ଦୀର୍ଘ ୧୨ ବର୍ଷ ପରେ ପିଞ୍ଜରାରୁ ମୁକ୍ତ ହେବା ପରେ ବାଘଟି କ’ଣ କଲା ଦେଖନ୍ତୁ

ଏକ ଛୋଟ ପିଞ୍ଜରା କେବେ ବନ୍ୟଜନ୍ତୁଙ୍କ ଘର ହୋଇପାରେ! ମଣିଷ ନିଜର ସାମର୍ଥ୍ୟ ଦେଖାଇ ଜନ୍ତୁମାନଙ୍କୁ ନିଜ ମୁତାବତ ସ୍ଥାନରେ ରଖିପାରନ୍ତି। ମାତ୍ର ବାଘଟିଏ କ’ଣ କେବେ ଜଙ୍ଗଲ ଛାଡ଼ି ଏକ ଆବଦ୍ଧ ସ୍ଥାନରେ ରହିବାକୁ ପସନ୍ଦ କରେ! ମାତ୍ର ଦୁଃଖର କଥା ହେଉଛି ପେରୁଠାରେ ଏକ ବାଘକୁ ଦୀର୍ଘ ୧୨ ବର୍ଷ ଧରି ସର୍କସ ଦେଖାଇବା ପାଇଁ ପିଞ୍ଜରା ଭିତରେ ରଖାଯାଇଥିଲା।

ପୂର୍ବରୁ ବାଘଟି କେଉଁଠି ଥିଲା। ତାହା କିପରି ଭାବେ ସର୍କସରେ ସାମିଲ୍‌ ହେଲା ତାହା ପ୍ରାୟତଃ ଅଜଣା। ଆପଣ ଖାଲି ଏତିକି ଜାଣନ୍ତୁ ଯେ ଗୋଟାଏ ସର୍କସରେ ଥିବା ୬-୧୨ ଜଣିଆ ଏକ ଗ୍ରୁପ୍‌ ଭିତରୁ ବାଘଟି ଅନ୍ୟତମ ସଦସ୍ୟ। ତେବେ ଗୋଟାଏ ପରେ ଗୋଟାଏ ସବୁ ବାଘ ସର୍କସରୁ ମୁକ୍ତି ପାଇଥିବା ବେଳେ ଶେଷରେ ରହିଯାଇଥିଲା ବାହୁବଳୀ(ଛଦ୍ମନାମ)। ଗତ ୧୨ ବର୍ଷ ହେବ ବାହୁବଳୀକୁ ବଳପୂର୍ବକ ସର୍କସ ଦେଖାଇବା ପାଇଁ ବାଧ୍ୟ କରାଯାଉଥିଲା। କେବଳ ବାହୁବଳୀ ନୁହେଁ ପେରୁରେ ଏମିତି ଅନେକ ସର୍କସ ମାଲିକ ନିଜର ବ୍ୟବସାୟିକ ଲାଭ ହେତୁ ବନ୍ୟ ଜନ୍ତୁମାନଙ୍କୁ ଆବଦ୍ଧ କରି ରଖିଥାନ୍ତି। ମାତ୍ର ବନ୍ୟଜନ୍ତୁଙ୍କୁ ନେଇ ପେରୁଠାରୁ ସର୍କସ ବନ୍ଦ ଘୋଷଣା ହେବା ପରେ ବାହୁବଳୀଙ୍କୁ ମୁକ୍ତ କରାଯାଇଛି। ଅପ୍‌ଲୋଡ୍‌ ହୋଇଥିବା ଭିଡିଓଟି ହେଉଛି ବାହୁବଳୀକୁ ମୁକ୍ତ କରାଯିବା ବେଳକୁ ସଦ୍ୟ ଭିଡିଓ।

ସମ୍ବନ୍ଧିତ ଖବର