ୍ କରିଛନ୍ତି।
ଏହି ଭିଡିଓରେ ବିଭିନ୍ନ ଲୋକ ବିଭିନ୍ନ କମେଣ୍ଟ୍ ଲେଖିଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ସେ ଦୁଇ ଜଣ ପରସ୍ପରଙ୍କ ସାଥିରେ ବେଶ୍ କୌତୂକିଆ ଦିଶୁଛନ୍ତି। ସେହିପରି ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଦୃଶ୍ୟଟି ବେଶ୍ ଆକର୍ଷଣୀୟ’।