ଅଗରତାଲା: ନିଜର ବିବାଦୀୟ ବୟାନ ପାଇଁ ଖବର ପାଲଟିଥିବା ତ୍ରିପୁରାର ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ଏବେ ତାଙ୍କର ଏକ କୌତୂକିଆ ଆଚରଣ ପାଇଁ ଚର୍ଚ୍ଚା ପାଲଟିଛନ୍ତି। ଲୋକ ଏବେ ବିପ୍ଳବ କୁମାରଙ୍କ କଣ୍ଠସ୍ୱରରେ ପାଗଳ ହେବାକୁ ଲାଗିଲେଣି।
Sambad is now on WhatsApp
Join and get latest news updates delivered to you via WhatsApp
ନିକଟରେ ଅଗରତାଲାରେ ହୋଇଥିବା ଏକ ଉତ୍ସବରେ ଭାରତୀୟ ଜନତା ପାର୍ଟିର ନେତା ‘ଦିଲ୍ ଦିଆ ହେ ଜାନ୍ ଭି ଦେଙ୍ଗେ ଏ ବତନ ତେରେ ଲିଏ’ ଗାଇ କରି ପ୍ରତିବଦଳରେ ଜନତା କରତାଳି ସାଉଁଟିଛନ୍ତି।
Moment of the Day
Honorable Chief Minister Shri Biplab Kumar Deb enthralled the spectators with his soulful track on Singer Alka Yagnik special request during the closing act of 6th North East Youth Festival’ 2018 Agartala, Tripura.#AgartalaEventsForYou #NEYF16 @BjpBiplab pic.twitter.com/X7UOplVVCv— Somnath Saha BJYM (@SomnThSaha1) 19 November 2018
ଏହି ଗୀତଟିକୁ ମୁଖ୍ୟମନ୍ତ୍ରୀ ବିପ୍ଳବ ଅଗରତାଲାରେ ହେଉଥିବା ନର୍ଥ ଇଷ୍ଟ୍ ୟୁଥ୍ ଫେଷ୍ଟିଭାଲ-୨୦୧୮ରେ ଗାଇଛନ୍ତି। ଲୋକଙ୍କ ଆକର୍ଷଣ କରିବା ପାଇଁ ସେ ଗୀତଟିକୁ ସମାନ୍ୟ ବଦଳାଇ ‘ଦିଲ୍ ଦିଆ ହେ ଜାନ୍ ଭି ଦେଙ୍ଗେ ଏ ତ୍ରିପୁରା ତେରେ ଲିଏ’ ବୋଲି କରି ଗାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ମୁହଁରୁ ଗୀତ ଶୁଣି ଲୋକଙ୍କ ଖୁସିର ସୀମା ନାହିଁ।
ସେ ସମୟର ଭିଡିଓଟି ଏବେ ମାଇକ୍ରୋବ୍ଲଗିଂ ସାଇଟ୍ ଟୁଇଟର୍ରେ ଘୂରି ବୁଲୁଛି। ଭିଡିଓଟିକୁ ଭାରତୀୟ ଜନତା ଯୁବ ମୋର୍ଚାର ସଦସ୍ୟ ସୋମନାଥ ସାହା ସେୟାର୍ କରିଛନ୍ତି।
ତେବେ ପ୍ରସିଦ୍ଧ କଣ୍ଠଶିଳ୍ପି ଅଲ୍କା ଅଗ୍ନିଙ୍କ ଅନୁରୋଧ କରିବା ପରେ ମୁଖ୍ୟମନ୍ତ୍ରୀ ଏହି ଗୀତଟିକୁ ଗାଇଛନ୍ତି ବୋଲି ଶାହା ଲେଖିଛନ୍ତି।