ସବୁ ଭାଗ୍ୟର ଖେଳ! ୧ ସେକେଣ୍ଡ୍‌ ମଧ୍ୟରେ ପ୍ରଥମେ ବାଇକ୍‌ ଓ ପରେ ବସ୍‌ ଧକ୍କା ଦେଇ ମଧ୍ୟ ସୁରକ୍ଷିତ ବାଳକ

କୋଚି: କେରଳରେ ଏକ ଦୁର୍ଘଟଣା ବେଳର ଭିଡିଓ ଦେଖିବା ପରେ ଆପଣଙ୍କର ଚମତ୍କାର ଉପରେ ବିଶ୍ବାସ ଆସିଯିବ ନିଶ୍ଚୟ। ଭିଡିଓରେ ଦେଖିବାକୁ ମିଳିଛି ଜଣେ ବାଳକ ବାଇସାଇକେଲ୍‌ ନେଇ ଦ୍ରୁତ ଗତିରେ ଯାଉଥିବା ବେଳେ ପ୍ରଥମେ ଏକ ମଟରସାଇକେଲ୍‌ରେ ଧକ୍କା ହେବା ପରେ ଏହାକୁ ଏକ ବସ୍‌ ଧକ୍କା ଦେଇଥିଲା। ବସ୍‌ଟି ଧକ୍କା ଦେବା ପରେ ବାଳକ ଜଣକ ଛିଟ୍‌କି କରି ଯାଇ ରାସ୍ତା କଡ଼ରେ ପଡ଼ିଥିବା ବେଳେ ତାଙ୍କ ସାଇକେଲ୍‌ ପଡ଼ିଥିଲା ରାସ୍ତା ମଝିରେ। ବାଳକ ଜଣକ ଏକ ଭୟଙ୍କର ଦୁର୍ଘଟଣାରୁ ଯେଉଁଭଳି ଭାବେ ବର୍ତ୍ତିଛନ୍ତି ତାହାକୁ କେବଳ ଭାଗ୍ୟର ଖେଳ ବୋଲି କୁହାଯାଇପାରେ!

ଘଟଣାଟି ହେଉଛି ମାର୍ଚ ୨୦ ତାରିଖର। ଘଟଣାଟି ଘଟିଛି କେରଳର କୁନୁରସ୍ଥିତ ତାଲିପରମ୍ଭ ନିକଟସ୍ଥ ଚୋରୁକଲାରେ ଘଟିଛି। ଏହି ସମୟର ଦୃଶ୍ୟ ସିସିଟିଭିରେ କଏଦ ହେବା ପରେ ଏହା ଏବେ ଭାଇରାଲ୍‌ ହେବାରେ ଲାଗିଛି।

 

ବାଳକଟିକୁ ମାତ୍ର ୯ ବର୍ଷ ବୟସ ବୋଲି ଜଣାପଡ଼ିଛି। ବାଳକ ଜଣକ ନିଜ ସାଇକେଲ୍‌ରେ ରାସ୍ତା ପାର୍‌ ହେବାକୁ ଯାଉଥିବା ବେଳେ ପ୍ରଥମେ ଏକ ବାଇକ୍‌ ଆସି ତାଙ୍କୁ ପିଟି ଦେଇଥିଲା। ପରେ ପଛରୁ ଆସୁଥିବା ଏକ ବସ୍‌ ତାଙ୍କ ସାଇକେଲ୍‌ ଉପରେ ଚଢ଼ି ଯାଇଥିଲା। ମାତ୍ର ସୌଭାଗ୍ୟକୁ ବାଳକ ଜଣକ ଏନେ ବଡ଼ ଦୁର୍ଘଟଣା ପରେ ବି ସଂପୂର୍ଣ୍ଣ ସୁରକ୍ଷିତ ଅଛନ୍ତି।

 

ସମ୍ବନ୍ଧିତ ଖବର