୩୦ ବର୍ଷ ଧରି ଚିଠି ପହଞ୍ଚାଇବା ପାଇଁ ୧୫ କିଲୋମିଟର ଚାଲନ୍ତି ଏହି ମଉସା

କୁନୁର:(ବୋୖଦ୍ଧାୟନ ଆଚାର୍ଯ୍ୟ): ଅଗନାଅଗନି ଜଙ୍ଗଲ, ଯେଉଁଠି ସୂର୍ଯ୍ୟ କିରଣ ବି ଖୁବ କମ ପଡେ | ହିଂସ୍ର ଜନ୍ତୁଙ୍କ ଶବ୍ଦରେ କମ୍ପିଯାଏ ଶାନ୍ତ ଜଙ୍ଗଲ | ଏସବୁ ଭିତରେ ବି ଜଣେ ମଣିଷର ଠୁକୁଠୁକୁ ପାଦ ଅବିରତ ଚାଲିଥାଏ | କାନ୍ଧରେ ଝୁଲା ବ୍ୟାଗଟିଏ ଓ ମୁଣ୍ଡରେ କର୍ତ୍ତବ୍ୟର ଏକ ବଡ ପେଡି ଧରି ତାମିଲନାଡୁ କୁନୁରର ଡି ଶିଭାନ ୩୦ ବର୍ଷ ଧରି ଚାଲି ଚାଲି ଯାଆନ୍ତି | କାରଣ ଘଞ୍ଚ ଜଙ୍ଗଲ ଭିତରେ ଥିବା ଜନବସତି, ଯେଉଁଠି ଯୋଗାଯୋଗର ଆଉ କିଛି ମାଧ୍ୟମ ନଥାଏ, ସେଠାରେ ଅନେକ ଲୋକଙ୍କ ପାଇଁ ତାଙ୍କ ସମ୍ପର୍କୀୟଙ୍କ ବାର୍ତ୍ତା ପହଞ୍ଚାଇବାର ଦାୟିତ୍ୱକୁ ନେଇଛନ୍ତି ଏହି ପୋଷ୍ଟମ୍ୟାନ |

୧୫ କିଲୋମିଟରର ଏହି ରାସ୍ତାରେ ଜଳପ୍ରପାତ, ଖସଡ଼ା ରାସ୍ତା ସହ ହାତୀ ଓ ଭାଲୁ ଭଳି ହିଂସ୍ର ଜନ୍ତୁଙ୍କର ମଧ୍ୟ ସମ୍ମୁଖୀନ କରିବାକୁ ପଡେ | ଯେତେବେଳେ ସାଇକେଲଟିଏ ଯାଇପାରେନାହିଁ, ସେତେବେଳେ କେମିତି ବା ଲୋକଙ୍କ ପାଖରେ ପହଂଚିବନି ଯୋଗାଯୋଗର ଏହି ଶେଷ ସାଧନ | ଠିକ ସେଥିପାଇଁ ଭୟ, କଷ୍ଟକୁ ଭୃକ୍ଷେପ ନ କରି ୩୦ ବର୍ଷ ଧରି ଡି ଶିଭାନ ନିଜ ଦାୟିତ୍ବରୁ ଓହରିଯାଇନାହାନ୍ତି |


ଗତ ସପ୍ତାହରେ ସେ ଅବସର ନେବା ପରେ ଆଇଏଏସ ଅଫିସର ସୁପ୍ରିୟା ସାହୁ ଏବାବଦରେ ଟ୍ୱିଟ କରିବା ପରେ ଏବେ ସାରା ଦେଶରୁ ଏହି ଚିଠି ମଣିଷଙ୍କ ପ୍ରତି ଶୁଭେଚ୍ଛାର ସୁଅ ଛୁଟିଛି | ଦକ୍ଷିଣ ସିନେମା ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ଚିରଞ୍ଜିବି ତାଙ୍କୁ ପ୍ରଶଂସା କରିଥିବାବେଳେ ରାଜ୍ୟସଭା ସାଂସଦ ରାଜୀବ ଚନ୍ଦ୍ରଶେଖର ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବାକୁ ମଧ୍ୟ ବିନମ୍ରତାର ଘୋଷଣା କରିଛନ୍ତି |

ସମ୍ବନ୍ଧିତ ଖବର