ଭଲ ବର୍ଷା ପାଇଁ ଇନ୍ଦ୍ରଦେବତାଙ୍କୁ ଖୁସି କରିବାକୁ ପାଣିକୁଣ୍ଡରେ ବସି ପୂଜାରୀ ଦେଖୁଛନ୍ତି ମୋବାଇଲ

ମୁମ୍ବାଇ: ଇନ୍ଦ୍ରଦେବତାଙ୍କୁ ଖୁସି କରିବା ଓ ବର୍ଷା ପାଇଁ ବେଙ୍ଗାଲୁରୁର ସୋମେଶ୍ୱର ମନ୍ଦିରରେ ପୂଜାର ଆୟୋଜନ କରାଯାଇଥିଲା। କିନ୍ତୁ ପୂଜାରେ ବସିଥିବା ପୂଜାରୀ ଭଗବାନଙ୍କ ଉପରେ ଧ୍ୟାନ ଦେବା ବଦଳରେ ମୋବାଇଲ୍‌ରେ ବ୍ୟସ୍ତ ଥିବା ଦେଖିବାକୁ ମିଳୁଛି। ଏହି ଫଟୋକୁ ଏଏନ୍‌ଆଇ ସେୟାର କରିଛି। ଫଟୋ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି।

ଫଟୋରେ ଦେଖିବାକୁ ମିଳୁଛି କି ଦୁଇଜଣ ପୂଜାରୀ ବଡ଼ ପାଣିକୁଣ୍ଡରେ ବସିଛନ୍ତି। କୁଣ୍ଡରେ କୁଣ୍ଡେ ପାଣି ଭର୍ତ୍ତି ରହିଛି। ଏହି ଫଟୋକୁ ଦେଖିବା ପରେ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଓ ପୂଜାରୀକୁ ନେଇ ଭିନ୍ନଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି।

କେତେକ ଲୋକ ଏହି ପୋଷ୍ଟକୁ ଦେଖି ପୂଜାରୀ ସିଧାସଳଖ ଭଗବାନ ସହିତ କଥା ହୋଇ ଇନ୍ଦ୍ରଦେବଙ୍କୁ ବର୍ଷା କରାଇବା ପାଇଁ ଗୁହାରି କରୁଥିବା କଥା କହିଛନ୍ତି।

ତେବେ କିଛିଲୋକ କହିଛନ୍ତି, ପଣ୍ଡିତ ରାଡାରର ରେଞ୍ଜ ଚେକ୍‌ କରୁଛନ୍ତି। ଅନେକ ସ୍ଥାନରେ ପାଣିର ବହୁ ଅସୁବିଧା ରହିଛି, ଏପଟେ ପୂଜାରୀ ଅନେକ ପାଣି ନଷ୍ଟ କରୁଥିବା ଦେଖି ଲୋକମାନେ କ୍ରୋଧିତ ହୋଇଯାଇଛନ୍ତି।  ଏହି ଫଟୋ ଭାଇରାଲ ହେବା ପରେ ଏହି ପୂଜାରୀ ଦୁହିଁକୁ ଭଣ୍ଡ ବୋଲି କୁହାଯାଉଛି।

 

ସମ୍ବନ୍ଧିତ ଖବର